ଅବିରରୁ ହୋଲି ପାର୍ଟି

ଭୁବନେଶ୍ୱର,୯।୩(ବ୍ୟୁରୋ): ନବରାତ୍ର ହେଉ କି ହୋଲି, ଦୀପାବଳି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉତ୍ସବକୁ ଭିନ୍ନ ଶୈଳୀରେ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ବର୍ତ୍ତମାନର ଟେକ୍ନୋଲୋଜି ଓ ସୋସିଆଲ ମିଡିଆ ଯୁଗରେ ପର୍ବପର୍ବାଣିର ପାଳନ ଶୈଳୀ ଆଉ ଗୋଟିଏ ସ୍ଥାନରେ ସୀମିତ ନ ରହି ପରିବ୍ୟାପ୍ତ ହୋଇଛି। ପଶ୍ଚିମ ଭାରତର ପର୍ବପର୍ବାଣି ପୂର୍ବ ଭାରତରେ ଲୋକପ୍ରିୟ ହେଉଥିବା ବେଳେ ଉତ୍ତର ଭାରତର ଲୋକପ୍ରିୟ ଦେଶର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ଦେଖିବାକୁ ମିଳୁଛି। ସମଗ୍ର ଦେଶରେ ନବରାତ୍ର ଦାଣ୍ଡିଆ ଖେଳର ଲୋକପ୍ରିୟତା ଭଳି ଆଜିକାଲି ହୋଲିରେ ମଧ୍ୟ ଲଉଡି ଖେଳ ଓ ଦହିହାଣ୍ଡି ଭଙ୍ଗା ପରମ୍ପରା ଚାରିଆଡ଼େ ହେଉଥିବା ଦେଖିବାକୁ ମିଳୁଛି।

ଦିନଥିଲା ଦୋଳ ପୂର୍ଣ୍ଣିମା, ରାଧାକୃଷ୍ଣଙ୍କ ମେଳଣ ଓ ଅବିର ଖେଳର ଉତ୍ସାହ ନେଇ ଆସୁଥିଲା ହୋଲି। ରାଧାକୃଷ୍ଣ ବିମାନରେ ବୁଲି ଭୋଗ ଖାଇବାର ପରମ୍ପରା ଆଜି ବି ରହିଥିଲେ ମଧ୍ୟ ପୂର୍ବଭଳି ଉତ୍ସାହ କିନ୍ତୁ ଦେଖିବାକୁ ମିଳୁନି। ହୋଲି ପାଳନର ଶୈଳୀ ପରିବର୍ତ୍ତନ ହୋଇଛି। ଲାଇଭ୍‌ ଡିଜେ, ରେନ୍‌ ଡ୍ୟାନ୍ସ, ମଡ୍‌ ପୁଲ୍‌ରେ ହୋଲି ଖେଳ ଭଳି ନୂଆ କନ୍‌ସେପ୍ଟ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ବହୁଳଭାବେ ଆଦୃତ ହେଉଛି। ନୂଆବର୍ଷ ପାର୍ଟି ଭଳି ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ତଥା ହୋଲି ପାର୍ଟିର ଆୟୋଜନ କରାଯାଉଛି। କୃତ୍ରିମ ବର୍ଷାରେ ଧୁମ୍‌ଧଡ଼କ ଗୀତର ତାଳେ ତାଳେ ନାଚି କିଏ ଏହି ରଙ୍ଗର ପର୍ବରେ ଖୁସି ମନାଉଛି ତ କିଏ ମୁଲତାନି ମାଟି, ଗୋଲାପ ପାଖୁଡା, ଚନ୍ଦନ ପେଷ୍ଟ, ଲିମ୍ବ ପତ୍ର ଆଦି ପକାଯାଇ ପ୍ରସ୍ତୁତ ହେଉଥିବା ଅର୍ଗାନିକ କାଦୁଅରେ ହୋଲି ଖେଳୁଛନ୍ତି। ଅବଶ୍ୟ ଏଥର କରୋନା ଭୟରେ ହୋଲି ପାଇଁ ଆୟୋଜିତ ହେବାକୁ ଥିବା ଅଧିକାଂଶ ଇଭେଣ୍ଟକୁ ବାତିଲ କରାଯାଇଛି। କେତେକ ସ୍ଥାନରେ ଆୟୋଜକ ସଂସ୍ଥା ମାସ୍କ ପିନ୍ଧି ହୋଲି ଖେଳିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି।

ଦହିହାଣ୍ଡି ଭଙ୍ଗା ପରମ୍ପରା

ହୋଲିରେ ଦହିହାଣ୍ଡି ଭଙ୍ଗା ହେବାର ଏକ ପରମ୍ପରା ରହିଛି। ପଶ୍ଚିମ ଭାରତର କିଛି ରାଜ୍ୟରେ ଏହି ପରମ୍ପରା ରହିଆସିଥିବା ବେଳେ ଏବେ ଓଡିଶାରେ ମଧ୍ୟ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି। ହୋଲି ଅବସରରେ ବିଭିନ୍ନ ସ୍ଥାନରେ ଏଭଳି ଦହିହାଣ୍ଡି ଭଙ୍ଗା ପରମ୍ପରା ଦେଖିବାକୁ ମିଳୁଛି। ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ୱର ସମେତ ରାଜଧାନୀର କେତେକ ସ୍ଥାନରେ ଦହିହାଣ୍ଡି ଭଙ୍ଗା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଉ ଆଉ ଫେରିନଥିଲେ, ଆଜି ଘୋଡ଼ାହାଡ଼ ନଦୀ ଗଣ୍ଡରୁ ମିଳିଲା ମୃତଦେହ

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହ ୁ ଅଗ୍ନିଶମବାହିନୀ ବୁଧବାର ଉଦ୍ଧାର…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

‘ଯୁଦ୍ଧ ମଧ୍ୟରେ ଆମେରିକାକୁ ମୂଲ୍ୟବାନ ଉପହାର ପଠାଇଲା ଇରାନ’, ଟ୍ରମ୍ପଙ୍କ ବଡ଼ ସୂଚନା, ସାରା ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଟ୍ରମ୍ପ କହିଛନ୍ତି ଯେ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାକୁ ଅଣ୍ଟା ଭିଡ଼ିଲା ପାକିସ୍ତାନ, କିଏ କିଏ ବୈଠକରେ ଯୋଗଦେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପାକିସ୍ତାନରେ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri