Posted inଖେଳ

ଅବସର ନେଇ ସ୍ପଷ୍ଟ କଲେ ସୋଏବ ମଲିକ

ଲଣ୍ଡନ,୭।୭(ଏଏଫ୍‌ପି)- ପାକିସ୍ତାନ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୋଏବ ମଲିକ୍‌ ଅବସର ନେଇ ସୂଚନା ଦେଇଛନ୍ତି। ସେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ଦଳରୁ ବାଦ୍‌ ପଡିଥିଲେ। ପାକିସ୍ତାନ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶୁକ୍ରବାର ବାଂଲାଦେଶକୁ ୯୪ ରନରେ ହରାଇଥିଲା ଓ ସେ ଏହି ମ୍ୟାଚ୍‌ରେ ଖେଳି ନ ଥିଲେ। ଫଳରେ ବିନା ଫେୟାରଓ୍ବେଲ ମ୍ୟାଚ୍‌ ଖେଳି ସେ ଅବସର ନେବା ସ୍ପଷ୍ଟ ହୋଇଛି। ବିଶ୍ୱକପ୍‌ ପରେ ଅବସର ନେବେ ବୋଲି ମଲିକ ଗତବର୍ଷ କହିଥିଲେ।
ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ୩୭ ବର୍ଷୀୟ ମଲିକ ଟି୨୦ ଫର୍ମାଟରେ ଖେଳ ଜାରି ରଖିବେ। ଅବସର ନେବା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ୩ଟି ମ୍ୟାଚ୍‌ ଖେଳି ଦୁଇଥର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ଫଳରେ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହାରିସ ସୋହେଲଙ୍କୁ ସାମିଲ କରାଯାଇଥିଲା। ଅବସର ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟକର। ଏହା ମୋତେ ଦୁଃଖ ଦେଇଛି। ଏବେ ପରିବାର ସହ ସମୟ ବିତାଇବାକୁ ସମୟ ପାଇବି। ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଉପରେ ମନୋନିବେଶ କରିବି ବୋଲି ମଲିକ କହିଛନ୍ତି।
ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ବାଂଲାଦେଶକୁ ହରାଇଥିଲେ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିପାରିନାହିଁ। ପୂର୍ବରୁ ପାକିସ୍ତାନ ଇମ୍ରାନ ଖାଁଙ୍କ ନେତୃତ୍ୱରେ ୧୯୯୨ ବିଶ୍ୱକପ୍‌ ହାସଲ କରିଥିଲା। ୯ଟି ମ୍ୟାଚ୍‌ ଖେଳି ସାମାନ ୧୧ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ରନ୍‌ରେଟ୍‌ରେ ପଛରେ ପକାଇ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଥିଲା। ମଲିକ ୨୮୭ଟି ଦିନିକିଆ ଖେଳି ୯ଟି ଶତକ ସହ ୭,୫୩୪ ରନ ସଂଗ୍ରହ କରିଛନ୍ତି। ଗତ ୧୬ ତାରିଖରେ ସେ ଭାରତ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶେଷଥର ପାଇଁ ଅଂଶଗ୍ରହଣ କରିଥିଲେ। ଅଫ୍‌ ସ୍ପିନର ହିସାବରେ ସେ ୧୫୮ଟି ଉଇକେଟ ମଧ୍ୟ ହାସଲ କରିଥିଲେ। ୪୧ ଦିନିକିଆରେ ସେ ପାକିସ୍ତାନର ନେତୃତ୍ୱ ନେଇଥିଲେ। ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବାକୁ ଚାହିଁଥିଲି। କିନ୍ତୁ କଥା ଅଲଗା ହେଲା। ଫଳରେ ନିରାଶ ହୋଇଛି ବୋଲି ମଲିକ ସ୍ବୀକାର କରିଛନ୍ତି। ଗୋଟିଏ, ଦୁଇଟି ମ୍ୟାଚ୍‌ ପ୍ରଦର୍ଶନରୁ ଜଣେ ଖେଳାଳିଙ୍କ ଦକ୍ଷତା ମାପିବା ଠିକ୍‌ ନୁହଁ। କିନ୍ତୁ ମୋ ବଦଳରେ ଦଳରେ ସ୍ଥାନ ପାଇଥିବା ହାରିସ ସୋହେଲ ଭଲ ପ୍ରଦର୍ଶନ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ମଲିକ କହିଛନ୍ତି। ପାକିସ୍ତାନ ପାଇଁ ୨୦ ବର୍ଷ କ୍ରିକେଟ ଖେଳିବି ବୋଲି କେବେ ଭାବି ନ ଥିଲି। ଭଲ ଖେଳିବା ପାଇଁ ସବୁବେଳେ କଠିନ ପରିଶ୍ରମ କରିଆସିଛି ଓ ଫଳ ମଧ୍ୟ ପାଇଛି। ଦିନିକିଆ କ୍ୟାରିୟର ନେଇ ବେଶ୍‌ ସନ୍ତୁଷ୍ଟ। ଚାମ୍ପିୟନ୍ସ ଟ୍ରଫି ଜିତିବା ମୋ ଦିନିକିଆ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ବୋଲି ମଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri