ଅବଧି ସରିଲାଣି, ସରିନି ନିର୍ମାଣ କାର୍ଯ୍ୟ

କାଳିଆପାଣି,୭।୨(ଡିଏନଏ): ସୁକିନ୍ଦା ତହସିଲ ଅନ୍ତର୍ଗତ କୁହିକା ଗ୍ରାମ ପଞ୍ଚାୟତ ଟମକା – ମଙ୍ଗଳପୁର, ଆର୍‌ଆଣ୍ଡ୍‌ବି ରାସ୍ତା ନିକଟରୁ ଜେମାଦେଇପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି। ମାତ୍ର ଏହି ରାସ୍ତା ନିମ୍ନମାନର ହୋଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ୪୮ଲକ୍ଷ ୭୦ ହଜାର ଟଙ୍କା ବିନିଯୋଗରେ କାର୍ଯ୍ୟାଦେଶ ହୋଇଥିବା ଏହି ରାସ୍ତା କାର୍ଯ୍ୟ ୧୨।୯।୨୦୧୮ରୁ ଆରମ୍ଭ ହୋଇ ୧୧।୨।୨୦୧୯ରେ ଶେଷ କରିବା ନେଇ ସରକାରୀ ନାମ ଫଳକରେ ଉଲ୍ଲେଖ ରହିଛି। ମାତ୍ର ଅବଧି ଶେଷ ହେବାର ବର୍ଷେ ପରେ ବି ଏଯାବତ୍‌ ନିର୍ମାଣ ସରିନାହିଁ। ଯାଜପୁର ଟାଉନ୍‌ ଅଞ୍ଚଳର ଠିକାଦାର ଅମିତାଭ ପାଲ୍‌ ରାସ୍ତା ନିର୍ମାଣ ଆରମ୍ଭ କରିଥିବାବେଳେ ଏହା ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବାରୁ ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ରହିଥିବା ଜଣାପଡିଛି। ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ମୋରମ ବ୍ୟବହାର କରିବା ପରେ ପାଣି ପକାଇ ତାକୁ ରୋଲିଂ କରିବାର ନିୟମ ରହିଛି। କିନ୍ତୁ ଠିକାଦାର ଏହି ନିୟମକୁ ପାଳନ କରୁ ନ ଥିବା ଜଣାପଡ଼ିଛି। ରାସ୍ତାର ଉଭୟ ପାର୍ଶ୍ୱରୁ ମାଟି ଉଠାଇ ଠିକାଦାର ରାସ୍ତା କାର୍ଯ୍ୟରେ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ସେହିପରି ପିଚୁ ପକାଯିବା କ୍ଷେତ୍ରରେ ମଧ୍ୟ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣ ସମୟରେ ସରକାରୀ ଅଧିକାରୀ ଉପସ୍ଥିତ ରହୁଥିବାବେଳେ ଠିକାଦାର କିପରି କାର୍ଯ୍ୟରେ ଅନିୟମିତତା କରୁଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଏସ୍‌ଡିଓ ଭେଙ୍କଟରମଣ ମୁଦୁଲିଙ୍କୁ ପଚାରିବାରୁ, ସେ ସୁକିନ୍ଦା ସହ କୋରେଇ ଦାୟିତ୍ୱ ସମ୍ଭାଳୁ ଥିବା କହିବା ସହିତ ରାସ୍ତା ଅନିୟମିତତା ସମ୍ପର୍କରେ ଥିବା ପ୍ରଶ୍ନକୁ ଏଡାଇ ଯାଇଥିଲେ। ଏହି ରାସ୍ତା ନିର୍ମାଣର ଭିଜିଲାନ୍ସ ତଦନ୍ତ କରିବାକୁ କୁହିକା- ଜେମାଦେଇପୁର ଗ୍ରାମବାସୀ ଦାବି କରିଛନ୍ତି। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଧ୍ୟାନଦେଇ ଏହାର ତୁରନ୍ତ ତଦନ୍ତ କରି ବିଭାଗୀୟ ଠିକାଦାର ଲାଇସେନ୍ସ ରଦ୍ଦ କରିବାକୁ ଦାବି ହୋଇଛି। ସେବିଭଳି ବିଭାଗୀୟ ଅଧିକାରୀଙ୍କ ଅଳସୁଆ ମନଭାବକୁ ନା ପିସି ପାଇଁ ଏଭଳି କାର୍ଯ୍ୟ ହୋଇଛି ତାହା ତଦନ୍ତ ନିହାତି କରିବା ଦରକାର ବୋଲି ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri