ଅନ୍‌ଲାଇନ ମଦବିକ୍ରି ଆଳରେ ୨.୪୦ଲକ୍ଷ ସାଇବର ଠକେଇ

ଭୁବନେଶ୍ୱର,୨୩ା୫ (ବ୍ୟୁରୋ): କରୋନା ମହାମାରୀ ମୁକାବିଲା ନେଇ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଲକ୍‌ଡାଉନ୍‌ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଦଦୋକନ ବନ୍ଦ ରହିଥିବାବେଳେ ଅନ୍‌ଲାଇନ୍‌ ମଦ ବିକ୍ରି ଆଳରେ ମାତିଛନ୍ତି ସାଇବର ଠକ। ଅନ୍‌ଲାଇନ ଜରିଆରେ ଉଚିତ ଦାମରେ ମଦ ହୋମ ଡେଲିଭରି କରିବାର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରୁଛନ୍ତି। ବାଲିଅନ୍ତା ଥାନା ଅନ୍ତର୍ଗତ ହଂସପାଳ ଅଞ୍ଚଳରେ ରହୁଥିବା ଜୀତ ଚନ୍ଦ୍ର ମହାପାତ୍ର ଅନ୍‌ଲାଇନ ମଦ କିଣିବାକୁ ଯାଇ ୨ଲକ୍ଷ ୪୦ହଜାର ଟଙ୍କା ସାଇବର ଠକେଇର ଶିକାର ହୋଇଛନ୍ତି। ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୯୭/୨୦) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ ଲକ୍ଷ୍ମୀସାଗରସ୍ଥିତ ଏକ ମଦଦୋକାନର ଫଟୋକୁ ବ୍ୟବହାର କରି ଅନ୍‌ଲାଇନରେ ମଦ ଡେଲିଭରି କରାଯାଉଥିବା ସୋସିଆଲ ମିଡିଆରେ ସାଇବର ଠକମାନେ ବିଜ୍ଞାପନ ଦେଉଛନ୍ତି। ଏଥିରେ ଦିଆଯାଇଥିବା ଫୋନ ନମ୍ବରରେ ଯୋଗାଯୋଗ କରି ବହୁ ଯୁବକ ଠକେଇର ଶିକାର ମଧ୍ୟ ହେଉଛନ୍ତି। ଅଭିଯୋଗକାରୀ ଜୀତ ଗତ ୧୮ଅପରାହ୍ନରେ ମଦ ଅର୍ଡର କରିଥିଲେ। ଅର୍ଡରର କିଛି ସମୟ ପରେ ଉପରୋକ୍ତ ମଦ ଦୋକାନର କର୍ମଚାରୀଭାବେ ପରିଚୟଦେଇ ସାଇବର ଠକେଇରେ ସମ୍ପୃକ୍ତ ବ୍ୟକ୍ତି ଜୀତଙ୍କୁ କଲ୍‌ କରିଥିଲେ। ଫୋନ୍‌ ପେ’, ପେ’ ଟିଏମ,ଏସ୍‌ବିଆଇ ଏଟିଏମ୍‌ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ, ଗୁଗୁଲ ପେ’ ଓ ଭିମ୍‌ ଆପ ଜରିଆରେ ଉକ୍ତ ସାଇବର ଠକ ଜୀତଙ୍କୁ ଲିଙ୍କ ପଠାଇ ଓଟିପି ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ଜୀତଙ୍କ ବିଭିନ୍ନ ପେମେଣ୍ଟ ଆପ୍‌ ଓ ବ୍ୟାଙ୍କ ଆକାଉଣ୍ଟରୁ ୨ଲକ୍ଷ ୪୦ ହଜାର ଟଙ୍କା କଟିଯିବାରୁ ସେ ଠକେଇ ହେବାର ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। କେବଳ ଜୀତ ନୁହନ୍ତି ପ୍ରାୟ ୫ରୁ ଅଧିକ ବ୍ୟକ୍ତି ଏପରି ଠକେଇର ଶିକାର ହୋଇଥିବା ନେଇ ରାଜଧାନୀର ବିଭନ୍ନ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ଏପରି ଠକେଇରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇପାରି ନାହିଁ। ଫଳରେ ଏଭଳି ସାଇବର ଠକେଇ ବଢିବାରେ ଲାଗିଛି। ଏନେଇ ଟୁଇନ୍‌ସିଟିର ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁଙ୍କୁ ପଚରିବାରେ ଏଭଳି ସାଇବର ଠକେଇ ଘଟଣା ତାଙ୍କ ନଜରକୁ ଆସିନାହିଁ। ତେବେ ଏଭଳି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri