ଅନ୍‌ଲାଇନ ପାଠପଢ଼ାରେ ନେଟ୍‌ୱର୍କ ବାଧକ: ହ୍ବାଟ୍‌ସଆପ୍‌ ଗ୍ରୁପରେ ୧୦ମ ଶ୍ରେଣୀର ମାତ୍ର ୧୦.୫୭ ପ୍ରତିଶତ ପିଲା

ଫୁଲବାଣୀ ଅଫିସ,୧୫ା୫- ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦେଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପଟେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ସ୍କୁଲକୁ ଜୁନ୍‌ ୧୭ ଯାଏ ଛୁଟି ଘୋଷଣା କରିଛନ୍ତି। ହ୍ବାଟ୍‌ସଆପ୍‌ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଅନଲାଇନ୍‌ରେ ପାଠ ପଢାଇବା ନିମନ୍ତେ ସମସ୍ତ ଜିଲା ପ୍ରଶାସନ ତଥା ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବଣପାହାଡ ଘେରା କନ୍ଧମାଳ ଜିଲାରେ ଏହାର ସୁଫଳ ମିଳୁ ନ ଥିବା ଦେଖିବାକୁ ମିଳିଛି ା ଅନ୍‌ଲାଇନ ପାଠ ପଢ଼ାରେ ମୋବାଇଲ ନେଟୱର୍କ ବାଧକ ସାଜିଛି ା ଗ୍ରାମାଞ୍ଚଳରେ ନେଟୱାର୍କ ନ ଥିବାରୁ ଛାତ୍ରୀଛାତ୍ରମାନେ ହ୍ବାଟ୍‌ସ ଆପ ଗ୍ରୁପରେ ଯୋଡି ହୋଇ ପାରୁନାହାନ୍ତି। ସହରାଞ୍ଚଳର ପିଲା ଯାହା ଏଥିରୁ ସୁଫଳ ପାଉଛନ୍ତି। ଜିଲାରେ ଅନ୍‌ଲାଇନ ଏହି ପାଠ୍ୟକ୍ରମ ତଥା ହ୍ବାଟ୍‌ସଆପ୍‌ ଗ୍ରୁପରେ ଦଶମ ଶ୍ରେଣୀର ମାତ୍ର ୧୦.୫୭ ପ୍ରତିଶତ ପିଲା ଯୋଡି ହୋଇଛନ୍ତି। ଏଥିରୁ ପିଲାମାନେ କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ତାହା ସ୍ପଷ୍ଟ ବାରି ହୋଇପଡୁଛି ା
କନ୍ଧମାଳର ୫୦ ପ୍ରତିଶତ ଅଞ୍ଚଳରେ ଏବେ ବି ମୋବାଇଲ ସେବା ପହଞ୍ଚି ପାରିନାହିଁ। ଅର୍ଥାତ ନେଟୱର୍କ ନାହିଁ ା ଜିଲାର ସମସ୍ତ ୧୨ ବ୍ଲକରେ ଏହି ଅବସ୍ଥା। କେତେକ ସ୍ଥାନରେ ନେଟୱର୍କ ଥାଇ ବି ତାହା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ ା ଅନ୍ୟପକ୍ଷରେ ଗରିବ ଶ୍ରେଣୀର ଲୋକେ ସେମାନଙ୍କ ପିଲାଙ୍କୁ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ ଦେବାରେ ଅସମର୍ଥ ା ତେଣୁ ବିଦ୍ୟାଳୟରେ ଗଠନ ହେଉଥିବା ହ୍ବାଟ୍‌ସଆପ ଗ୍ରୁପରେ ପିଲାମାନେ ସାମିଲ ହୋଇପାରୁ ନାହାନ୍ତି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୧୬୬୨ଟି ସରକାରୀ ପ୍ରାଇମେରୀ ସ୍କୁଲ ଥିବା ବେଳେ ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର ୧୭୫ଟି ସ୍କୁଲରେ ହ୍ବାଟ୍‌ସଆପ ଗ୍ରୁପ ଗଠନ ହୋଇଛି ା ଯେଉଁଠି ୭୭ ହଜାର ୨ ଜଣ ପ୍ରାଥମିକ ଶ୍ରେଣୀ ପିଲାଙ୍କ ମଧ୍ୟରୁ ମାତ୍ର ୭୮୨ ଜଣ ହ୍ବାଟ୍‌ସଆପ ଗ୍ରୁପରେ ଯୋଡି ହେଇଛନ୍ତି। ସେହିପରି ୧୬୫ଟି ସେକେଣ୍ଡାରୀ ସ୍କୁଲରୁ ମାତ୍ର ୯୦ ସ୍କୁଲରେ ହ୍ବାଟ୍‌ସଆପ ଗ୍ରୁପ ଗଠନ ହୋଇପାରିଛି ା ୧୩,୪୫୭ ସେକେଣ୍ଡାରୀ ଛାତ୍ରୀଛାତ୍ରୀଙ୍କ ମଧ୍ୟରୁ ମାତ୍ର ୯୬୯ ଜଣ ଅର୍ଥାତ ୭.୨ ପ୍ରତିଶତ ଛାତ୍ରୀଛାତ୍ରୀ ହ୍ବାଟ୍‌ସଆପ ଗ୍ରୁପରେ ଯୋଡି ହେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲାରେ ଚଳିତବର୍ଷ ୯୧୪୩ ଜଣ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୯୬୭ ଜଣ ହ୍ବାଟ୍‌ସଆପ ଗ୍ରୁପରେ ଯୋଡି ହୋଇଛନ୍ତି, ଯାହାକି ମାତ୍ର ୧୦.୫୭ ପ୍ରତିଶତ ା
ଅପରପକ୍ଷରେ ସରକାର ଡିଜିଟାଲ ଲର୍ନିଂ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏଥିରେ ନବମ ଓ ଦଶମ ଶ୍ରେମୀ ପାଇଁ ଲାଇଭ୍‌ କ୍ଲାସ କରାଯିବ ା ଛାତ୍ରୀଛାତ୍ରଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିକ୍ଷକ ପାଠ ପଢାଇବେ ା ଏଥିପାଇଁ ପାଇଲଟ୍‌ ସ୍କୁଲ ଭାବେ ଜିଲାର ୧୦ଟି ସ୍କୁଲକୁ ନିଆଯାଇଛି ା ବର୍ତ୍ତମାନ ପାଇଲଟ୍‌ ୧୦ଟି ସ୍କୁଲର ଆଇଡି ପ୍ରସ୍ତୁତ ହୋଇ ଜିଲାସ୍ତରରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହୋଇଛି ା ଏଥିରେ ବିଇଓମାନେ ତାଲିମ ନେଇ ସାରିଛନ୍ତି। ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ପରେ ଏହି ଡିଜିଟାଲ କ୍ଲାସ ଆରମ୍ଭ ହେବ ା ତେବେ ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିି ହୋଇଛି। କାରଣ ଏଥିପାଇଁ ଛାତ୍ରୀଛାତ୍ରଙ୍କ ପାଖରେ ଲାପଟପ୍‌ କିମ୍ବା କମ୍ପ୍ୟୁଟର ଥିବା ନିହାତି ଆବଶ୍ୟକ ା ଯାହା ଏକପ୍ରକାର ଅସମ୍ଭବ। ଜିଲାରେ ଅନଲାଇନ ପାଠପଢା ପାଇଁ ରହିଥିବା ସମସ୍ୟା ବିଷୟରେ ସରକାରଙ୍କୁ ଅବଗତ କରାଯାଇ ସାରିଛି ବୋଲି ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri