ଅନ୍‌ଲାଇନ ପଞ୍ଜୀକରଣର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଶକ୍ତିମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ମଙ୍ଗଳବାର ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ୫-ଟି ସମ୍ପର୍କିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।
ଦିବ୍ୟଶଙ୍କର କହିଥିଲେ ଯେ,ରାଜ୍ୟବାସୀ ଯେପରି ବିଦ୍ୟୁତ୍‌ ସେବା ପାଇବାରୁ ବଞ୍ଚିତ ହେବେ ନାହିଁ, ସେହି ଦିଗରେ ବିଭାଗ ସଦାସର୍ବଦା ଯତ୍ନବାନ ହେବା ଆବଶ୍ୟକ। ଉପଭୋକ୍ତାଗଣ କିଭଳି ଅତି ସହଜରେ, ସ୍ବଳ୍ପ ସମୟରେ ନିଜ ଗୃହକୁ ବିଦ୍ୟୁତ ସଂଯୋଗ ପାଇବେ, ତା’ର ସରଳ ପ୍ରକ୍ରିୟା ଏବଂ ବିଦ୍ୟୁତ ଦେୟ ସଂଗ୍ରହ ଦିଗରେ ପ୍ରଦାନ କରାଯାଉଥିବା ସେବା ସମ୍ପର୍କିତ ତଥ୍ୟଗୁଡ଼ିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ‘ଓଡ଼ିଶା ବିଜୁ ସଂଯୋଗ’ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ କରି ଉପଭୋକ୍ତାମାନେ ୪୮ ଘଣ୍ଟାରେ ନୂତନ ବିଦ୍ୟୁତ ସଂଯୋଗ ପାଇପାରିବେ ଏବଂ ସେଗୁଡ଼ିକର ତଥ୍ୟ ୱେବ୍‌ ଓ ନିଜର ଅତ୍ୟାଧୁନିକ ମୋବାଇଲରେ ଉଭୟ ଓଡ଼ିଆ ଏବଂ ଇଂରାଜି ଭାଷାରେ ଉପଲବ୍ଧ ହେବ। ରାଜ୍ୟର ସବୁ ଅଞ୍ଚଳର ଉପଭୋକ୍ତାଗଣ ଅନ୍‌ଲାଇନ୍‌ ଦ୍ୱାରା ନିଜର ମାସିକ ବିଦ୍ୟୁତ ଦେୟ ପ୍ରଦାନ କରିପାରିବେ। ସଂପ୍ରତି ପ୍ରି ପେଡ୍‌ ୱାଲେଟ୍‌ ପ୍ରକ୍ରିୟାକରଣ କାର୍ଯ୍ୟ ଚାଲିଛି। ଏହା ଦ୍ୱାରା ଉପଭୋକ୍ତାମାନଙ୍କ ଗୃହକୁ ଯାଇ ବିଦ୍ୟୁତ ଦେୟ ସଂଗ୍ରହ ହେବ। ଏହି ସମୟରେ ଅନ୍‌ଲାଇନ୍‌ ଅର୍ଥ ପୈଠ କଲେ ଅତିରିକ୍ତ ୨ ପ୍ରତିଶତ ରିହାତି ଉପଭୋକ୍ତାଗଣ ପାଇପାରିବେ। ଉପଭୋକ୍ତାଗଣ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ଅର୍ଥ ପାଇଠ କରିପାରିବେ ଏବଂ ନିଜର କାର୍ଡ ଜରିଆରେ ମଧ୍ୟ ବିଦ୍ୟୁତ୍‌ ଦେୟ ପଇଠ କରିପାରିବେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଗୋଟିଏ ପ୍ରକାର ପାରିଶ୍ରମିକ ପ୍ରଦାନ କରାଯାଇ ବିଦ୍ୟୁତ୍‌ ଦେୟ ସଂଗ୍ରହ କରାଯିବାର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା। ଫୋନ୍‌ ଦ୍ୱାରା ୨୪ଘଣ୍ଟିଆ ଗ୍ରାହକମାନଙ୍କ ଅଭିଯୋଗ ଗ୍ରହଣ କରିବା ଏବଂ ସେଗୁଡ଼ିକର ସମାଧାନ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ମନ୍ତ୍ରୀ ଅବଗତ ହୋଇଥିଲେ।
ପ୍ରାକୃତିକ ବିପର୍ଯ୍ୟୟବେଳେ ବିଦ୍ୟୁତସେବା ଯୋଗାଇଦେବା ପାଇଁ ଅତ୍ୟଧିକ ଅର୍ଦ୍ଧକୁଶଳୀ ବିଦ୍ୟୁତ୍‌ କାର୍ଯ୍ୟଦଳ ଆବଶ୍ୟକ ରହୁଛି। ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ କାର୍ଯ୍ୟଦଳଙ୍କୁ ପ୍ରଶିକ୍ଷଣ ସକାଶେ କରାଯାଉଥିବା ବିଧିବଦ୍ଧ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପଚାରି ବୁଝିଥିଲେ। ୨୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ବାକିଆ ପଡ଼ିଥିବା ଉପଭୋକ୍ତାମାନଙ୍କୁ ବକେୟା ଜମା କରିବା ନିମିତ୍ତ ପତ୍ର ଦିଆଯାଉ, ତା’ପରେ ମଧ୍ୟ ଯଦି ସେମାନେ ବକେୟା ପୈଠ କରୁନାହାନ୍ତି, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ବିଷ୍ଣୁପଦ ସେଠୀ, ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri