Posted inରାଜ୍ୟ

ଅନ୍ୟ ଜାତିରେ ବାହା ହୋଇଥିବାରୁ ଝିଅକୁ ନେଇଗଲେ ବାପଘର ଲୋକେ

ନୟାଗଡ଼ ଅଫିସ,୧୫ା୬: ଅନ୍ୟ ଜାତିରେ ବିବାହ କରିଥିବାରୁ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ତାଙ୍କ ବାପଘର ଲୋକେ ଆସି ନେଇଯାଇଛନ୍ତି। ଏ ନେଇ ସ୍ବାମୀ ଜଣକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ସେହିଭଳି ତାଙ୍କ ସ୍ତ୍ରୀ ୪ ମାସର ଗର୍ଭବତୀ ଥିବାରୁ ଶ୍ୱଶୁର ଘର ଲୋକ ତା’ର ଗର୍ଭପାତ କରାଇ ଦ୍ୱିତୀୟ ବିବାହ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସେ ପ୍ରକାଶ କରିଛନ୍ତି। ଏହାସହ ସ୍ତ୍ରୀଙ୍କୁ ତାଙ୍କ ପାଖକୁ ଫେରାଇ ଆଣିବା ପାଇଁ ସେ ଟାଉନ ଥାନାରେ ଜଣାଇଛନ୍ତି। ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଲେଙ୍କୁଡ଼ିପଡ଼ା ଗ୍ରାମର ଦିଲୀପ କୁମାର ଗୁରୁଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା।
ଦିଲୀପ ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳର ରୁକସାନ୍‌ ବେଗମ୍‌ଙ୍କୁ ପ୍ରେମ କରୁଥିଲେ। ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଦୁହେଁ ଅଲଗା ଜାତିର ହୋଇଥିବାରୁ ଦୁଇ ପରିବାର ଏହାକୁ ବିରୋଧ କରିଥିଲେ। ଏପରିସ୍ଥଳେ ୫ ଫେବୃୟାରୀ ୨୦୧୮ରେ ଉଭୟ ନୟାଗଡ଼ରେ ରେଜିଷ୍ଟ୍ରି ବିବାହ କରିଥିଲେ। ଏହା ପରେ ଦିଲୀପ ରୁକସାନ୍‌ଙ୍କୁ ନିଜ ଘର ଲେଙ୍କୁଡ଼ିପଡ଼ାଠାରେ ରଖିଥିଲେ। ଗୁରୁବାର ଅପରାହ୍ନରେ ଦିଲୀପ ଘରେ ନ ଥିବାବେଳେ ରୁକସାନ୍‌ଙ୍କ ଭାଇ ଓ ଭିଣୋଇ ଆସି ରୁକସାନ୍‌ଙ୍କୁ ନେଇ ପଳାଇ ଯାଇଥିଲେ। ଅଧାବାଟ ଯାଇଥିବା ଖବର ପାଇ ଦିଲୀପ ତାଙ୍କ ପିଛା କରିଥିଲେ। ଶ୍ୱଶୁର ଘର ଲୋକେ ତାଙ୍କୁ ବିରୋଧ କରିଥିଲେ। ଏହା ପରେ ଦିଲୀପ ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ଫାଣ୍ଡିରେ ଅଭିଯୋଗ କରିଥିଲେ। ଦିଲୀପ ବହୁ ସମୟ ଧରି ଫାଣ୍ଡିରେ ଅପେକ୍ଷା କରିବା ପରେ ରାତି ୧୦ଟାରେ ରୁକସାନ୍‌ଙ୍କ ଭାଇ ଆସି ଶୁକ୍ରବାର ସକାଳେ ତାଙ୍କ ଭଉଣୀଙ୍କୁ ଥାନାକୁ ଆଣିବେ ବୋଲି ଫାଣ୍ଡି ଅଧିକାରୀଙ୍କୁ କହି ଯାଇଥିଲେ। ରାତି ସାରା ଦିଲୀପ ଫାଣ୍ଡିରେ ଅପେକ୍ଷା କରି ରହିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ରୁକସାନ୍‌ଙ୍କ ଭାଇ ଏକୁଟିଆ ଫାଣ୍ଡିକୁ ଆସିଥିଲେ। ଫାଣ୍ଡି ଅଧିକାରୀ ଏହାର ବିଚାର କରାଯିବ କହି ଦିଲୀପଙ୍କୁ ପଠାଇ ଦେଇଥିଲେ। ପରେ ଦିଲୀପ ଅପରାହ୍ନରେ ନୟାଗଡ଼ ଟାଉନ ଥାନାକୁ ଅଭିଯୋଗ ପାଇଁ ଆସିଥିଲେ। ଥାନା ଅଧିକାରୀ ନାହାନ୍ତି, ସନ୍ଧ୍ୟାରେ ଆସିବେ, ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ତାଙ୍କୁ କୁହାଯାଇଥିଲା। ଏପରି କି ଏହି ସମୟରେ ଦିଲୀପଙ୍କୁ ଥାନାର ଜଣେ ଏଏସ୍‌ଆଇ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ୭ଟାରେ ଥାନା ଅଧିକାରୀ ଆସି ଦିଲୀପଙ୍କୁ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ନ୍ୟାୟ ନ ପାଇଲା ପର୍ଯ୍ୟନ୍ତ ଥାନାରେ ଅପେକ୍ଷା କରିବେ ବୋଲି ପ୍ରକାଶ କରିଛନ୍ତି। ଏ ନେଇ ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି କହନ୍ତି, ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରାଯାଉଛି। ଝିଅ ନିଜ ଇଚ୍ଛାରେ ଯାଇଛି ନା ତାକୁ ଅପହରଣ କରି ନିଆଯାଇଛି ତାହା ଜଣାପଡିବା ପରେ ମାମାଲା ରୁଜୁ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପଟେ ନୟାଗଡ଼ ଚାଇଲ୍ଡ ଲାଇନ୍‌ର ସଦସ୍ୟ ଲେଙ୍କୁଡ଼ିପଡ଼ା ଗ୍ରାମରେ ପହଞ୍ଚି ଅଙ୍ଗନୱାଡ଼ି ର୍କମୀଙ୍କଠାରୁ ଝିଅଟି ୪ ମାସର ଗର୍ଭବତୀ ଥିବା ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri