ଅନ୍‌ଲାଇନରେ ମଗାଇଥିଲେ ମୋବାଇଲ୍‌, ଆସିଲା ନକଲି

ବ୍ରହ୍ମପୁର ଅଫିସ,୨୬ା୨: ଅନ୍‌ଲାଇନରେ ମୋବାଇଲ ଅର୍ଡର କରି ବ୍ରହ୍ମପୁରର ଜଣେ ଯୁବକ ହଟହଟ୍ଟା ହୋଇଛନ୍ତି। ଅସଲି ମୋବାଇଲ ବଦଳରେ ତାଙ୍କୁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଏକ ନକଲି ତଥା ଡମି ମୋବାଇଲ ମିଳିଛି। ଏ ନେଇ ଯୁବକ ଜଣଙ୍କ ସାଇବର ଥାନାରେ ଜଣାଇବା ପରେ ପୋଲିସ ହସ୍ତକ୍ଷେପ କରିଛି। ପୋଲିସ ପକ୍ଷରୁ ଉକ୍ତ ସଂସ୍ଥାକୁ ମୋବାଇଲର ସମସ୍ତ ମୂଲ୍ୟ ଫେରାଇବାକୁ କୁହାଯାଇଛି। ପୋଲିସ ହସ୍ତକ୍ଷେପ କରିବାରୁ ସଂସ୍ଥା ପକ୍ଷରୁ ଉକ୍ତ ଯୁବକ ତାଙ୍କ ଟଙ୍କା ଫେରିପାଇଛନ୍ତି।

ଅନଲାଇନରେ ମୋବାଇଲ ମଗାଇବା ପୂର୍ବରୁ ସମ୍ପୃକ୍ତ କମ୍ପାନୀ ବିଷୟରେ ଭଲ ଭାବେ ଯାଞ୍ଚ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରକାଶ ଯେ, ବଡବଜାର ଥାନା ଅନ୍ତର୍ଗତ ଓମବିହାରର ସୁମିତ ଗୌଡ଼ ନାମକ ଜଣେ ଯୁବକ ଚଳିତ ମାସ ୧୮ ତାରିଖରେ ଅନଲାଇନରୁ ଏକ ମୋବାଇଲ ମଗାଇଥିଲେ। ଏହି ମୋବାଇଲର ଦାମ ୨୨ ହଜାର ଟଙ୍କା ରହିଥିଲା। ମୋବାଇଲ ଡେଲିଭେରୀ ପୂର୍ବରୁ ଟଙ୍କା ପଇଠ କରିବାକୁ ସୁମିତଙ୍କୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ସେହିକ୍ରମରେ ସୁମିତ ସମସ୍ତ ଟଙ୍କା ପଇଠ କରିଥିଲେ। ୨୨ ତାରିଖରେ ତାଙ୍କ ପାଖକୁ ଏହି ମୋବାଇଲଟି ଡେଲିଭରି ହୋଇଥିଲା। ହେଲେ ସେ ପାର୍ସଲଟି ଖୋଲି ଦେଖିବା ପରେ ସେଥିରେ ମୋବାଇଲ ବଦଳରେ ଏକ ନକଲି ଫୋନ ରହିଥିଲା। ଏହା ଜାଣିବା ପରେ ସୁମିତ ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାକୁ ଠକେଇ ବିଷୟରେ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri