ଅନ୍ଧାରରେ ୪୬ ଗଁ।, ହୋଇନି ବିଦ୍ୟୁତ୍‌ ସଂଯୋଗ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଦାରିଙ୍ଗବାଡ଼ି,୧ା୧୦(ଡି.ଏନ.ଏ)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାର ବିଭିନ୍ନ ସୁବିଧା ସୁଯୋଗ ଦେଉଥିବା ଦୃଷ୍ଟାନ୍ତ ରହିଛି ା କିନ୍ତୁ କେତେକ ସ୍ଥାନରେ ଏହା କାର୍ଯ୍ୟକାରୀ ହେଉଥିବା ବେଳେ ଅନ୍ୟ କେତେକ ଜିଲାରେ ଲୋକେ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ଫଳରେ ଏବେବି ଅନ୍ଧାରରେ ଅଭିଶପ୍ତ ଜୀବନ ବିତାଉଥିବା ନଜିର ରହିଛି।
ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ା ୧୬ ପଞ୍ଚାୟତର ୪୬ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ନାହିଁ। ସେଠାରେ ଲୋକ ବହୁ କଷ୍ଟରେ ଚଳୁଛନ୍ତି ା ସେହିପରି ଯେଉଁ ସବୁ ଗଁାରେ ବିଦ୍ୟୁତ୍‌ ସଂଯୋଗ ହୋଇଛି ସେଥିରୁ ୧ ହଜାର ୧୨୫ ପରିବାରକୁ ବିଦ୍ୟୁତ୍‌ ଯୋଗାଣ ହୋଇନାହିଁ । ଏଭଳି ଅଭିଯୋଗ କରିଛି ସ୍ଥାନୀୟ ଲୋକ ସଂଗଠନ ତଥା ଜୀବିକା ସୁରକ୍ଷା ମଞ୍ଚ ା ସୋମବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କୁ ମଞ୍ଚ ପକ୍ଷରୁ ଦାବିପତ୍ର ଦିଆଯାଇଛି। ସେମାନଙ୍କ ଅଭିଯୋଗ ହେଲା, ଏକାଧିତ୍କ ଗ୍ରାମରେ ଖୁଣ୍ଟ ପୋତା ସରିଛି। ସେଥି ପାଇଁ ସ୍ଥାନୀୟ ଲୋକ ପରିଶ୍ରମ କରିଛନ୍ତି। ଠିକାଦାର ଟଙ୍କା ଦେଇନାହିଁ, କି ବିଦ୍ୟୁତ୍‌ ସଂଯୋଗ କରିନାହିଁ। ବିପିଏଲ ପରିବାରକୁ ସରକାରଙ୍କ ବିଜୁ ଜ୍ୟୋତି ଯୋଜନା ସହ ସୌଭାଗ୍ୟ ଯୋଜନାରେ ତୁରନ୍ତ ବିଦ୍ୟୁତ୍‌ ଯୋଗାଇଦେବାକୁ ମଞ୍ଚ ଦାବି କରିଛି ା ବ୍ଲକର ସିର୍କାବଗ ସହ କୁମ୍ଭାରୀଗଁା, ବ୍ରାହ୍ମଣୀଗଁା, ଦାସିଂବାଡ଼ି, ସୋନପୁର, ଦନେକବାଡ଼ି, ଗୁମିକିଆ, ବୁଡାଗୁଡ଼ା, ତିଲୋରୀ, ପ୍ଲିହେରୀ, ପର୍ତ୍ତମାହା ଓ ଶ୍ରାନିକେତା ଆଦିି ପଞ୍ଚାୟତର ଏକାଧିକ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ା ଆହୁରି ଉଲ୍ଲେଖ କରିଛନ୍ତି, ତୁରନ୍ତ ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ସହ ସମସ୍ତ ପରିବାରକୁ ସରକାର ରିହାତି ମୂଲ୍ୟରେ ବିଦ୍ୟୁତ୍‌ ଯୋଗାଇ ଦିଅନ୍ତୁ ା ସେହିପରି ଖୁଣ୍ଟ ପୋତା ହୋଇଥିବା ଏବଂ ରିଡିଂ ମିଟର ଲଗାଯାଇଥିବା ଗ୍ରାମକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରାଯିବା ସହ ପ୍ରତ୍ୟେକ ମାସରେ ବିଲ୍‌ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ ଆଦି ଦାବି ରହିଛି ା ମଞ୍ଚରେ ବ୍ଲକ ସଭାପତି ସନ୍ତୋଷ ପ୍ରଧାନଙ୍କ ସମେତ ମନୁ ଦିଗାଳ, ଜୋଏଲ ଦିଗାଳ ଓ ଅଞ୍ଜନ ପ୍ରଧାନଙ୍କ ସମେତ ବହୁ
ସଦସ୍ୟ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri