Posted inଜାତୀୟ

ଅନୁପସ୍ଥିତ ଏମ୍‌ପିଙ୍କୁ ମିଳିବନି ପ୍ରଶ୍ନ ପଚାରିବା ସୁଯୋଗ

ନୂଆଦିଲ୍ଲୀ,୪ା୧୨(ପି.ଟି.): ପ୍ରଶ୍ନୋତ୍ତର କାଳରେ ଯେଉଁ ଏମ୍‌ପିମାନେ ପ୍ରଶ୍ନ ପଚାରିବାକୁ ନାଁ ଦେଉଛନ୍ତି, ସେମାନେ ଅନୁପସ୍ଥିତ ରହିଲେ ଅଧିବେଶନର ଅବଶିଷ୍ଟ ସମୟରେ ପ୍ରଶ୍ନ ପଚାରିବାକୁ ସେମାନଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଙ୍ଗଳବାର ଘୋଷଣା କରିଛନ୍ତି। ଶିବସେନା ଏମ୍‌ପି ପ୍ରତାପରାଓ ଗଣପତରାଓ ଯାଦବ ରସାୟନ ଓ ସାର ମନ୍ତ୍ରଣାଳୟ ସମ୍ପର୍କରେ ପ୍ରଶ୍ନ ପଚାରିବାକୁ ନାଁ ଦେଇ ଅନୁପସ୍ଥିତ ରହିବାରୁ ବାଚସ୍ପତି ଏଭଳି ରୁଲିଂ ଜାରି କରିଥିଲେ। ଭାଜପା ଏମ୍‌ପିମାନେ ଅନୁପସ୍ଥିତ ରହୁଥିବା ପ୍ରସଙ୍ଗ ମଙ୍ଗଳବାର ସଂସଦୀୟ ଦଳ ବୈଠକରେ ଉଠିଥିଲା। ଏନେଇ ପ୍ରଧାନମନ୍ତ୍ରୀଙ୍କ ଅସନ୍ତୋଷ ସମ୍ପର୍କରେ ବରିଷ୍ଠ ନେତା ରାଜନାଥ ସିଂ ଜଣାଇଥିଲେ। ନାଗରିକତା (ସଂଶୋଧନ) ବିଲ୍‌ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହେବାକୁ ଥିବାରୁ ବହୁସଂଖ୍ୟାରେ ଉପସ୍ଥିତ ରହିବାକୁ ରାଜନାଥ ଦଳୀୟ ସଦସ୍ୟମାନଙ୍କୁ କହିଥିଲେ।
ପ୍ରୋସିଡିଂ ପ୍ରତି ଧ୍ୟାନ ଦେଇ ନ ଥିବା କେନ୍ଦ୍ରମନ୍ତ୍ରୀ ରାଓସାହେବ ପାଟିଲ୍‌ ଡାନ୍‌ଭେଙ୍କ ଉପରେ ବାଚସ୍ପତି ବିରକ୍ତି ପ୍ରକାଶ କରିଥିଲେ। ଶିବସେନା ସଦସ୍ୟ ହେମନ୍ତ ତୁକାରାମ ଗଡସେଙ୍କ ପ୍ରଶ୍ନକୁ ଶୁଣି ନ ଥିବା ଖାଉଟି ବ୍ୟାପାର ମନ୍ତ୍ରୀ ଡାନ୍‌ଭେ ତାଙ୍କୁ ପୁଣି ଥରେ ପ୍ରଶ୍ନ ପଚାରିବାକୁ କହିବାରୁ ବାଚସ୍ପତି ଧ୍ୟାନର ସହ ପ୍ରଶ୍ନ ଶୁଣିବାକୁ କହିଥିଲେ। ଗଡସେଙ୍କୁ ଦ୍ୱିତୀୟ ଥର ସମାନ ପ୍ରଶ୍ନ ନ ପଢ଼ିବାକୁ ମଧ୍ୟ ବାଚସ୍ପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଲେ ଜିଲାପାଳ, ତାଗିଦ୍‌ କରି ଅଧିକାରୀଙ୍କୁ କହିଲେ ଯଦି କିଛି ସମସ୍ୟା ଅଛି…

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସୋମବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡର ବିଭିନ୍ନ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହି ସମୟରେ କିଛି…

‘ଦୟାକରି ମୋତେ ସିଗାରେଟ୍ ପିଆଇ ଦିଅନ୍ତୁ..’ ଏନକାଉଣ୍ଟର ପରେ ପୋଲିସକୁ ଏଭଳି କହିଲେ ଅଭିଯୁକ୍ତ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶ ପୋଲିସ ବର୍ତ୍ତମାନ ଆକ୍ସନ ମୋଡରେ ରହିବା ପରି ମନେ ହେଇଛି । ଏହି ପ୍ରୟାସ ଅନୁଯାୟୀ, ରବିବାର ବିଳମ୍ବିତ ସନ୍ଧ୍ୟାରେ ମୁଜାଫରନଗର ପୋଲିସ ଏବଂ…

କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ…

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଆଇପିଏଲ ବ୍ୟାଟିଂର ପର୍ଦ୍ଦାଫାଶ: ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅନଲାଇନ୍ ମାଧ୍ୟମରେ ଚାଲୁଥିବା ଆଇପିଏଲ କ୍ରିକେଟ ବେଆଇନ ବ୍ୟାଟିଂ ଉପରେ ପୋଲିସର ଚଢ଼ାଉ ଅଭିଯାନ…

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…

ହରିହରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା, ରାସ୍ତା ଅବରୋଧ କଲେ ହରିହରପୁର ହରିଜନ ପଡାର ମହିଳା

ଲାଞ୍ଜିଗଡ଼,୧।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରିହରପୁର ଗ୍ରାମର ହରିଜନ ପଡାରେ ଜଳସଙ୍କଟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ୪୫ ଡିଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri