ଅନୁଗୋଳ ବନଖଣ୍ଡର ଅଭିନବ ପଦକ୍ଷେପ : ଗଜ ଉପଦ୍ରବ ରୋକିବେ ‘ଗଜବନ୍ଧୁ’

ଅନୁଗୋଳ ଅଫିସ, ୨୨।୬ – ଅନେକ ସମୟରେ ଗଁ। ରେ ପଶି ମଣିଷ ମାରୁଛି ହାତୀ। ଦଳି ଚକଟି ନଷ୍ଟ କରୁଛି ହେକ୍ଟର ହେକ୍ଟର ଫସଲ। କେବେ ଘର ଭାଙ୍ଗି ମାଟିରେ ମିଶାଇ ଦେଉଛି ତ ପୁଣି କେବେ ଉଜାଡ଼ୁଛି ବାଡ଼ିବଗିଚା। ଜଙ୍ଗଲ ନିକଟ ଗ୍ରାମରେ ଏପରି ହାତୀ ଉପଦ୍ରବ ଲୋକଙ୍କ ପାଇଁ ଆତଙ୍କର କାରଣ ହୋଇଥିବା ବେଳେ ବନ ବିଭାଗର ଚିନ୍ତା ମଧ୍ୟ ବଢ଼ାଇ ଦେଇଛି। ତେବେ ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ଗଜରାଜଙ୍କ ଆତଙ୍କ ରୋକିବାକୁ ଆରମ୍ଭ ହେବାକୁ ଯାଉଛି ‘ଗଜବନ୍ଧୁ’ ଯୋଜନା। ଜୁଲାଇରୁ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ଯୋଜନା ହାତୀ ସହ ମୁହଁ। ମୁହିଁରୁ ମଣିଷକୁ ରକ୍ଷା କରିବା ସହ ଫସଲ କ୍ଷୟକ୍ଷତିକୁ ମଧ୍ୟ ହ୍ରାସ କରିପାରିବ ବୋଲି ବନ ବିଭାଗ ଆଶାବ୍ୟକ୍ତ କରିଛି।
ଅନୁଗୋଳ ବନଖଣ୍ଡ ଅଧୀନରେ ଥିବା ୬ଟି ରେଞ୍ଜରେ ହାତୀକୁ ନେଇ ସର୍ବଦା ଆତଙ୍କ ଲାଗି ରହିଛି। ୨୦୧୮-୧୯ରେ ବନଖଣ୍ଡର ଛେଣ୍ଡିପଦା, ବନ୍ତଳା, କଣିହଁା, ତାଳଚେର, ଦୁର୍ଗାପୁର ଓ ପୁରୁଣାଗଡ଼ ଅଞ୍ଚଳରେ ୩୩ଟି ଘରକୁ ହାତୀ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ୫୧ଟି ଘର ଆଂଶିକ ଭାବେ ନଷ୍ଟ ହୋଇଛି। ସେହିପରି ୭ ହଜାର ୩୨୫ ଚାଷୀଙ୍କ ୧୫୭୬.୬୯ ଏକର ଜମିରେ ଫସଲ ଉଜୁଡ଼ି ଯାଇଛି। ଏହି ସମୟ ମଧ୍ୟରେ ୪ ଜଣ ମଣିଷଙ୍କ ଜୀବନ ମଧ୍ୟ ଯାଇଛି। କେବଳ ଛେଣ୍ଡିପଦା ରେଞ୍ଜରେ ୬ଟି ଘର ସମ୍ପୂର୍ଣ୍ଣ ଓ ୩୮ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୪୧୬.୬୮୮ ଏକର ଜମିରେ ଚାଷ ନଷ୍ଟ ହୋଇଛି। ବନ୍ତଳା ରେଞ୍ଜରେ ୪୬୬.୧୫ ଏକର ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ଜଣଙ୍କ ଜୀବନ ଯାଇଛି। କଣିହଁା ରେଞ୍ଜରେ ୨୬୬.୨୬ ଏକର, ତାଳଚେର ରେଞ୍ଜରେ ୧୭୦.୬୧ ଏକର ଫସଲ ଦଳିଚକଟି ଦେଇଛି ହାତୀ। ତାଳଚେରରେ ୧୩ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ୨ ଜଣଙ୍କ ଜୀବନ ନେଇଛି। ଦୁର୍ଗାପୁର ରେଞ୍ଜରେ ୧୩ଟି ଘର ସମ୍ପୂର୍ଣ୍ଣ ଓ ୧୩ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୧୩୨.୬୫ ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଛି। ପୁରୁଣାଗଡ଼ ରେଞ୍ଜରେ ଗୋଟିଏ ଘର ଭାଙ୍ଗି ଦେଇଥିବା ବେଳେ ୧୨୪.୩୩ ଏକରରେ ଫସଲ ଖାଇଦେଇଛନ୍ତି ହାତୀପଲ। ତେଣୁ ଦିନକୁ ଦିନ ବଢ଼ୁଥିବା ଗଜରାଜଙ୍କ ଏହି ଆତଙ୍କରୁ ଲୋକଙ୍କ ଧନଜୀବନ ରକ୍ଷା କରିବାକୁ ଅନୁଗୋଳ ବନଖଣ୍ଡ ପକ୍ଷରୁ ‘ଗଜବନ୍ଧୁ’ ନାମରେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ଜରିଆରେ ଲୋକମାନେ କିପରି ସଚେତନ ହୋଇ ଗଜରାଜଙ୍କ ବନ୍ଧୁ ପାଲଟିବେ ସେ ନେଇ ପ୍ରୟାସ ଆରମ୍ଭ କରାଯିବ। ଏଥିପାଇଁ ବନଖଣ୍ଡ ପକ୍ଷରୁ ଗାଁ ଗାଁ ବୁଲି ଲୋକମାନଙ୍କୁ ପ୍ରଥମେ ସଚେତନ କରାଯିବ। ଏହାପରେ ପ୍ରତି ଗାଁରୁ ୪ରୁ ୫ ଜଣଙ୍କୁ ବଛାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସମ୍ପୃକ୍ତ ଗଜବନ୍ଧୁମାନଙ୍କୁ ପାରିଶ୍ରମିକ ମଧ୍ୟ ଦିଆଯିବ। ହାତୀପଲ ଗାଁ ମୁହଁା ହେଲେ ଏହି ଗଜବନ୍ଧୁମାନେ ସେମାନଙ୍କୁ ଗାଁରୁ ତଡ଼ିଦେବା ସହ ଫସଲ ରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଲୋକଙ୍କ ଜୀବନ ରକ୍ଷା ଦିଗରେ ସେମାନେ ସହାୟକ ହୋଇପାରିବେ। ଏପରି କି ଗଁାରେ ପଶି ହାତୀପଲ ଉପଦ୍ରବ ଆରମ୍ଭ କରିବା ମାତ୍ରେ ତୁରନ୍ତ


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri