ଅନୁଗୋଳ ପୋଲିସରେ ୧୬ ଅଧିକାରୀଙ୍କ ଅଦଳବଦଳ

ଅନୁଗୋଳ ଅଫିସ,୨୩ା୬: ଅନୁଗୋଳ ଜିଲା ପୋଲିସରେ ଶନିବାର ରାତିରେ ୧୬ ଜଣ ଅଧିକାରୀଙ୍କ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଇନ୍ସପେକ୍ଟର, ୫ ଜଣ ସବ୍‌ ଇନ୍ସପେକ୍ଟର ଓ ୭ ଜଣ ଏଏସ୍‌ଆଇ ରହିଛନ୍ତି।
ଜିଲା ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ସତ୍ୟବ୍ରତ ରାଉତଙ୍କୁ ଛେଣ୍ଡିପଦା ଥାନାକୁ ବଦଳି କରାଯାଇଛି। ବଅଁରପାଳ ଥାନା ଅଧିକାରୀ କନକ କୁମାର ମାଝିଙ୍କ ପାଲଲହଡ଼ା ଥାନା ଅଧିକାରୀ ଭାବେ ବଦଳି ହୋଇଛି। ସେହିପରି ସମଲ ଥାନା ଅଧିକାରୀ ସୁନୀଲ କୁମାର କରଙ୍କୁ ବଅଁରପାଳ ଥାନା ଏବଂ ଛେଣ୍ଡିପଦା ଥାନା ଅଧିକାରୀ ପ୍ରିୟବ୍ରତ ଦାସଙ୍କୁ ଆଠମଲ୍ଲିକ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଜିଲା ପୋଲିସ ମୁଖ୍ୟାଳୟରେ ଥିବା ସବଇନ୍ସପେକ୍ଟର କଳାକାର ନାୟକଙ୍କୁ ଅନୁଗୋଳ ଟ୍ରାଫିକକୁ ବଦଳି ହୋଇଥିବାବେଳେ ଅମୁନସେନ୍‌ କିରୋଙ୍କୁ ଜିଲା ମୁଖ୍ୟାଳୟରୁ ନାଲକୋ ଥାନା, ଦୀନକୃଷ୍ଣ ମିଶ୍ରଙ୍କୁ ଜିଲା ପୋଲିସ ମୁଖ୍ୟାଳୟରୁ ସାଇବର ସେଲ, କ୍ଷୀତିଶ ପାତ୍ରଙ୍କୁ ଆଠମଲ୍ଲିକ ଥାନାରୁ ସମଲ ଥାନା, ଆଶିଷ କୁମାର ଜେନାଙ୍କୁ ନାଲ୍‌କୋ ଥାନାରୁ ବିକ୍ରମପୁର ଥାନାକୁ ବଦଳି କରାଯାଇଛି। ସେହିପରି ଏଏସ୍‌ଆଇ ଶୁଭେନ୍ଦୁ କୁମାର ଧୀରଙ୍କୁ ଛେଣ୍ଡିପଦା ଥାନାରୁ ଆଠମଲ୍ଲିକ କୋର୍ଟ, ମୀରଜା ଅନ୍‌ୱରଙ୍କୁ ଜିଲା ମୁଖ୍ୟାଳୟରୁ ଜିଲା ରିଜର୍ଭ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସରୋଜିନୀ ବାଗଙ୍କୁ ନାଲ୍‌କୋ ଥାନାରୁ ଜିଲା ପୋଲିସ ମୁଖ୍ୟାଳୟ, ଅଜୟ କୁମାର ସାହୁଙ୍କୁ ଜିଲା ପୋଲିସ ମୁଖ୍ୟାଳୟରୁ ସମଲ ଥାନା, ସନାତନ ମହାରଣାଙ୍କୁ ଜିଲା ପୋଲିସ ମୁଖ୍ୟାଳୟରୁ ତାଳଚେର ଏସଡିପିଓ କାର୍ଯ୍ୟାଳୟ, ପ୍ରଦୀପ କୁମାର ପଟ୍ଟନାୟକଙ୍କୁ ପାଲଲହଡ଼ା କୋର୍ଟରୁ ପାଲଲହଡ଼ା ଥାନାକୁ ପଠାଯାଇଛି। ସେହିପରି ରୁଷିନ୍ଦ୍ରା ପ୍ରଧାନଙ୍କୁ ପାଲଲହଡ଼ା ଥାନାରୁ ପାଲଲହଡ଼ା କୋର୍ଟକୁ ବଦଳି କରାଯାଇଥିବା ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri