Posted inଫୁରସତ

ଅନିନ୍ଦିତାଙ୍କ ଇମ୍ଫାଲରୁ ବ୍ୟାଙ୍କକ ଯାତ୍ରା

ସେ କେବଳ ସ୍ବପ୍ନ ଦେଖନ୍ତିନି, ସ୍ବପ୍ନକୁ ସାକାର କରିବାରେ ବିଶ୍ୱାସ ରଖନ୍ତି। ପ୍ରତିବନ୍ଧକକୁ ଏଡ଼େଇ ଦେଇ କେମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ସେ ଭରସା ରଖନ୍ତି ନିଜ ଉପରେ। ସେଇଥିପାଇଁ
ନିଜେ କାର୍‌ ଚଲେଇ ଇମ୍ଫାଲରୁ ଯାଇ ପହଞ୍ଚତ୍ପାରିଲେ ବ୍ୟାଙ୍କକ୍‌ରେ…

ସେ କେବଳ ସ୍ବପ୍ନ ଦେଖନ୍ତିନି, ସ୍ବପ୍ନକୁ ସାକାର କରିବାରେ ବିଶ୍ୱାସ ରଖନ୍ତି। ପ୍ରତିବନ୍ଧକକୁ ଏଡ଼େଇ ଦେଇ କେମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ସେ ଭରସା ରଖନ୍ତି ନିଜ ଉପରେ। ସେ ହେଲେ ଅନିନ୍ଦିତା ମହାପାତ୍ର। ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍‌ର ଜଣେ ଇଞ୍ଜିନିୟର ଭାବରେ କାମ କରୁଥିବା ଅନିନ୍ଦିତା ହେଉଛନ୍ତି ଅଲ୍‌-ଓମେନ ଇଣ୍ଡିଆକୁ ଥାଇଲାଣ୍ଡ୍‌ ରୋଡ ଟ୍ରିପ୍‌ରେ ପୂର୍ବଭାରତରୁ ଏକମାତ୍ର ମହିଳା ପ୍ରତିନିଧି। ଏହି ଯାତ୍ରା ଇଣ୍ଡିଆ, ମ୍ୟାନମାରରୁ ଥାଇଲାଣ୍ଡ ଯାଏ ଥିଲା। ଇମ୍ଫାଲରୁ ୨୧ ଜାନୁୟାରୀ ୨୦୧୯ରେ ତାଙ୍କ ଯାତ୍ରା ଆରମ୍ଭ କରି ପ୍ରାୟ ୨୮୦୦ କିମି ଅତିକ୍ରମ କରିବା ପରେ ସେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। ୧୦ ଦିନର ତାଙ୍କର ଏହି ସଫଳ ଯାତ୍ରା ପରେ ସେ ଅନ୍ୟମାନଙ୍କ ପାଖରେ ପାଲଟିଛନ୍ତି ଉଦାହରଣ।

ପିଲାଟି ଦିନରୁ ବେଶ୍‌ ଦୁଃସାହସୀ ଅନିନ୍ଦିତାଙ୍କର ଜନ୍ମ ରାଉରକେଲାରେ। ତାଙ୍କ ବାପା ଡାକ୍ତର ଯାମିନୀକାନ୍ତ ମହାପାତ୍ରଙ୍କର ଚାକିରି ଯୋଗୁ ସେ ବିଭିନ୍ନ ସ୍ଥାନ ବୁଲିଛନ୍ତି। ତେବେ ତାଙ୍କର ପାଠପଢ଼ା ରାଉରକେଲା ଓ ରାଞ୍ଚିରେ। ପରେ ସେ ଲଣ୍ଡନରେ ଏମ୍‌.ଟେକ୍‌ କରିବା ପରେ ନାସାର ଏକ ପ୍ରୋଜେକ୍ଟରେ ସାଇଣ୍ଟିଷ୍ଟ ଭାବରେ କାମ କରନ୍ତି। କିଛିବର୍ଷ ଓ୍ବାଶିଂଟନ୍‌ରେ କାମ କରିବା ପରେ ପୁଣି ଓଡ଼ିଶା ଆସି ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଇଞ୍ଜିନିୟର ଭାବରେ କାମ କରନ୍ତି। ତାଙ୍କ ସ୍ବାମୀ ଡ. ଦୟାଲ ପାଢ଼ୀ ଏନ୍‌ଆଇଟି ରାଉରକେଲାରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ସିନିୟର ପ୍ରଫେସର ଥିବାବେଳେ ଏକମାତ୍ର ପୁଅ ଦଶମ ଶ୍ରେଣୀରେ ଅଧ୍ୟୟନରତ। ଏସବୁଛଡା ଅନିନ୍ଦିତାଙ୍କର ସଙ୍ଗୀତରେ ମଧ୍ୟ ରୁଚି ରହିଛି। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ରୁଚି ରଖୁଥିବା ଅନିନ୍ଦିତା ଖୁବ୍‌ ସୁନ୍ଦର ଗିଟାର ବଜାନ୍ତି। ତେବେ ଏସବୁ ଭିତରେ ତାଙ୍କର ଗୋଟିଏ ସୁନ୍ଦର ଇଚ୍ଛା ରହିଛି। ସେଇଟା ହେଲା ସାରା ପୃଥିବୀ ବୁଲିବା ସହିତ ଲୋକଙ୍କ ସହ ମିଶିବା। ପିଲାଦିନେ ବାପାଙ୍କ ସହିତ ବିଭିନ୍ନ ଜାଗା ବୁଲିବା ଭିତରେ ତାଙ୍କ ମନରେ ଏହି ଇଚ୍ଛା ରହିଥିଲା। ଯାହାକୁ ସେ ସୁଯୋଗ ମିଳିଲେ ପୂରା କରୁଥିଲେ। ଦଶ ବାର ବର୍ଷ ତଳେ କୈଳାସ ମାନସରୋବର ଯାତ୍ରା କରିଥିଲେ। ତେବେ ଏଥର ସେ ଟିକେ ନୂଆ କରିବାକୁ ଚାହୁଁଥିଲେ।

ସ୍ବପ୍ନ ପୂରା କରିବାର ଝୁଙ୍କ- ସେ ଖାଲି ନୂଆ କିଛି କରିବାର ସ୍ବପ୍ନ ଦେଖୁ ନ ଥିଲେ। ସ୍ବପ୍ନ ପଛରେ ଗୋଡ଼େଇ ତାକୁ ଧରିବାର ଝୁଙ୍କ ଥିଲା ତାଙ୍କ ଭିତରେ ପ୍ରବଳ। ଶେଷରେ ତାଙ୍କୁ ସେ ସୁଯୋଗ ମିଳିଲା। ପ୍ରଥମ ଥର ପାଇଁ ମହିଳାମାନଙ୍କ ଦ୍ୱାରା ଅଲ୍‌-ଓମେନ-ରୋଡଟ୍ରିପ୍‌ର ଆୟୋଜନ ହେଲା। ମୁମ୍ବାଇର ସୁଜଲ ଓ ମେଧା ଏହି ଆୟୋଜନର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡ୍ରାଇଭିଂ ପରମିଟ, ପେପର ଓ୍ବାର୍କ ଭିଜା ଆଦି ସେମାନେ ଯୋଗାଡ କରିଥିଲେ। ଆୟୋଜକ ଓ ପ୍ରାୟୋଜକଙ୍କ ତରଫରୁ କାର ମିଳିଥିଲା। ସମୁଦାୟ ଯାତ୍ରା ଥିଲା ୧୦ ଦିନର। ତେବେ ତା’ ପୂର୍ବରୁ ଅଫିସରୁ ଛୁଟି ଆଣିବା ଘରକଥା, ସ୍ବାସ୍ଥ୍ୟପରୀକ୍ଷା ଆଦି ସରିବା ପରେ ତାଙ୍କ ପାଇଁ ସବୁଠୁ ବଡକଥା ଥିଲା ପୁଅକୁ ଛାଡି ଏତେଦିନ ରହିବା। ଅନିନ୍ଦିତା କୁହନ୍ତି, ‘ପୁଅକୁ ଏକାଛାଡି ମୁଁ ବୁଲିବାକୁ ଯିବି ଏକଥା ମୋ ଭିତରର ମା’ ମନ ଯେମିତି ବୁଝିବାକୁ ରାଜି ନ ଥିଲା। ହେଲେ ମୋ ପୁଅ ସବୁଠୁ ଅଧିକ ଚାହୁଁଥିଲା ମୁଁ କେମିତି ଟ୍ରିପ୍‌ରେ ଯାଏ। ସ୍ବାମୀ ଓ ପୁଅ କହୁଥିଲେ ତମେ ଯାଇ ଫେରିଆସ ଆମକୁ ବହୁତ ଖୁସି ଲାଗିବ, ଗର୍ବ ଲାଗିବ ା ମୋ ପରିବାର ଛଡା ଯେତେବେଳେ ମୁଁ ମୋ ସାଙ୍ଗସାଥୀଙ୍କୁ ଏକଥା କହିଲି ସେମାନେ ବହୁତ ଖୁସି ହୋଇ ମୋତେ ଉତ୍ସାହିତ କରିଛନ୍ତି। ମୋ ଭାଇ ଭଉଣୀ ସମସ୍ତେ ତ ବହୁତ ଖୁସି ହେଉଥିଲେ ା ଆଉ ମାନସିକ ସ୍ତରରେ ମୁଁ ସମସ୍ତଙ୍କର ଏତେ ସପୋର୍ଟ ପାଇଲି, ଯାହାକି ମୋ ଯାତ୍ରା ପାଇଁ ସବୁଠୁ ଅଧିକ ସାହାଯ୍ୟ କରିଥିଲା।’
କେମିତି ଥିଲା ଯାତ୍ରା-ମଣିପୁର ଇମ୍ଫାଲରୁ ତାଙ୍କର ଯାତ୍ରା ଆରମ୍ଭ। ଅନିନ୍ଦିତା କୁହନ୍ତି,‘ମଣିପୁର ଲୋକଙ୍କଠାରୁ ଖୁବ୍‌ ସୁନ୍ଦର ସ୍ବାଗତ ସମ୍ବର୍ଦ୍ଧନା ମିଳିଥିଲା। ଆମେ ସେଠାକାର ଲେଡିଜ ମାର୍କେଟ ଯାଇଥିଲୁ ଯେଉଁଠାରେ ୩୦୦୦ ମହିଳା ବିଭିନ୍ନ ଜିନିଷ ଧରି ବିକ୍ରି କରୁଥିଲେ। ତା’ପରେ ମଣିପୁରର ପ୍ରସିଦ୍ଧ ଆରକେସିଏସ ଆର୍ଟ ଗ୍ୟାଲେରୀ ବୁଲିଥିଲୁ। ତା ’ ପରଦିନ ମଣିପୁର ଟୁରିଜମ କର୍ପୋରେଶନ୍‌ ଚେୟାରମ୍ୟାନଙ୍କ ଫ୍ଲାଗ ଅଫ୍‌ ପରେ ଆମେ ଆମର ବହୁ ପ୍ରତୀକ୍ଷିତ ଯାତ୍ରା ଆରମ୍ଭ କରିଥିଲୁ। ୧୬ ଜଣ ମହିଳାଙ୍କ ପାଇଁ ପାଞ୍ଚଟି କାର। ପ୍ରତି ଗାଡିରେ ତିନି ଚାରିଜଣ ଥିଲୁ। ଆମ ସହିତ ମଣିପୁର ଟୁରିଜମ ଓ ପୋଲିସ ବିଭାଗ ତରଫରୁ ଗୋଟିଏ ଏସକର୍ଟ ଗାଡି ଇଣ୍ଡିଆ, ମ୍ୟାନମାର ବର୍ଡର ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଥିବା ଇମିଗ୍ରେଶନ୍‌ ଅଫିସ ତରଫରୁ ମଧ୍ୟ ଆମକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏବଂ ସେମାନେ ବର୍ଡର ଅତିକ୍ରମ କରିବା ପାଇଁ ଯାହାସବୁ ଔପଚାରିକତା ଥାଏ ତାକୁ ପୂରା କରିଥିଲେ। ସେହିଦିନ ଅପରାହ୍ନରେ ଆମେ ପ୍ରସିଦ୍ଧ ଫ୍ରେଣ୍ଡଶିପ ବ୍ରିଜ ଅତିକ୍ରମ କରି ମ୍ୟାନମାର ବର୍ଡର ‘ତାମୁ’ରେ ପହଞ୍ଚିଲୁ। ତା’ପରେ ମ୍ୟାନମାର ବର୍ଡର ପାରକରି ଛୋଟିଆ ସହର ‘କାଲେ’ରେ ପହଞ୍ଚି ସେଠାରେ ରାତ୍ରିଯାପନ କଲୁ। ରାସ୍ତାରେ ଆମ ଯାତ୍ରା ସମୟରେ ବର୍ମା ଲୋକଙ୍କଠାରୁ ଆମକୁ ବହୁତ ଭଲପାଇବା ମିଳିଥିଲା। ଭାରତୀୟ ଲୋକମାନଙ୍କ ପାଇଁ ତାଙ୍କ ମନରେ ଖୁବ୍‌ ଶ୍ରଦ୍ଧା। ହୋଟେଲରେ ଖାଇବା ସମୟରେ ବି ସେଠାକାର ଲୋକ ଆସି ଆମକୁ ନମସ୍କାର କରି ଅଭିବାଦନ ଜଣାଉଥିଲେ। ଆମେ ସେମାନଙ୍କ ଭାଷା ସିନା ବୁଝିପାରୁ ନ ଥିଲୁ କିନ୍ତୁ ସେମାନଙ୍କ ଭଲପାଇବା ଆଉ ଆନ୍ତରିକତାକୁ ଠିକ୍‌ ବୁଝୁଥିଲୁ। ଯେତେ ସମ୍ଭବ ସେମାନେ ଆମକୁ ସାହାଯ୍ୟ କରିବାକୁ ଚାହୁଁଥିଲେ। ମଝିରେ ମଝିରେ ରାସ୍ତାରେ କଫି ପାଇଁ ଅଟକୁଥିଲୁ। ରାତିରେ ହୋଟେଲରେ ରହୁଥିଲୁ। କିନ୍ତୁ ବାଟ ସାରା ପ୍ରାୟ ସବୁ ଦର୍ଶନୀୟ ଜାଗା ଆମେ ଦେଖି ଦେଖି ଯାଇଛୁ। ଯେମିତି ‘ମହାବୋଧି ତା ହତାଙ୍ଗ’ ଏହା ହେଉଛି ପୃଥିବୀର ଦ୍ୱିତୀୟ ଉଚ୍ଚତମ ଶୋଇଥିବା ବୁଦ୍ଧ ମୂର୍ତ୍ତି ପାଇଁ ପ୍ରସିଦ୍ଧ। ତା’ପରେ ‘ଓଲ୍ଡ ବାଗାନ’, ଏଠାରେ ସବୁଜିମା ଭିତରେ ରହିଛି ଦୁଇ ହଜାରରୁ ଅଧିକ ବୌଦ୍ଧ କୀର୍ତ୍ତିରାଜି।

ଏହାଛଡା ପାଗୋଡା ଓ କାଠ କାରୁକାର୍ଯ୍ୟ ଆଦି ଦେଖିଲୁ। ମ୍ୟାନମାର ମୂଲ୍ୟବାନ ପଥର ଓ ଗହଣା ପାଇଁ ବି ପ୍ରସିଦ୍ଧ। ଓଲ୍‌ଡ ବାଗାନରୁ ବାଗୋର ରାସ୍ତା ଖୁବ୍‌ ସୁନ୍ଦର। ଆମେ ଗୋଟିଏ ଦଳରେ ୫୬୦ କିମି ଅତିକ୍ରମ କରିଗଲୁ। ଥାଇଲାଣ୍ଡ ବର୍ଡର ପାର କରିବା ପୂର୍ବରୁ ବାଗୋ ଥିଲା ଆମ ଶେଷ ରହଣି।

ମ୍ୟାନମାରରେ ରାସ୍ତାର ଡାହାଣ ପଟେ ଗାଡି ଚଲେଇବାକୁ ହୁଏ। ଯାହାକି ଅନ୍ୟମାନଙ୍କ ପାଇଁ ଟିକେ ସମସ୍ୟା ହେଲା। ହେଲେ ମୁଁ କିଛିବର୍ଷ ୟୁଏସ୍‌ଏରେ ରହିଥିବା ଯୋଗୁ ମୋ ପାଇଁ ଯେମିତି କିଛି ଅସୁବିଧା ହେଲାନାହିଁ। ମ୍ୟାନମାର ଟୁରିଜମ୍‌ ବିଭାଗ ତରଫରୁ ଆମ କଡେ କଡେ ଗୋଟିଏ ଏସକର୍ଟ ଗାଡି ବି ଯାଉଥାଏ। ଆଉ ସେହି ଗାଡିକୁ ଅତିକ୍ରମ କରି ଯିବା ପାଇଁ ଆମକୁ ଅନୁମତି ନ ଥିଲା। ବ୍ୟାଙ୍କକ ଯିବା ରାସ୍ତାରେ ଆମେ ମେ ସୋଟ୍‌, ସାରାବୁରି, ଏବଂ ସୁଖୋଥାଇ ସହର ଅତିକ୍ରମ କରି ଏସିଆନ ହାଇଓ୍ବେରେ ଗାଡି ଚଲେଇବାର ଖୁବ୍‌ ମଜା ନେଇଛୁ। ଯେତେବେଳେ ଆମେ ବ୍ୟାଙ୍କକରେ ପହଞ୍ଚିଲୁ ଖୁବ୍‌ ବଡଧରଣର ସ୍ବାଗତ ସମ୍ବର୍ଦ୍ଧନା ଆମକୁ ଅପେକ୍ଷା କରି ରହିଥିଲା। ସନ୍ଧ୍ୟାରେ ଖୁବ୍‌ ସୁନ୍ଦର ଉତ୍ସବର ଆୟୋଜନ ହୋଇଥିଲା। ଖୁସିର ସେହି ମୁହୂର୍ତ୍ତ ସବୁ କେବେ ଭୁଲିହେବ ନାହିଁ। ଆଉ ବି ଭୁଲି ହେବନାହିଁ ସେଠାକାର ଦିଗନ୍ତବ୍ୟାପୀ ସବୁଜିମା, ବୌଦ୍ଧ କୀର୍ତ୍ତିରାଜି, ସୁନ୍ଦର ହାଇଓ୍ବେ ସର୍ବୋପରି ସେଠାକାର ଲୋକଙ୍କ ଅଜସ୍ର ଭଲପାଇବା।

ସେଠାରୁ ଫେରି ମୁଁ ଯେତେବେଳେ ରାଉରକେଲାରେ ପହଞ୍ଚିଲି ଅନେକ ଲୋକ ଆସି ଶୁଭେଚ୍ଛା ଜଣାଇଛନ୍ତି। ମହିଳାମାନଙ୍କ ଦ୍ୱାରା ପ୍ରଥମ କରି ଆୟୋଜନ କରାଯାଇଥିବା ଏହି ରୋଡଟ୍ରିପ୍‌କୁ ନେଇ ଅନେକେ ପ୍ରଶଂସା କରିଛନ୍ତି। କିନ୍ତୁ ଏଥିରୁ ମୁଁ ଗୋଟିଏ କଥା ଅନୁଭବ କରିଛି ଯେ, ପିତାମାତାଙ୍କ ଆଶୀର୍ବାଦ ଓ ପରିବାରର ସହଯୋଗ ଥିଲେ ମହିଳାମାନେ ଅନେକ ଅସମ୍ଭବକୁ ସମ୍ଭବ କରିପାରିବେ। ତେବେ ତାଙ୍କର ନିଜ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବା ସହିତ ନିଜ ଉପରେ ବିଶ୍ୱାସ ରହିବା ଦରକାର।

-ରୋଜାଲିନ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri