ନିୟମ କୋହଳ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ସରକାର ପୁନର୍ବାର ଟ୍ରାଫିକ ଧରପଗଡ଼ କଡାକଡି କରିଛନ୍ତି। ଦୁଇଥର ୩ ମାସ ଲେଖା ମହଲତ ଦେବା ପରେ ସରକାର ମାର୍ଚ୍ଚ ୧ ତାରିଖରୁ ପୁଣି କଠୋର ହୋଇଛନ୍ତି। ଟ୍ରାଫିକ ଧରପଗଡ଼ ଜୋରଦାର ହୋଇଥିବା ବେଳେ ଧରାପଡୁଥିବା ନିୟମ ଉଲ୍ଲଂଘନକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଟ୍ରାଫିକ ଧରପଗଡ କୋହଳ କରିବାକୁ କଂଗ୍ରେସ ଦାବି କରିଛି। ଯଥାଶୀଘ୍ର ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଅନ୍ୟ ରାଜ୍ୟ ଭଳି ଜରିମାନା କମାଇବାକୁ ଦାବି କରାଯାଇଛି। ନଚେତ୍‌ ଆନ୍ଦୋଳନକୁ ଓହ୍ଲାଇବାକୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୁରେଶ କହିଛନ୍ତି ଯେ, ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନାମରେ ସାଧାରଣ ଜନତାଙ୍କୁ ଅତ୍ୟାଚାର କରାଯାଉଛି। ପୋଲିସ ଓ ଆର.ଟି.ଓ. ଗାଡି ଚାଳକଙ୍କୁ ଯେଭଳି ବ୍ୟବହାର କରୁଛନ୍ତି ତାହା ହିଟ୍‌ଲରି ଶାସନ ଓ ଇଦ୍‌ ଅମିନ୍‌ ଶାସନକୁ ବଳି ଯାଇଛି। ଗାଡି ଚାଳକଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଛି, ତାହା ଗାଡିର କ୍ରୟ ମୂଲ୍ୟ ଠାରୁ ଅଧିକ। ରୋଗୀ, ଛାତ୍ର, ପରୀକ୍ଷାର୍ଥୀ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଗାଡିକୁ ଅଟକାଇ ଗାଳିଗୁଲଜ କରିବା ସହ ଥାନାକୁ ଜବରଦସ୍ତ ନିଆଯାଉଛି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ସ୍ପୃହଣୀୟ ନୁହେଁ। ଲୋକମାନେ ଭୋଟ ଦେଇ ବିଜେଡି ଓ ଭାଜପାକୁ ସରକାରରେ ବସାଇଛନ୍ତି। ମାତ୍ର ସରକାରକୁ ଆସିବା ପରେ ଲୋକମାନଙ୍କ ପ୍ରତି ଉଭୟ ଦଳ ଯେଭଳି ଅମାନୁଷିକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଜନସାଧାରଣଙ୍କୁ ଅତିଷ୍ଠ କଲାଣି। କେନ୍ଦ୍ର ଓ ରାଜ୍ୟ ସରକାର ଯଦି ନିୟମ ପରିବର୍ତ୍ତନ ନ କରନ୍ତି ଏବଂ ପୋଲିସ ଓ ଆର.ଟି.ଓ. ତାଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସଂଶୋଧନ ନ କରନ୍ତି, ତେବେ ଆର.ଟି.ଓ., କମିଶନର ଅଫିସ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସୁରେଶ ଚେତାବନୀ ଦେଇଛନ୍ତି। ସୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ଖରାପ ବ୍ୟବହାରକୁ ସମର୍ଥନ କରାଯିବନି। ଭଦ୍ର ବ୍ୟବହାର ଲୋକଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଧନ ଜୀବନ ରକ୍ଷା କରିବା ସରକାରଙ୍କ ଦାୟିତ୍ୱ। ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ୫୦ପ୍ରତିଶତ ଦୁର୍ଘଟଣା ହ୍ରାସ ପାଇଛି। ସମସ୍ତେ ନିୟମକୁ ପାଳନ କରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri