ଅଧିକ ସ୍ତନ୍ୟପାନ କରିଥିବା ଶିଶୁ ପରିବାର ପ୍ରତି ସମ୍ବେଦନଶୀଳ

ସ୍ତନ୍ୟପାନ କରୁଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ। ଏନେଇ ବୋଇସ୍‌ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ। ମା’ ଓ ଶିଶୁ ମଧ୍ୟରେ ସୃଷ୍ଟି ହେଉଥିବା ମମତା ଶିଶୁର ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ସେ ପରିବାର ପ୍ରତି ସମ୍ବେଦନଶୀଳ ହୋଇଥାଏ। ଅପରପକ୍ଷରେ କମ୍‌ ଦିନ ସ୍ତନ୍ୟପାନ କରିଥିବା ଶିଶୁ ଓ ମା’ ମଧ୍ୟରେ ବନ୍ଧନ ପ୍ରାୟତଃ ସୁଦୃଢ଼ ହୋଇପାରି ନ ଥାଏ। ଆଧୁନିକ ସଭ୍ୟତାରେ ପରିବର୍ତ୍ତିତ ଜୀବନ ଶୈଳୀରେ ଅନେକ ମା’ ବିଭିନ୍ନ କାରଣରୁ ସେମାନଙ୍କର ଶିଶୁକୁ ଅଧିକ ଦିନ ସ୍ତନ୍ୟପାନ କରାଇପାରୁ ନାହାଁନ୍ତି। ଫଳରେ ଶିଶୁଟି ବଡ ହେବା ପରେ ମା’ ସହିତ ତାହାର ସମ୍ପର୍କ ସେତେ ସୁଦୃଢ଼ ହୋଇ ପାରୁନାହିଁ। ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ସ୍ତନ୍ୟପାନ ଅବଧି କମ୍‌ ରହିଥାଏ। ଫଳରେ ସେଠାରେ ସଂଯୁକ୍ତ ପରିବାର ଦେଖିବାକୁ ମିଳି ନ ଥାଏ। ଅନ୍ୟପକ୍ଷରେ ଭାରତରେ ସ୍ତନ୍ୟପାନ ଅବଧି ଅଧିକ ରହିଥିବାରୁ ଏଠାରେ ଅଭିବକ୍ତ ପରିବାର ଦେଖିବାକୁ ମିଳିଥାଏ। ତେବେ ଆଧୁନିକ ଚିନ୍ତାଧାରା ଯୋଗୁ ଏପରି ହେଉଥିବା ଗବେଷକ ସୂଚିତ କରିଛନ୍ତି। ଯାହାକି ମା’, ଶିଶୁ ଓ ସଂଯୁକ୍ତ ପରିବାର ମଧ୍ୟରେ ଦୂରତା ବଢ଼ାଉଛି ବୋଲି ଏହି ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଇଟ ହାଉସ ପାର୍ଟିରେ ଗୁପଚୁପର ଏଣ୍ଟ୍ରି, ବିଦେଶୀଙ୍କୁ ଖୁବ ପସନ୍ଦ

ଓ୍ବାଶିଂଟନ,୧୪।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଏକ ରୋଜ ଗାର୍ଡେନ ରିସେପ୍ସନ ଆୟୋଜନ କରିଥିଲେ। ଏହି ସମୟରେ ସମଗ୍ର ହ୍ବାଇଟ ହାଉସ ମହମ୍ମଦ ଇକବାଲଙ୍କ...

ବ୍ରିଟେନ ଦେଲା ବଡ ଝଟ୍‌କା, ୯୧ ହଜାର ଭାରତୀୟ ଛାତ୍ରଙ୍କ ଉପରେ ପଡିବ ପ୍ରଭାବ

ଲଣ୍ଡନ,୧୪।୫: ବ୍ରିଟେନର ଋଷି ସୁନକ ସରକାର ଭାରତୀୟ ଛାତ୍ରମାନଙ୍କୁ ଏକ ବଡ ଝଟ୍‌କା ଦେବାକୁ ଯାଉଛନ୍ତି। ସ୍ନାତକୋତ୍ତର ଭିସା ରୁଟ ବନ୍ଦ କରିବାକୁ ସରକାରଙ୍କ ମାଇଗ୍ରେସନ...

ଭାରତ ଇରାନ ମଧ୍ୟରେ ଚାବାହାର ଚୁକ୍ତିକୁ ନେଇ ରାଗିଲା ଆମେରିକା, ଦେଲା ଏମିତି ଧମକ

ଓ୍ବାଶିଂଟନ,୧୪।୫: ଇରାନର ଚାବାହାର ବନ୍ଦର ଚଳାଇବା ପାଇଁ ଭାରତ ୧୦ବର୍ଷର ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଆମେରିକା ରାଗି ଯାଇଛି। ଆମେରିକା କହିଛି ଯେ ଇରାନ...

ମାଳଦ୍ୱୀପ ପ୍ରତି ବଡ଼ ହୃଦୟ ଦେଖାଇଲା ଭାରତ

ମାଲେ/ନୂଆଦିଲ୍ଲୀ,୧୪।୫: ମାଳଦ୍ୱୀପ ସହିତ ସମ୍ପର୍କ ଖରାପ ମଧ୍ୟରେ ଭାରତ ପୁଣି ଏକ ବଡ଼ ହୃଦୟ ଦେଖାଇଛି। ପର୍ଯ୍ୟଟନ କ୍ଷେତ୍ରରେ ଏକ ଝଟ୍‌କାର ସମ୍ମୁଖୀନ ହୋଇଥିବା ମାଳଦ୍ୱୀପ...

ଜୟଶଙ୍କରଙ୍କ ଏହି କଥା ଶୁଣି ଖୁସିରେ ଗଦ୍‌ଗଦ୍‌ ଚାଇନା: ପ୍ରଶଂସାରେ ହେଲା ଶତମୁଖ

ନୂଆଦିଲ୍ଲୀ,୧୪।୫: ଆମେରିକାର ପ୍ରାଧାନ୍ୟ ବିରୋଧରେ ଏସ ଜୟଶଙ୍କରଙ୍କ ଏକ ବିବୃତ୍ତିକୁ ଚାଇନା ବହୁତ ପସନ୍ଦ କରିଛି। ନେପାଳରେ ପୋଷ୍ଟ ହୋଇଥିବା ଚାଇନା ରାଷ୍ଟ୍ରଦୂତ ଚେନ ଶୋଙ୍ଗ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

ଛାଡପତ୍ର ପରେ ପଦରୁ ବି ଇସ୍ତଫା ଦେଲେ ମେଲିଣ୍ଡା: ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୩।୫: ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଗକୁ ବଢିବା...

‘ପ୍ରଚଣ୍ଡ’ଙ୍କ ନେତୃତ୍ୱ ବାଲା ସରକାରଙ୍କୁ ଲାଗିଲା ବଡ ଝଟ୍‌କା

କାଠମାଣ୍ଡୁ,୧୩।୫: ନେପାଳର ଉପପ୍ରଧାନମନ୍ତ୍ରୀ ତଥା ଜନତା ସମାଜବାଦି ପାର୍ଟି-ନେପାଳ (ଜେଏସପି-ଏନ)ର ଅଧ୍ୟକ୍ଷ ଉପେନ୍ଦ୍ର ଯାଦବ ସୋମବାର ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଯାଦବଙ୍କ ଇସ୍ତଫା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri