ଅଧିକ ସମୟ ଟିଭି ଦେଖୁଛନ୍ତି କି? ହୋଇପାରେ ଏହି ପ୍ରାଣଘାତୀ ରୋଗ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଯଦି ଆପଣ ଟିଭି ପ୍ରେମୀ ହୋଇଥାନ୍ତି, ତେବେ ଏବେଠୁ ସାବଧାନ ହୋଇଯାନ୍ତୁ। ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି, ଯଦି ଆପଣ ଦୀର୍ଘ ସମୟ ଧରି ଟିଭି ଦେଖୁଥାନ୍ତି କିମ୍ବା କମ୍ପ୍ୟୁଟର୍‌ ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ସମୟ ବ୍ୟତୀତ କରୁଥାନ୍ତି, ତେବେ ଆପଣଙ୍କୁ ପାକସ୍ଥଳୀ କ୍ୟାନସର୍‌ ହେବାର ସମ୍ଭାବନା ରହିଛି। ହାଭାର୍ଡ ମେଡିକାଲ୍‌ ସ୍କୁଲ୍‌ ଏବଂ ମାସାଚୁସେଟ୍ସ ଜର୍ଣ୍ଣାଲ୍‌ ହସ୍ପିଟାଲ୍‌ରେ କରାଯାଇଥିବା ଗବେଷଣାରେ କୁହଯାଇଛି, ଯଦି କୌଣସି ବ୍ୟକ୍ତି ଦିନକରେ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିରହି ଟିଭି ଦେଖୁଥାନ୍ତି, ତେବେ ତାଙ୍କୁ ପାକସ୍ଥଳୀ କ୍ୟାନସର୍‌ ହେବାର ସମ୍ଭାବନା ୭୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ। ଏହି ଗବେଷଣା ଜେଏନ୍‌ସିଆଇ କ୍ୟାନସର୍‌ ସ୍ପେକ୍ଟ୍ରମ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ଗବେଷଣା ମୁତାବକ, ଯେଉଁମାନଙ୍କ ବୟସ ୫୦ରୁ କମ୍‌ ସେମାନଙ୍କର ଅନିୟମିତ ଜୀବନଶୈଳୀ କ୍ୟାନସର୍‌ କାରଣ ହୋଇପାରେ। ଏହି କ୍ୟାନସର୍‌ ପାଇଁ ସାମାନ୍ୟ ଭାବେ ‘ପାକସ୍ଥଳୀ କ୍ୟାନସର୍‌’ କିମ୍ବା ‘ବୋୱେଲ୍‌ କ୍ୟାନସର୍‌’ ଶବ୍ଦ ପ୍ରୟୋଗ କରାଯାଏ। ଯଦି ପ୍ରାରମ୍ଭିକୁ ସୋପାନରେ ଏହାର ଚିହ୍ନଟ କରାଯାଇ ଚିକିତ୍ସା କରାଯାଏ, ତେବେ ରୋଗ ଆରୋଗ୍ୟସାଧ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri