ଅଧିକ ମଦ ବିକିଲେ ପୁରସ୍କାର ପ୍ରସ୍ତାବ: ଅଭିଜ୍ଞତା ନୁହେଁ ଅପରିପକ୍ୱତା

ବଅଁରପାଳ, ୨୧ା୭ (ଡି.ଏନ.ଏ.)- ଜରାଟ, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦୀପ ଓ ବିହାର ପରି ଗୋଟିଏ ପରେ ଗୋଟିଏ ରାଜ୍ୟ ମଦକୁ ନିଷେଧ କରିଥିବା ବେଳେ ଓଡ଼ିଶା ସରକାର ଏହାର ବିପରୀତ କାର୍ଯ୍ୟ କରିବା, ସର୍ବୋପରି ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟି ଅଧିକ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୁରସ୍କୃତ ଲାଗି ସୁପାରିସ କରିବା ରାଜ୍ୟ ସରକାରଙ୍କ ସାମାଜିକ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ୨ଲକ୍ଷ ୬୦ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଦୁର୍ଘଟଣାରେ ବାର୍ଷିକ ଦେଢ଼ଲକ୍ଷ ଲୋକଙ୍କ ଜୀବନ ଯାଉଥିବା ବେଳେ ଅଧିକାଂଶ ଦୁର୍ଘଟଣା ମଦ୍ୟପାନ ଜନିତ ବୋଲି ରିପୋର୍ଟ ପ୍ରକାଶ ପାଉଛି। ଦୁର୍ଘଟଣା ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ ବସୁଥିବା ସଡ଼କ ନିରାପତ୍ତା କମିଟି ବୈଠକରେ ଚିନ୍ତାବ୍ୟକ୍ତ କରାଯାଉଛି। ନିଶା ପାଇଁ କେତେ ପରିବାର ଉଜୁଡ଼ି ଯାଉଛି ତାହାର ହିସାବ ସରକାରଙ୍କ ନିକଟରେ ରହିଛି। ତଥାପି ସମାଜର ଏହି ଶତ୍ରୁ ମଦକୁ ପ୍ରୋତ୍ସାହନ ରାଜ୍ୟ ସରକାରଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା ନୁହେଁ ଅପରିପକ୍ୱତାକୁ ଦର୍ଶାଉଥିବା ସାଧାରଣରେ ଆଲୋଚନା ହେଉଛି।
ସବୁଠି ବିରୋଧ ସ୍ବର ଉଠିବା ଦରକାର
ମଦ ବ୍ୟବସାୟୀଙ୍କୁ ପୁରସ୍କାର ପରିବର୍ତ୍ତେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ପାଇଁ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ କିପରି ପୁରସ୍କୃତ କରି ସେମାନଙ୍କ ମନୋବଳ ବଢ଼ାଯିବ ସେ ନେଇ ଯଦି ସୁପାରିସ କରାଯାଆନ୍ତା ତା’ହେଲେ ରାଜ୍ୟବାସୀ ଉପକୃତ ହୋଇପାରନ୍ତେ। କିନ୍ତୁ ଏ ଦିଗରେ ଆବଶ୍ୟକ ଧ୍ୟାନ ଦିଆଯାଉ ନାହିଁ। ମଦ ବିରୋଧରେ ରାଜ୍ୟର ପ୍ରତିଟି ସ୍ଥାନରେ ମହିଳାମାନେ ବିରୋଧର ସ୍ବର ଉଠାଉଥିବା ବେଳେ ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ କାର୍ଯ୍ୟକାରୀ କରାଗଲେ ଅନେକଙ୍କ ସଂସାର ଉଜୁଡ଼ିଯିବ। ଏପରି ଜନବିରୋଧୀ ପ୍ରସ୍ତାବ ବିରୋଧରେ ସବୁଆଡ଼ୁ ସ୍ବର ଉଠିବା ଦରକାର।
-ସବିତା ପ୍ରଧାନ, ସମ୍ପାଦିକା, ମା’ତାରିଣୀ ମହିଳା ସଂଘ, କୁଲାଡ଼
ଅସାମାଜିକ କାର୍ଯ୍ୟକଳାପ ଅଧିକ ବଢ଼ାଇବ
ମଦ ପାଇଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସମାଜରେ ଶାନ୍ତି ବ୍ୟାହତ ହେଉଛି। ପାରିବାରିକ ହିଂସା, ନିର୍ଯାତନା ଓ ବଳାତ୍କାର ପରି ଘଟଣା ବଢ଼ିଚାଲିଛି। ତେଣୁ ନିଶା କାରବାରକୁ ସମ୍ପୂର୍ଣ୍ଣ ନିଷେଧ କରିବାର ସମୟ ଆସିଯାଇଛି। ସେଥିପାଇଁ ଗିରାଙ୍ଗ ଛକ ଠାରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଉଚ୍ଛେଦ କରିବା ପାଇଁ ଆମେ ଦୀର୍ଘ ଦେଢ଼ବର୍ଷ ଧରି ଲଢ଼େଇ କରୁଛୁ। ଏଥିରେ ପ୍ରଶାସନ, ପୋଲିସ ସହଯୋଗ କରୁନାହିଁ। ଏବେ ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟିର ପ୍ରସ୍ତାବ ସରକାର ଗ୍ରହଣ କଲେ ଅସାମାଜିକ କାର୍ଯ୍ୟକଳାପ ଅଧିକ ବଢ଼ିଯିବ।
-ପ୍ରଭାସିନୀ ସାମଲ, ସଭାନେତ୍ରୀ, ଆଦିଶକ୍ତି ସ୍ବୟଂସହାୟକ ଗୋଷ୍ଠୀ, ଗିରାଙ୍ଗ

ଆଶ୍ଚର୍ଯ୍ୟକର ପ୍ରସ୍ତାବ
ରାଜ୍ୟରେ ଅଧିକ ପରିମାଣର ମଦ ବିକ୍ରି ଅଧିକ ମଦ୍ୟପ ସୃଷ୍ଟି କରିବ। ଏହାର ପ୍ରଭାବ ସିଧାସଳଖ ସେମାନଙ୍କ ସ୍ବାସ୍ଥ୍ୟ ଓ ପରିବାର ଉପରେ ପଡ଼ିବ। ଲୋକଙ୍କୁ ନିଶାସକ୍ତ କରି ରାଜସ୍ବ ବୃଦ୍ଧି କରାଗଲେ ତାହା ରାଜ୍ୟର କି ଉନ୍ନତି କରିବ ସେ ନେଇ ସରକାର ଗଭୀର ଭାବେ ଚିନ୍ତା କରିବା ଦରକାର। କେଉଁ ବିଚାରରେ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ଏପରି ବିଚିତ୍ର ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଲେ ତାହା ଆଶ୍ଚର୍ଯ୍ୟକର। ରାଜସ୍ବ ବଢ଼ାଇବା ପାଇଁ ଭିନ୍ନ ପନ୍ଥା ବାହାର ନ କରି ସମାଜକୁ ନଷ୍ଟ କରୁଥିବା ନିଶାକୁ ଟାର୍ଗେଟ୍‌ କରାଯିବା ନିଶ୍ଚିତ ଚିନ୍ତାଜନକ।
-ରୁବି ଗଡ଼ନାୟକ, ସଭାନେତ୍ରୀ, ଅନ୍ନପୂର୍ଣ୍ଣା ମହିଳା ସ୍ବୟଂସହାୟକ ଗୋଷ୍ଠୀ, ଗିରାଙ୍ଗ

ମହିଳା ସଶକ୍ତୀକରଣ ଦିଗରେ ବାଧକ
ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ସମାଜରୁ ନିଶା ସମ୍ପୂର୍ଣ୍ଣ ନ ହଟିଲେ ସରକାରଙ୍କ ଉକ୍ତ ଯୋଜନାର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। କାରଣ ନିଶା ହିଁ ଏ ଦିଗରେ ବଡ଼ ପ୍ରତିବନ୍ଧକ ହୋଇଆସିଛି। ମଦର ବହୁଳ ପ୍ରସାର କେବେ ସେମାନଙ୍କ ପରିବାରର ଉନ୍ନତି କରିପାରିବ ନାହିଁ। ଏ ଦିଗରେ ରାଜ୍ୟ ସରକାର ଗୁରୁତ୍ୱର ସହ ଚିନ୍ତା କରିବା ଜରୁରୀ। ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ମଦ ନିଷେଧ କରାଯାଉ। ଏହା ହେଲେ ହିଁ ମହିଳା ସଶକ୍ତୀକରଣର ଅସଲ ଉଦ୍ଦେଶ୍ୟ ସାଧିତ ହୋଇପାରିବ।
-ରେବତୀ ଗଡ଼ନାୟକ, ସଭାନେତ୍ରୀ, ସିଦ୍ଧେଶ୍ୱରୀ ମହିଳା ସ୍ବୟଂସହାୟକ ଗୋଷ୍ଠୀ, ନାଲ୍‌କୋ
ଅପରାଧ ବଢ଼ାଇବାର ମାଧ୍ୟମ
ଅନେକ ସମୟରେ ନିଶା ମଣିଷକୁ ଅପରାଧୀ ସଜାଇ ଦେଉଛି। ଜଘନ୍ୟରୁ ଜଘନ୍ୟ କାଣ୍ଡ ଘଟାଇବାରେ ଏହା ହିଁ ମାଧ୍ୟମ ସାଜୁଛି। ହତ୍ୟା, ବଳାତ୍କାର ଠାରୁ ଆରମ୍ଭ କରି ସଡ଼କ ଦୁର୍ଘଟଣା ଯାଏ ବହୁ କ୍ଷେତ୍ରରେ ମଦ ହିଁ ବିଶୃଙ୍ଖଳା ଓ ଜୀବନହାନିର କାରଣ ହେଉଛି। ବିଷାକ୍ତ ମଦ୍ୟ ପାନ କରି ବହୁ ଲୋକଙ୍କ ଜୀବନ ଯିବା ପରି ଘଟଣା ଓଡ଼ିଶାରେ ବାରମ୍ବାର ଦେଖିବାକୁ ମିଳିଛି। ସେହିପରି ଯୁବ ଓ ଛାତ୍ର ସମାଜକୁ ପଥଭ୍ରଷ୍ଟ କରୁଥିବାର ଉଦାହରଣ ମଧ୍ୟ ଅଭାବ ନାହିଁ। ତେଣୁ ଓଡ଼ିଶାରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହେଲେ ଭଲ ହେବ।
-ବୀଣାପାଣି ନାୟକ, ସଭାନେତ୍ରୀ, ଜଗାବଳିଆ ସ୍ବୟଂସହାୟକ ଗୋଷ୍ଠୀ


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri