Posted inଗଜପତି

ଅଧାପନ୍ତରିଆ ପଡ଼ିଛି ସହରର ରାସ୍ତା ନିର୍ମାଣ

ପାରଳାଖେମୁଣ୍ଡି,୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମାଠାରେ ବର୍ଷ ବର୍ଷ ଧରି ସହରର ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବରେ ପଡ଼ିରହିଛି। ସମ୍ପୂର୍ଣ୍ଣ ନ ହେଉଣୁ କେଉଁଠି ଭାଙ୍ଗି ଭୁଶୁଡ଼ି ଯାଉଛି ତ କେଉଁଠି ଆବର୍ଜନାରେ ପୋତି ହେଲାଣି ଉଭୟ ପାଶର୍‌ବରେ ନିର୍ମାଣାଧୀନ ଡ୍ରେନ୍‌। ଅନେକ ସ୍ଥାନରେ ଯାତ୍ରୀଙ୍କ ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ। ଖୋଦ ଜିଲା ପ୍ରଶାସନର ନାକ ତଳେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ମଧ୍ୟ ସମାନ ସ୍ଥିତି। ପାରଳାଖେମୁଣ୍ଡି ସହରର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮ ଆର୍ଥିକ ବର୍ଷରେ ସହରର ଦୁଇ ପ୍ରମୁଖ ରାସ୍ତା, ଫରେଷ୍ଟ ଛକଠାରୁ ଗୁମାଗଡା ପର୍ଯ୍ୟନ୍ତ ୪.୭୫ କିମି ଓ ମେଡିକାଲ ଛକଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ୩.୭୫ କିମି, ରାସ୍ତା ପ୍ରଶସ୍ତୀକରଣ ସହ ଡ୍ରେନ ନିର୍ମାଣ ନିମନ୍ତେ ୧୪ କୋଟି ୬୫ ଲକ୍ଷ ଓ ୧୧ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ବି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରାସ୍ତା ଅସନ୍ତୁଳିତ ଥିବା ବେଳେ ହୋଇପାରିନାହିଁ ପ୍ରଶସ୍ତୀକରଣ। ନିମ୍ନମାନର କାମ ଯୋଗୁ ବିଭିନ୍ନ ସ୍ଥାନରେ ଡ୍ରେନ୍‌ର ଉପର ପ୍ଲେଟ ଭାଙ୍ଗିଯିବା ସହ ମୁକୁଳା ଡ୍ରେନ୍‌ ଯାତାୟାତରେ ବିପଦ ସୃଷ୍ଟି କରିଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦେଖି ସହରର କିଛି ପରିବର୍ତ୍ତନ ହେବା ଆଶା ବାନ୍ଧିଥିଲେ ସହରବାସୀ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅବହେଳା ଯୋଗୁ ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ସରୁନାହିଁ । ଏ ନେଇ ପୌର ପରିଷଦ ଚିନ୍ତାବ୍ୟକ୍ତ କରିଥିବା ବେଳେ ଠିକା ସଂସ୍ଥାଠାରୁ କ୍ଷତି ଭରଣା କରିବା ସହ ପୁନର୍ବାର ଟେଣ୍ଡର କରି ଶୀଘ୍ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯିବ ଏବଂ କିଛି ସ୍ଥାନରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଇବା ନେଇ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଧକ୍କାରେ ଛାତ୍ର ଆହତ: ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍କୁଲ ବାହାରେ ଅଟକ ରଖି ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ମୋହନା,୨୪।୨( ମନ୍ମଥ ମିଶ୍ର ) : ବିଦ୍ୟାଳୟ ସମ୍ମୁଖରେ କାର୍‌ ଧକ୍କାରେ ଛାତ୍ର ଆହାତ। ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା…

ଭାଇ ସାଜିଲା ବଇରି: ବଡ଼ ଭାଇ ମାଡ଼ରେ ସାନ ମୃତ

ମୋହନା,୨୩।୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନାରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ। ଏଥିରେ ବଡଭାଇର ମାଡ଼ରେ ସାନ ଭାଇ…

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ପାଠ ପଢ଼ାଇଲେ, ଆଡ୍‌ମିଟ୍‌ କାର୍ଡ ଦେଲେନି: ସିବିଏସ୍‌ଇ ୧୦ମ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପାରଳାଖେମୁଣ୍ଡି,୧୮ା୨ (ଗିରିଧାରୀ ପରିଚ୍ଛା):ସିବିଏସ୍‌ଇ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହେଲେ ଏକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗଜପତି ଜିଲା କାଶୀନଗରରେ ଜଣେ ଛାତ୍ର ପରୀକ୍ଷା…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri