ଅଦିନିଆ ବର୍ଷାରେ ଯୋଡା ବେହାଲ

ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଅଦିନିଆ ବର୍ଷା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଡା ସହରରେ ଥିବା ପିଚୁ ରାସ୍ତା ଉପରେ କାଦୁଅର ଆସ୍ତରଣ ଚକୋଲେଟ୍‌ର ଭ୍ରମ ସୃଷ୍ଟି କରୁଛି । ଏହା ସହିତ ଯୋଡା-ବଡବିଲ, ଯୋଡା- ବାମେବାରୀ, ଯୋଡା- ବିଲେଇପଦା, ବିଲେଇପଦା-ମୃଗା ପ୍ରମୁଖ ରାସ୍ତା ବର୍ଷା ଓ କାଦୁଅ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ଟ୍ରାଫିକ ଠପ୍‌ ହୋଇଯାଇଛି । ଯୋଡା ପୋଲିସ, ଘରୋଇ ସୁରକ୍ଷାକର୍ମୀ ମିଶି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ ହେଁ, ଏଥିରେ କୌଣସି ସୁଦ୍ଧାର ନାହିଁ । ଅତ୍ୟବଶକୀୟ ଜିନିଷ ଯଥା- କ୍ଷୀର, ପନିପରିବା, ମାଛ ସହରକୁ ପହଞ୍ଚି ପାରୁ ନ ଥିବା ବେଳେ ଖବରକାଗଜ ଗାଡି ମଧ୍ୟ ସହରକୁ ଆସି ପାରୁନାହିଁ ା ସହରର ବିଭିନ୍ନ ବସ୍ତି ଓ ହଟିଂର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅଦିନିଆ ଝିପି ଝିପି ବର୍ଷାରେ ମଧ୍ୟ ସହରରେ ଏକ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଯୋଡାର ଦୁଇଟି ବଜାରକୁ ସଂଯୋଗ କରିଥିବା ସୁନାନଦୀ ପୋଲ ଉପରେ କାଦୁଅ, ମାଟି, ପାଣି ଜମି ରହିଥିବାରୁ ସାଧାରଣ ବାଟୋଇ ମଧ୍ୟ ପାଦରେ ଚାଲି ଯାଇପାରୁନାହାନ୍ତି। ବାଟୋଇ ବିଜୟ ବେହେରା ଖବରକାଗଜ ବ୍ୟବସାୟୀ ସୁରେଶ ନାୟକ, ମହିଳା ତାରି କାରୁଆ, ଦୁଃଖବନ୍ଧୁ ଦେହୁରୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ହଜାର ହଜାର କୋଟି ଟଙ୍କା ଖଣିଜ ପାଣ୍ଠି ଏଅଞ୍ଚଳରୁ ଯାଉଥିଲେ ମଧ୍ୟ ଏହାର ବିନିଯୋଗ ଜିଲା ପ୍ରଶାସନ ଠିକ୍‌ ଭାବରେ କରିପାରୁନାହିଁ ା ମୌଳିକ ସୁବିଧା ମଧ୍ୟ ଏଠାରେ ଅପହଞ୍ଚ। ରାସ୍ତାର ଅବସ୍ଥା ସତେ ଯେପରି କେହି ଚକୋଲେଟ୍‌କୁ ରାସ୍ତା ଉପରେ ଦଳିଚକଟି ଦେଇଛି ବୋଲି ସେମାନେ କହିଛନ୍ତି। ଖଣିର ନିଲାମ ପ୍ରକ୍ରିୟା ଚାଲୁଥିବାରୁ ମାର୍ଚ୍ଚମାସ ମଧ୍ୟରେ ଖଣିର ଷ୍ଟକକୁ ପରିବହନ ପାଇଁ ରାଜ୍ୟ ତଥା ବିଭିନ୍ନ ରାଜ୍ୟର ହଜାର ହଜାର ସଂଖ୍ୟାର ଭାରିଯାନ ଚଳାଚଳ ଜନଜୀବନକୁ ଦୁର୍ବିଶହ କରିପକାଉଛି ା ସକାଳେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ରାସ୍ତା ଜାମ୍‌ ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ଅସୁବିଧା ସତ୍ତ୍ୱେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri