ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଅଦିନିଆ ବର୍ଷା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଡା ସହରରେ ଥିବା ପିଚୁ ରାସ୍ତା ଉପରେ କାଦୁଅର ଆସ୍ତରଣ ଚକୋଲେଟ୍ର ଭ୍ରମ ସୃଷ୍ଟି କରୁଛି । ଏହା ସହିତ ଯୋଡା-ବଡବିଲ, ଯୋଡା- ବାମେବାରୀ, ଯୋଡା- ବିଲେଇପଦା, ବିଲେଇପଦା-ମୃଗା ପ୍ରମୁଖ ରାସ୍ତା ବର୍ଷା ଓ କାଦୁଅ ପାଇଁ ପ୍ରାୟତଃ ସମ୍ପୂର୍ଣ୍ଣ ଟ୍ରାଫିକ ଠପ୍ ହୋଇଯାଇଛି । ଯୋଡା ପୋଲିସ, ଘରୋଇ ସୁରକ୍ଷାକର୍ମୀ ମିଶି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ ହେଁ, ଏଥିରେ କୌଣସି ସୁଦ୍ଧାର ନାହିଁ । ଅତ୍ୟବଶକୀୟ ଜିନିଷ ଯଥା- କ୍ଷୀର, ପନିପରିବା, ମାଛ ସହରକୁ ପହଞ୍ଚି ପାରୁ ନ ଥିବା ବେଳେ ଖବରକାଗଜ ଗାଡି ମଧ୍ୟ ସହରକୁ ଆସି ପାରୁନାହିଁ ା ସହରର ବିଭିନ୍ନ ବସ୍ତି ଓ ହଟିଂର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅଦିନିଆ ଝିପି ଝିପି ବର୍ଷାରେ ମଧ୍ୟ ସହରରେ ଏକ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଯୋଡାର ଦୁଇଟି ବଜାରକୁ ସଂଯୋଗ କରିଥିବା ସୁନାନଦୀ ପୋଲ ଉପରେ କାଦୁଅ, ମାଟି, ପାଣି ଜମି ରହିଥିବାରୁ ସାଧାରଣ ବାଟୋଇ ମଧ୍ୟ ପାଦରେ ଚାଲି ଯାଇପାରୁନାହାନ୍ତି। ବାଟୋଇ ବିଜୟ ବେହେରା ଖବରକାଗଜ ବ୍ୟବସାୟୀ ସୁରେଶ ନାୟକ, ମହିଳା ତାରି କାରୁଆ, ଦୁଃଖବନ୍ଧୁ ଦେହୁରୀ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ହଜାର ହଜାର କୋଟି ଟଙ୍କା ଖଣିଜ ପାଣ୍ଠି ଏଅଞ୍ଚଳରୁ ଯାଉଥିଲେ ମଧ୍ୟ ଏହାର ବିନିଯୋଗ ଜିଲା ପ୍ରଶାସନ ଠିକ୍ ଭାବରେ କରିପାରୁନାହିଁ ା ମୌଳିକ ସୁବିଧା ମଧ୍ୟ ଏଠାରେ ଅପହଞ୍ଚ। ରାସ୍ତାର ଅବସ୍ଥା ସତେ ଯେପରି କେହି ଚକୋଲେଟ୍କୁ ରାସ୍ତା ଉପରେ ଦଳିଚକଟି ଦେଇଛି ବୋଲି ସେମାନେ କହିଛନ୍ତି। ଖଣିର ନିଲାମ ପ୍ରକ୍ରିୟା ଚାଲୁଥିବାରୁ ମାର୍ଚ୍ଚମାସ ମଧ୍ୟରେ ଖଣିର ଷ୍ଟକକୁ ପରିବହନ ପାଇଁ ରାଜ୍ୟ ତଥା ବିଭିନ୍ନ ରାଜ୍ୟର ହଜାର ହଜାର ସଂଖ୍ୟାର ଭାରିଯାନ ଚଳାଚଳ ଜନଜୀବନକୁ ଦୁର୍ବିଶହ କରିପକାଉଛି ା ସକାଳେ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ରାସ୍ତା ଜାମ୍ ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ଅସୁବିଧା ସତ୍ତ୍ୱେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ା
ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…
ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...
PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା
ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...
ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…
ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...
ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ
ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…
ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...
ବୈତରଣୀ ନଦୀ ପାର୍ ହୋଇଆସିଲା ହାତୀ: ଲୋକେ ଭୟଭୀତ
ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...
PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ
ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...
Archives


