ଅତିଥି ବେଶରେ ଆସି ବିବାହ ଉତ୍ସବରୁ ଗହଣା ବ୍ୟାଗ୍‌ ଲୁଟିଲେ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆପଣ କୌଣସି ମଣ୍ଡପରେ ବିବାହ ପାର୍ଟି କରୁଛନ୍ତି କି। ସେଠାକୁ ଏକାଧିକ ଅତିଥିଙ୍କୁ ଆମନ୍ତ୍ରିତ କରୁଛନ୍ତି କି। ତେବେ ଅଜଣା ଅତିଥିଙ୍କୁ ସାବଧାନ ହୋଇଯାଆନ୍ତୁ। କାରଣ ଭିଆଇପି ଅତିଥି ବେଶରେ ବୁଲୁଛନ୍ତି ଲୁଟେରା ଓ ହାଇପ୍ରୋଫାଇଲ୍‌ ଚୋର। ସେମାନେ ଚକ୍‌ଚକ୍‌ କରୁଥିବା ଦାମୀ ଶାର୍ଟ, ଭଲ ବ୍ରାଣ୍ଡ୍‌ର ଜୋତା ପିନ୍ଧି ଉତ୍ସବକୁ ଆସି ଲୁଟ୍‌ପାଟ ଓ ଚୋରି କରୁଛନ୍ତି। ରାଜଧାନୀରେ ଏଭଳି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋଟିଆ କଲ୍ୟାଣ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବକୁ ଭିଆଇପି ଅତିଥି ବେଶରେ ଆସି ଲୁଟେରାମାନେ ୩ଲକ୍ଷ ଟଙ୍କାର ଗହଣା ଓ ଗିଫ୍ଟ ଚୋରିକରି ନେଇଛନ୍ତି। ଏନେଇ ଝାରପଡାର ରାଜେନ୍‌ ମହାନ୍ତି ଚନ୍ଦ୍ରଶେଖରପୁର ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ.୧୧୧/୨୦, ଦଫା ୩୭୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉକ୍ତ ମଣ୍ଡପରେ ଲାଗିଥିବା ସିସିଟିଭିରେ ଚୋରି ବେଳର ଦୃଶ୍ୟ ରହିଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।
ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ଅଞ୍ଚଳରେ ରହୁଥିବା ରାଜେନ୍‌ ମହାନ୍ତି ତାଙ୍କ ପୁଅ ବାହାଘର ପାଇଁ ଫେବୃୟାରୀ ୨୯ରେ କ୍ରିଷ୍ଟାଲ କୋଟିଆ କଲ୍ୟାଣମଣ୍ଡପରେ ପାର୍ଟିର ଆୟୋଜନ କରିଥିଲେ। ଏହି ବିବାହ ପାର୍ଟିକୁ ବହୁ ଅତିଥି ଆସିଥିଲେ। ରାତି ପ୍ରାୟ ୯ଟା ୧୯ରେ ଦୁଇଜଣ ଯୁବକ ଭିଆଇପି ଅତିଥି ବେଶରେ ମଣ୍ଡପ ଭିତରକୁ ପଶିଥିଲେ। ରାଜେନ ଓ ପରିବାର ଲୋକେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ଥିଲେ। ଅତିଥି ଭାବି ଉକ୍ତ ଦୁଇ ଲୁଟେରାଙ୍କ ଉପରେ କେହି ନଜର ରଖି ନ ଥିଲେ। ଜଣେ ଲୁଟେରା ମଣ୍ଡପଠାରୁ ଦୂରରେ ବସିଥିବାବେଳେ ଅନ୍ୟଜଣେ ବର ଓ କନ୍ୟାଙ୍କ ସମ୍ମୁଖ ଚେୟାରରେ ବସିଥିଲେ। କେଉଁ ଅତିଥି କ’ଣ ସବୁ ଗିଫ୍ଟ ଦେଉଛନ୍ତି, କେଉଁଠାରେ ରଖାଯାଉଛି, ତାହା ଉପରେ ନଜର ରଖୁଥିଲେ। ରାତି ୧୧ଟା ୧୯ରେ ଲୁଟେରା ଜଣକ ବର, କନ୍ୟା ବସୁଥିବା ସ୍ଥାନ ନିକଟକୁ ଉଠିଯାଇ କିଛି ସମୟ ଠିଆ ହୋଇ ସୁଯୋଗକୁ ଅପେକ୍ଷା କରିଥିଲେ। ଅନ୍ୟ ଅତିଥିମାନେ ଦଳଦଳ ହୋଇ ବର ଓ କନ୍ୟାଙ୍କ ସହ ଫଟୋ ଉଠାଉଥିବାବେଳେ ସମ୍ପୃକ୍ତ ଲୁଟେରା ସୁନା ଓ ଟଙ୍କା ରଖାଯାଇଥିବା ବ୍ୟାଗ୍‌କୁ ନେବାକୁ ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିଲେ। ଶେଷରେ ଲୁଟେରା ଜଣକ ବର, କନ୍ୟା ଫଟୋ ଉଠାଉଥିବା ଷ୍ଟେଜ୍‌ ଉପରକୁ ଚଢିଥିଲେ। ସେଠାରେ କିଛି ସମୟ ଛିଡା ହୋଇଥିଲେ। ରାତି ୧୧ଟା ୨୦ରେ ବର, କନ୍ୟାସହ ଫଟୋ ଉଠାଇବାକୁ ଅତିଥିଙ୍କ ଭିଡ଼ ବଢ଼ିବା ସମୟରେ ଲୁଟେରା ଜଣକ ସୋଫା ଉପରେ ଥିବା ସୁନା ବ୍ୟାଗ୍‌କୁ ଧରି ସାଧାରଣ ଲୋକପରି ଧୀରେ ଧୀରେ ଖସି ପଳାଇଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ପରିବାର ଲୋକେ କେହିହେଲେ ଜାଣିପାରି ନ ଥିଲେ। ପରେ ଉକ୍ତ ବ୍ୟାଗ୍‌ ନ ଥିବା ଦେଖି ବର, କନ୍ୟା ଓ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶେଷରେ ମଣ୍ଡପରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯିବାରୁ ଚୋରି ସମ୍ପର୍କରେ ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri