ସରଣ୍ଡା,୧୯।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ଦିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ପାଇଁ ଜନସମର୍ଥନ ମିଳୁଛି। ଚାଷୀମାନେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବରଗଡ ଡିଆରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଚାଷୀମାନେ ସରକାର କରିଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରୁଥିବାବେଳେ ଏହାର ସମାଧାନ କରାଯାଉ ନାହିଁ। ଏ ସରକାର ଚାଷୀଙ୍କ ସରକାର ବୋଲି କହୁଥିବାବେଳେ ଚାଷୀଙ୍କ ପେଟରେ ଲାତ ମାରିବା ଭଳି କାର୍ଯ୍ୟ କରାଯାଉଛି ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯାଉଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଏହି ଅଞ୍ଚଳର ସମସ୍ତ ଚାଷୀ ମିଶି ଗତ ଦୁଇଦିନ ହେଲା ଧାନ ବିକ୍ରୟ ବନ୍ଦ କରି ଶାନ୍ତିଶୃଙ୍ଖଳା ସହ ଆନ୍ଦୋଳନ କରିଛନ୍ତି। ସେମାନେ ସରକାରୀ ଅଫିସଗୁଡିକ ବନ୍ଦ କରିଛନ୍ତି। ବୁଧବାର ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରାଯିବ ବୋଲି ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି। ଅପରାହ୍ନରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ବିଫଳ ରହିଥିବା ଜଣାପଡିଛି।
ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି
ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…
ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ
ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…
ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ଛତ୍ରପୁର,୨୦।୨(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନକୁ ନେଇ ଅସନ୍ତୋଷ ଲାଗିରହିଛି। ଗୋଟିଏ ପଟେ ଛତ୍ରପୁର ପୌରପାଳିକାରେ ଆର୍ଯ୍ୟପଲ୍ଲୀ, କଣମଣା, ପୋ ଅଗସ୍ତିନୂଆଗାଁ ଓ ଚିକଲଖଣ୍ଡି ଆଦି ୫ଟି…
ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…
‘ଟପଲେସ୍, ବ୍ରେନଲେସ ଆଣ୍ଡ ସେମଲେସ୍’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା
ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…
ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ
ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…
ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍କା
ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…
ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…
Archives

