ଅତଲାପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି : ବିଡିଓଙ୍କ ନିକଟରେ ଫେରାଦ ହେଲେ ପଞ୍ଚାୟତବାସୀ

ରସୁଲପୁର,୧୭।୧୨(ଡିଏନଏ)- ରସୁଲପୁର ବ୍ଲକ ବରୀ ନିର୍ବାଚନମଣ୍ଡଳୀରେ ସାମିଲ ହୋଇଥିବା ୧୦ଟି ପଞ୍ଚାୟତ ମଧ୍ୟରୁ ଶ୍ରେଷ୍ଠ ପୁରସ୍କାରପ୍ରାପ୍ତ ଅତଲାପୁର ପଞ୍ଚାୟତରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ଜନସାଧାରଣ। ସରକାରଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଜନ ମଙ୍ଗଳକାରୀ ଯୋଜନାକୁ ତୃଣମୂଳସ୍ତରରେ ପ୍ରଣୟନ କରିବାରେ ବ୍ୟାପକ ଅନିୟମିତତା ହୋଇଛି। ଏଥିପାଇଁ ପଞ୍ଚାୟତବାସୀ ସ୍ଥାନୀୟ ସରପଞ୍ଚ ପ୍ରଫୁଲ କୁମାର ସାହୁଙ୍କୁ ଦାୟୀ କରିଛନ୍ତି। ସରପଞ୍ଚ ସାହୁ ହିତାଧିକାରୀଙ୍କଠାରୁ ଉତ୍କୋଚ ନେଇ ବହୁ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି।
ପ୍ରକାଶ ଯେ, ଏହି ପଞ୍ଚାୟତର ଅତଲାପୁର, ସାଦକପୁର, ଗଣେଶ ପାଟଣା ଆଦି ଗ୍ରାମର ଗ୍ରାମବାସୀ ସୋମବାର ପୂର୍ବାହ୍ନରେ ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଉକ୍ତ ପତ୍ରରେ ସରପଞ୍ଚଙ୍କ ବିରୋଧରେ ଏକ ଲମ୍ବା ଅଭିଯୋଗ ହୋଇଛି। ପଞ୍ଚାୟତ ଠିକ୍‌ଭାବେ ଚାଲୁ ନ ଥିବା କଥାରୁ ଅଭିଯୋଗ ଆରମ୍ଭ ହୋଇଛି। ପଞ୍ଚାୟତ ବୈଠକ ନିୟମିତ ବସୁ ନାହିଁ, ବିଭିନ୍ନ କାର୍ଯ୍ୟକୁ ନେଇ ପଲ୍ଲୀସଭା ଓ ଗ୍ରାମସଭା ଠିକ୍‌ ଢଙ୍ଗରେ ପରିଚାଳନା କରାଯାଉ ନାହିଁ, ହିତାଧିକାରୀ ଚୟନ ତାଲିକା ରୁଦ୍ଧ କୋଠରୀ ମଧ୍ୟରେ ପ୍ରସ୍ତୁତ ହେଉଛି, ପଞ୍ଚାୟତର ଆଲୋକୀକରଣ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ହୋଇଛି, ଅତଲାପୁର ଗ୍ରାମରେ ଘେରିବନ୍ଧ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି ବୋଲି ଦର୍ଶାଇ ଏ ବାବଦରେ ୪.୧୩ଲକ୍ଷ ଟଙ୍କା ଫଲ୍‌ସ ବିଲ୍‌ କରାଯାଇଛି ଆଦି ଅନେକ ଅଭିଯୋଗ ତାଙ୍କ ନାମରେ ହୋଇଛି। ନାନା ଅନିୟମତିତା ସତ୍ତ୍ୱେ ଉକ୍ତ ସରପଞ୍ଚଙ୍କୁ ବ୍ଲକର ପ୍ରଥମ ପୁରସ୍କାର କିଭଳି ପ୍ରଦାନ କରାଯାଇଛି ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିଡିଓ ପରିଡାଙ୍କ ନିକଟରେ ଅଭିଯୋଗକାରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ପ୍ରଫୁଲ କୁମାର ସାହୁଙ୍କୁ ପଚାରିବାରୁ, ତାଙ୍କ ପଞ୍ଚାୟତରେ ଏଭଳି କିଛି ଦୁର୍ନୀତି ହୋଇନାହିଁ ବୋଲି କହିବା ସହ ବିରୋଧୀ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଚକ୍ରାନ୍ତ ଚଳାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରସୁଲପୁର ବିଡିଓ ପରିଡାଙ୍କୁ ପଚାରିବାରୁ, ଏ ନେଇ ଏବିଡିଓଙ୍କ ନେତୃତ୍ୱରେ ଏକ ୪ଜଣିଆ ଦଳ ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri