ଅଣ ତୈଳ କମ୍ପାନୀ ସ୍ଥାପନ କରିପାରିବେ ପେଟ୍ରୋଲ ପମ୍ପ

ନୂଆଦିଲ୍ଲୀ,୨୪-୧୦:କେନ୍ଦ୍ର ସରକାର ପେଟ୍ରୋଲ ପମ୍ପ ସ୍ଥାପନ କ୍ଷେତ୍ରରେ ରହିଥିବା ନିୟମକୁ ବୁଧବାର କୋହଳ କରିଛନ୍ତି। ନୂଆ ନିଷ୍ପତ୍ତି ମୁତାବକ ଏବେ ଅଣ ତୈଳ କମ୍ପାନୀଗୁଡ଼ିକ ଦେଶରେ ଏହି ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିପାରିବେ। ଏହା ଦ୍ୱାରା ଘରୋଇ କ୍ଷେତ୍ର ଏବଂ ବିଦେଶୀ ଫାର୍ମଗୁଡିକ ଉକ୍ତ କ୍ଷେତ୍ରରେ ବାଣିଜ୍ୟ ସ୍ଥାପନ ଦିଗରେ ମନ ବଳାଇବେ ବୋଲି ବଜାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ଭାବେ ଉଭା ହୋଇଥିବା ବେଳେ ଉକ୍ତ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାର ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବବୃହତ୍ତ ବୋଲି ଜଣାପଡ଼ିଛି। ଭାରତର ତୈଳ ବିପଣନ କ୍ଷେତ୍ରରେ ପ୍ରବେଶ କରିବାକୁ ଇଛୁକ ଥିବା କମ୍ପାନୀଗୁଡ଼ିକ ଲାଗି ବର୍ତ୍ତମାନ ଯାଏ ଭିନ୍ନ ନିୟମ ରହିଥିଲା।
ଏକ୍ଷେତ୍ରରେ କମ୍ପାନୀଗୁଡିକ ଲାଇସେନ୍ସ ଲାଭ କରିବା ଲାଗି ଭାରତରେ ୨,୦୦୦ କୋଟି ଟଙ୍କାର ନିବେଶର ଆବଶ୍ୟକତା ପଡୁଥିଲା। ଏହି ନିବେଶ ଉଭୟ ହାଇଡ୍ରୋକାର୍ବନ ଉତ୍ତୋଳନ ଏବଂ ଉତ୍ପାଦନ, ରିଫାଇନିଂ, ପାଇପଲାଇନ, କିମ୍ବା ଏଲଏନ୍‌ଜି ଟର୍ମିନାଲ କ୍ଷେତ୍ରରେ ହେଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଇଏ) ଏକ୍ଷେତ୍ରରେ ନିୟମ ପରିବର୍ତ୍ତନକୁ ମଞ୍ଜୁରି ଦେଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, କମ୍ପାନୀଗୁଡିକର କାରବାର ୨୫୦ କୋଟି ଟଙ୍କା ରହିଥିଲେ ସର୍ତ୍ତମୂଳକ ଭାବେ ପେଟ୍ରୋଲ, ଡିଜେଲ ବିକ୍ରି ଲାଗି ଅନୁମତି ଦିଆଯିବ।
ଏହି କମ୍ପାନୀଗୁଡିକ ଆସନ୍ତା ୩ ବର୍ଷ ମଧ୍ୟରେ ଅନ୍ତତଃ ପକ୍ଷେ ସିଏନ୍‌ଜି, ଏଲ୍‌ଏନଜି, ଜୈବ ଇନ୍ଧନ ଏବଂ ଇ-ଯାନ ଚାର୍ଜିଂ ଭଳି ବର୍ଗରେ ଗୋଟିଏ ବିକଳ୍ପ ଇନ୍ଧନ ବିପଣନର ଫାସିଲିଟି ସ୍ଥାପନ କରିବେ। ସେହିଭଳି କୌଣସି ରିଟେଲର ସ୍ଥାପନ କରିବାକୁ ଥିବା ମୋଟ ଆଉଟଲେଟର ୫% କେବଳ ଗ୍ରାମାଞ୍ଚଳରେ ବସାଇବେ। ସରକାରଙ୍କ ନୂଆ ନିଷ୍ପତ୍ତି ଦ୍ୱାରା ଦେଶରେ ନିବେଶ ବୃଦ୍ଧି, ଅଧିକ ରିଟେଲ ଆଉଟଲେଟ ସ୍ଥାପନ, ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ଲୋକଙ୍କୁ ସେବା ଯୋଗାଣ କ୍ଷେତ୍ରରେ ସହାୟତା କରିବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରମୁଖ କମ୍ପାନୀ ଫ୍ରାନ୍ସର ଟୋଟାଲ ଏସ୍‌ଏ, ସାଉଦିଆରବର ଆରାମକୋ, ୟୁକେର ବିପି ପିଏଲ୍‌ସି ଏବଂ ପୁମା ଏନର୍ଜି ଭଳି କମ୍ପାନୀ ଷ୍ଟେଶନସ୍ଥାପନ ନେଇ ଆଗେଇ ଆସିବେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଦେଶରେ ଏବେ ମୋଟ ୬୫ ହଜାର ପେଟ୍ରୋଲ ପମ୍ପ ରହିଛି। ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ଏବଂ ହିନ୍ଦୁସ୍ତାନ ପେଟ୍ରୋଲିମୟ ଭଳି କମ୍ପାନୀଗୁଡିକର ମାଲିକାନାରେ ଏହା ରହିଛି। ସେହିଭଳି ଘରୋଇ କ୍ଷେତ୍ରର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ନାୟରା ଏନର୍ଜି ଏବଂ ରୟାଲ ଡଚ୍‌ ସେଲ ଭଳି କମ୍ପାନୀ ରହିଛି। ଘରୋଇ କ୍ଷେତ୍ର କମ୍ପାନୀ ମଧ୍ୟରେ ରିଲାଏନ୍ସର ୧୪୦୦ ଫିଲିଂ ଷ୍ଟେଶନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri