ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପ୍ରଭାବ ଗମ୍ଭୀର: ଅଗଷ୍ଟରେ ମାରୁତି ବିକ୍ରି ୩୩% ହ୍ରାସ

ନୂଆଦିଲ୍ଲୀ,୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଘୋଷଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସେଭଳି ଅନୁଭୁତ ହେଉ ନ ଥିବା ମନେ ହେଉଛି। କାରଣ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ସୁଜୁକିର ଅଗଷ୍ଟରେ ବିକ୍ରି ୩୨.୭% ହ୍ରାସ ପାଇଛି ବୋଲି ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଆଲୋଚ୍ୟ ମାସରେ କମ୍ପାନୀ ୧,୦୬,୪୧୩ ଗାଡ଼ି ବିକ୍ରି କରିପାରିଛି। ଗତବର୍ଷ ଏହି ସମୟରେ କମ୍ପାନୀ ୧,୫୮,୧୮୯ ଗାଡ଼ି ବିକ୍ରି କରିବାକୁ ସକ୍ଷମ ହୋଇଥିଲା ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଗତ ମାସରେ ଘରୋଇ ଗାଡ଼ି ବିକ୍ରି ୩୪.୩% ହ୍ରାସ ପାଇ ୯୭,୦୬୧ରେ ପହଞ୍ଚତ୍ଛି। ଗତ ବର୍ଷ ଏହି ସମୟରେ ୧,୪୭,୭୦୦ ଗାଡ଼ି ବିକ୍ରି ହୋଇଥିଲା। ସେହିପରି ମାରୁତି ଅଲ୍‌ଟୋ ଏବଂ ଓ୍ବାଗନ ଆର୍‌ ଭଳି କ୍ଷୁଦ୍ର କାର୍‌ ବିକ୍ରି ୭୧.୮ ପ୍ରତିଶତ ହ୍ରାସ ପାଇ ୧୦,୧୨୩ ହୋଇଥିଲା ବେଳେ ଗତବର୍ଷ ଏହି ସମୟରେ ୩୫,୮୯୫ ଗାଡ଼ି ବିକ୍ରି ହୋଇଥିଲା। ସ୍ବିଫ୍ଟ,ସେଲାରିଓ, ଇଗ୍‌ନିସ୍‌, ବାଲେନୋ ଓ ଡିଜାୟାର ବିକ୍ରି ୨୩.୯ ପ୍ରତିଶତ ହ୍ରାସ ପାଇ ୫୪,୨୭୪ରେ ପହଞ୍ଚତ୍ଛି।
ହୋଣ୍ଡା କାର୍‌ ବିକ୍ରି ୫୧% କମିଲା
ନୂଆଦିଲ୍ଲୀ,୨-୯: ହୋଣ୍ଡା କାର୍‌ସ ଇଣ୍ଡିଆ ପକ୍ଷରୁ ରବିବାର କୁହାଯାଇଛି ଯେ, ଅଗଷ୍ଟରେ କମ୍ପାନୀର କାର୍‌ ବିକ୍ରି ୫୧.୨୮ ପ୍ରତିଶତ ହ୍ରାସ ପାଇ ୮,୨୯୧ରେ ପହଞ୍ଚତ୍ଛି। କମ୍ପାନୀ ଗତବର୍ଷ ଅଗଷ୍ଟରେ ୧୭,୦୨୦ ଗାଡ଼ି ବିକ୍ରି ହୋଇଥିଲା। ଉପଭୋକ୍ତାଙ୍କ ମଧ୍ୟରେ ନିରୁତ୍ସାହ ଦେଖାଦେଇଥିବାରୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇଛି ବୋଲି ହୋଣ୍ଡା କାର୍‌ସ ଇଣ୍ଡିଆର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଓ ଡାଇରେକ୍ଟର(ବିକ୍ରି ଓ ମାର୍କେଟିଂ) ରାଜେଶ ଗୋଏଲ କହିଛନ୍ତି।
ଟୟୋଟା କିର୍ଲୋସ୍କର ବିକ୍ରି ୨୧% କମିଛି
ନୂଆଦିଲ୍ଲୀ,୨-୯: ଅଗଷ୍ଟରେ ଟୟୋଟା କିର୍ଲୋସ୍କର ମୋଟର ଗାଡ଼ି ବିକ୍ରି ୨୧% ହ୍ରାସ ପାଇ ୧୧,୫୪୪ରେ ପହଞ୍ଚତ୍ଛି ବୋଲି ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଗତବର୍ଷ ଏହି ସମୟରେ କମ୍ପାନୀ ୧୪,୫୮୧ ଗାଡ଼ି ବିକ୍ରି କରିପାରିଥିଲା ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଅଗଷ୍ଟରେ ଘରୋଇ ବଜାରରେ କମ୍ପାନୀର ବିକ୍ରି ୧୦,୭୦୧କୁ ଖସିଆସିଛି, ଯାହା କି ପୂର୍ବବର୍ଷ ଏହି ସମୟରେ ୧୪,୧୦୦ ୟୁନିଟ ଥିଲା, ଅର୍ଥାତ ୨୪% ବିକ୍ରି ହ୍ରାସ ପାଇଛି। ତେବେ ଆଲୋଚ୍ୟ ମାସରେ ରପ୍ତାନି ଦୁଇଗୁଣା ବୃଦ୍ଧି ପାଇ ୮୪୩ରେ ପହଞ୍ଚତ୍ଛି, ଯାହା କି ପୂର୍ବବର୍ଷ ୪୮୧ୟୁନିଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri