Posted inଫୁରସତ

ଅଜବ ବିଶ୍ୱାସର ମନ୍ଦିର

ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲନ୍ତି ଭକ୍ତ:  ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ଦୃଷ୍ଟି ଗୋଚର ହୋଇଥାଏ। ବେଳେବେଳେ ଏହା ଆଧୁନିକ ବିଜ୍ଞାନକୁ ଚ୍ୟାଲେଞ୍ଜ୍‌ କରିଥାଏ। ମାତ୍ର ଏହାର ରହସ୍ୟ ଖୋଜିବାକୁ ବିଜ୍ଞାନ ସକ୍ଷମ ହୋଇପାରେନା। ଏଭଳି ଏକ ଅଜବ ପରମ୍ପରା ତାମିଲନାଡୁ ଇଦ୍ୱାଞ୍ଚଓ୍ବାଡି ଗାଁରେ ଥିବା ବର୍ନାମୁର୍ତୁ ମରିୟମନ୍‌ ମନ୍ଦିରରେ ଅତି ପ୍ରାଚୀନ କାଳରୁ ଚଳି ଆସୁଛି। ଏଠାରେ ପ୍ରତିବର୍ଷ ୮ ଦିନ ବ୍ୟାପି ବାର୍ଷିକ ଉତ୍ସବ ପାଳିତ ହୋଇଥାଏ। ଏହି ଅବସରରେ ମନ୍ଦିରର ତିନି ପ୍ରମୁଖ ଭକ୍ତଙ୍କୁ ଲଣ୍ଡା କରାଯାଇ ସେମାନଙ୍କ ଶରୀରରେ ଚନ୍ଦନ, କୁଙ୍କୁମ, ଅତର, ହଳଦୀ ସହିତ ଲାଲ୍‌ ଲଙ୍କାଗୁଣ୍ଡ ବୋଳି ଦିଆଯାଇଥାଏ। ସେମାନଙ୍କୁ କିଛି ଗୁଣ୍ଡ ମଧ୍ୟ ସେବନ କରିବାକୁ ଦିଆଯାଇଥାଏ। ଏହାପରେ ମନ୍ଦିର ଭିତରକୁ ନିଆଯାଇଥାଏ। ସେଠାରେ ସେମାନଙ୍କୁ ଜଳୁଥିବା ଅଙ୍ଗାରରେ ଚାଲିବାକୁ ହୋଇଥାଏ। ଏହାଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଉତ୍ସବକୁ ଲଙ୍କା ଅଭିଷେକ କୁହାଯାଇଥାଏ।

ପ୍ରେମିକ ପ୍ରେମିକାଙ୍କ ବିଚ୍ଛେଦ ପାଇଁ ହୁଏ ପୂଜା: ଉତ୍ତରପ୍ରଦେଶ ସାହାରନ ପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି କରାଯାଇଥାଏ ପୂଜା। ସେଥିପାଇଁ ଏଠାରେ କୌଣସି ପ୍ରେମୀଯୁଗଳ ପାଦ ପକାଇ ନ ଥାନ୍ତି। ପରିବାରର ଇଛା ବିରୋଧରେ ପ୍ରେମ ବିବାହ କରିବାକୁ ଜିଦ୍‌ ଧରିଥିବା ଯୁବତୀ ଯୁବକଙ୍କ ସମ୍ପର୍କୀୟ ମନ୍ଦିରରେ ଆସି ପୂଜାର୍ଚ୍ଚନା କଲେ ସୁଫଳ ମିଳିଥାଏ ବୋଲି ରହିଛି ବିଶ୍ୱାସ। ପୂଜା ପରେ ଆଶ୍ଚର୍ଯ୍ୟ ଭାବେ ଯୁବତୀ ଯୁବକମାନେ ନିଜ ଜିଦ୍‌ରୁ ଓହରି ଆସି ପରିବାର ଇଛାନୁସାରେ ବିବାହ କରୁଥିବା ସ୍ଥାନୀୟ ଲୋକେ କୁହନ୍ତି। ପ୍ରତି ମଙ୍ଗଳବାର ମନ୍ଦିରରେ ଏଥିଲାଗି ସ୍ବତନ୍ତ୍ର ପୂଜା କରାଯାଇଥାଏ।

ସ୍ତନକର୍କଟ ନହେବା ପାଇଁ ହୁଏ ପୂଜା: ଜାପାନରେ ରହିଛି ଏକ ମନ୍ଦିର। ଏଠାରେ ସ୍ତନ ପୂଜା କରାଯାଏ। ସ୍ତନ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ନିର୍ମାଣ କରାଯାଇଛି ଏହି ମନ୍ଦିର। ସ୍ତନ କର୍କଟ ହେଲେ କିମ୍ବା ନ ହେବା ପାଇଁ ଏଠାରେ ଶ୍ରଦ୍ଧାଳୁ କରନ୍ତି ମାନସିକ। ଏହା ସହିତ ଦେଶ ବିଦେଶରୁ ଅନେକ ଭିନ୍ନ ଭିନ୍ନ ମନୋକାମନା ନେଇ ଏଠାକୁ ଆସିଥାନ୍ତି। ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଏଠାରେ ସ୍ତନ ଆକୃତିର ପ୍ରତିକୃତି ଅର୍ପଣ କରିଥାନ୍ତି। ମନ୍ଦିରରେ ପ୍ରସାଦ ଭାବେ ଶ୍ରଦ୍ଧାଳୁଙ୍କୁ କ୍ଷୀର ପ୍ରଦାନ କରାଯାଇଥାଏ।

ଏବେ ବି ଆସନ୍ତି ଅଶ୍ୱତ୍‌ଥମା : ମହାଭାରତର ଅଶ୍ୱତ୍‌ଥମା ଆଜି ବି ମା’ଙ୍କ ମନ୍ଦିରରେ ପୂଜା କରନ୍ତି । ଦ୍ୱାପର ଯୁଗର କିଛି କଥା ସହିତ ଜଡ଼ିତ ଥିବା ଉତ୍ତର ପ୍ରଦେଶର ଇଟାଓ୍ବା ଜିଲ୍ଲାରେ ଯମୁନା ନଦୀ କୂଳରେ ଅବସ୍ଥିତ ମା’ କାଳୀଙ୍କ ମନ୍ଦିର ବିଷୟରେ ମାନ୍ୟତା ରହିଛି। ମହାଭାରତର ଅଶ୍ୱତ୍‌ଥମା ଏବେ ବି ଅଦ୍ଭୁତ ରୂପରେ ଆସି ସର୍ବପ୍ରଥମେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି। ଇଟାଓ୍ବା ସଦର ମୁଖ୍ୟାଳୟରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଯମୁନା ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିରରେ ନବରାତ୍ରି ସମୟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ନିଜ ମନସ୍କାମନା ପୂରଣ କରିବା ପାଇଁ ଦୂରଦୂରାନ୍ତରରୁ ଭକ୍ତମାନେ ଏଠାକୁ ଆସିଥାନ୍ତି। ମନ୍ଦିରର ମୁଖ୍ୟ କହିବା ଅନୁଯାୟୀ ସେ ପ୍ରାୟ ୪୦ ବର୍ଷ ହେଲାଣି ଏହି ମନ୍ଦିରରେ ସେବା କରିଆସୁଛନ୍ତି। ତାଙ୍କ ମତରେ ମନ୍ଦିର ବନ୍ଦ ହେବା ପୂର୍ବରୁ ମୂର୍ତ୍ତିରୁ ସବୁ ଶୁଖିଯାଇଥିବା ଫୁଲଗୁଡ଼ିକୁ ବାହାର କରିଦିଆଯାଇଥାଏ କିନ୍ତୁ ସକାଳେ ଯେତେବେଳେ ମନ୍ଦିର ଖୋଲାଯାଏ ମନ୍ଦିର ଗର୍ଭଗୃହରେ ଫୁଲ ଗୁଡ଼ିକ ଏକଦମ ସତେଜ ଅବସ୍ଥାରେ ରହିଥାଏ। ଯାହା ପ୍ରମାଣ କରେ ଯେ କେହି ନା କେହି ଛଦ୍ମ ରୂପରେ ଆସି ପୂଜା କରିଥାଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ମହାଭାରତର ଅଶ୍ୱତ୍‌ଥମା ମା’ଙ୍କ ମନ୍ଦିରରେ ଆସି ରାତିରେ ପୂଜା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri