ଅଜନା ରୋଗ୍‌ରେ ପୀଡ଼ିତ ଶୁକଦେବ

ଦେଓଗାଁ,୧୨ା୧୨(ଡି.ଏନ.ଏ.)-  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଁଚେତ ଅଧୀନ ଚନ୍ଦ୍ରପୁରର ଶୁକଦେବ ନାଗ(୪୦)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ହେଇ ଭଗବାନ ଭରସାରେ ଜୀବନ୍‌ ବିତଉଥିବାର ନଜରକେ ଆସିଛେ। ହେଲେ ତାହାକୁ ଡାକ୍‌ତର ବିନା ଚିକିଛାରେ ଘରକେ ଫିରେଇ ଦେଇଥିବାର ଅଭିଯୋଗ ହେଇଛେ।
ସୂଚନା ଅନ୍‌ସାରେ ଚନ୍ଦ୍ରପୁରର ଶୁକଦେବ ନାଗକଁର ପରିବାର କହେଲେ ମାଏକିନା ଶାନ୍ତି, ପୁଓ କୁମୁଦ ଆର ଝି’ କଲ୍ୟାଣୀକେ ନେଇ ସଁସାର। ଆଏଜ୍‌କେ ୩ରୁ ୪ ମାସ ତଲେ ଶୁକଦେବ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ତାକର ଦୁଇ ଗୋଡ଼ରେ ଘା’ ହେଇ ପାଚି ଯିବାର ସଂଗେ ବହୁତ୍‌ ଦରଦ୍‌ ହେଉଥିଲା। ବହୁତ ଚିକିଛା କଲା ଉତାରୁ ବି ତାକର ଘା’ ନାଇଁ ଶୁଖ୍‌ଲାରୁ ସେ ବଲାଙ୍ଗୀର ଭୀମଭୋଇ ମେଡିକାଲକେ ଉଚ ଚିକିଛା ଲାଗି ଯାଇଥିଲେ। ହେଲେ ଟଁକା ପଏସା ଅଭାବୁ ଜିଲା ଚିକିଛା ଅଧ୍‌କାରୀକୁଁ ଫେରାଦ ହେଲାରୁ ତାକର ନିରଦେଶରେ ଭୀମଭୋଇ ମେଡିକାଲରେ ଭରତି ହେଇଥିଲେ। ସେଠାନେ ତାହାକୁ ଡାକ୍‌ତର ଚିକିଛା କରବାର ବଦ୍‌ଲା ତୁମର ତାରିଖ ପଲେଇଗଲାନ, ପଛେ ଆଏବ ବଲି କହେବାର ସଂଗେ ଡିସଚାର୍ଜ କରିଦେଇଥିବାର ଶୁକଦେବକଁର ମାଏକିନା ଶାନ୍ତି ଅଭିଯୋଗ କରିଛନ୍‌। ଏହେଦେ ଶୁକଦେବ ଭଗବାନ ଭରସାରେ ଘରେ ପଡ଼ିରହି ଦରଦ୍‌ରେ ଛଟ୍‌ପଟେଇ ଯାଉଛନ୍‌। ସେ ଘରର ଝନେବଲି ରୁଜ୍‌ଗାରି ଲୋକ୍‌। ଖଟେ ପଡ଼ି ରହିଲାକେ ଘରର ଅବସ୍‌ତା ବେହାଲ ହେଇଯାଇଛେ। ଏନ୍‌ତାଥି ପୁଓ କୁମୁଦ(୧୮) ପାଠ୍‌ପଢ଼ା ଛାଡ଼ି ବାହାର ରାଏଜ୍‌କେ କାମ୍‌ ଖୁଜି ଯାଇଛନ୍‌। ଝି’ କଲ୍ୟାଣୀ(୧୪)କଁର ପାଠ୍‌ପଢ଼ା ବି ବଁଦ୍‌ ହେଇଥିବାର ଜନାଯାଇଛେ। ଶାନ୍ତି ଏହେଦେ ପରହର ଘରେ କୁଲିମଜୁରି କରି ପରିବାର ଚଲଉଥିଲାବେଲେ ଆପ୍‌ନେର ଚିକିଛାରେ ଟଁକା ପଏସା ବାଧକ ସାଜିଛେ। ସରକାର ଗରିବ୍‌ ଦୁଖିକର ସ୍ବାସ୍ଥ୍ୟ ସେବାର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଥିଲେ ବି କେତେ କରମ୍‌ଚାରୀକଁର ବେପରୁଆ ମନ୍‌ଭାବ ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଇ ଦିଗେ ପରଶାସନ ଦୁରୁଷ୍‌ଟି ଦେବାର ସଂଗେ ଶୁକଦେବକଁର ଉଚ ଚିକିଛା ଲାଗି ସାହାଯ୍‌ ଯୁଗେଇ ଦେବାକେ ଶରତ କୁମାର ପୁଟେଲ, ରମାକାନ୍ତ ମିଶ୍ର, ସୁଶାନ୍ତ ମିଶ୍ର, ଭୋପାଳ ପଧାନ, ଶେଷଦେବ ନାଗ, ପ୍ରସନ୍ନ ମଲିିକ, ଗଉଁନ୍ତିଆ ସୁବାଷ ଦଣ୍ଡସେନା, ମନୋଜ ଦୀପ, ପରମେଶ୍ୱର ବନଗୁଲା ପରମୁଖ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri