ଅଜଣା ରୋଗରେ ଚାଲିଗଲା ଦୃଷ୍ଟି, ଶ୍ରବଣଶକ୍ତି: ପ୍ରିୟବ୍ରତଙ୍କୁ ମିଳିଲା ସହାୟତା

ଢେଙ୍କାନାଳ ଅଫିସ, ୨୯।୮: ଦୁଃଖ ଆସେ ସାଙ୍ଗସାଥୀକୁ ନେଇ। ଏହାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି ଢେଙ୍କାନାଳର ପ୍ରିୟବ୍ରତ ସାମଲ (୨୪)। ସହରର ଏକ ଆପାର୍ଟମେଣ୍ଟରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ପ୍ରିୟବ୍ରତ ସୁଠାମ ଶରୀରର ଅଧିକାରୀ। ହେଲେ ଦେଢ଼ମାସ ହେଲା ସବୁକିଛି ଯେମିତି ଓଲଟପାଲଟ ହୋଇଯାଇଛି। କୌଣସି ଏକ ଅଜଣା ରୋଗରେ ଉଭୟ ଶ୍ରବଣ ଏବଂ ଦୃଷ୍ଟିଶକ୍ତି ହରାଇଛନ୍ତି ସେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହୋଇଯିବା ପରେ ତାଙ୍କ ଆରୋଗ୍ୟ ନେଇ ସନ୍ଦିହାନ ହୋଇପଡ଼ିଥିଲେ ବାପା। ଏପରି ଦୁର୍ଦ୍ଦିନ ସମୟରେ ପରିବାର ସଦସ୍ୟ ସବୁ ଆଶା ଛାଡ଼ି ଦେଇଥିବାବେଳେ ପ୍ରିୟବ୍ରତଙ୍କ ପାଖରେ ସାହାରା ହୋଇ ଛିଡ଼ା ହୋଇଛନ୍ତି ସାଙ୍ଗସାଥୀ। ତାଙ୍କୁ ଚିକିତ୍ସା କରାଇ ଭଲ କରିବାକୁ ସେମାନେ ଅଣ୍ଟା ଭିଡ଼ିଛନ୍ତି। ଏହାପରେ ପ୍ରିୟବ୍ରତଙ୍କ ଓଠରେ ଉକୁଟିଛି ଚେନାଏ ହସ।
ଢେଙ୍କାନାଳ ସହର ଚାନ୍ଦମାରି ଅଞ୍ଚଳରେ ରୁହନ୍ତି ପ୍ରିୟବ୍ରତଙ୍କ ପରିବାର। ବାପା ଗଗନ ସାମଲ ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଛନ୍ତି। ମା’ ମାନସିକ ରୋଗୀ। ପ୍ରିୟବ୍ରତଙ୍କ ରୋଜଗାର ଟଙ୍କାରେ ପରିବାର ଚଳେ। ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ପ୍ରିୟବ୍ରତ ସବୁଦିନ ଜିମ୍‌ ଯାଇ ଶରୀରକୁ ଫିଟ୍‌ ରଖୁଥିଲେ। ଦେଢ଼ମାସ ତଳେ ତାଙ୍କୁ ହଠାତ୍‌ କୌଣସି ଅଜଣା ରୋଗ ମାଡ଼ିବସିଲା। ଫଳରେ ସେ ଦୃଷ୍ଟିଶକ୍ତି ଏବଂ ଶ୍ରବଣଶକ୍ତି ହରାଇ ବସିଛନ୍ତି। ଏହାପରଠୁ ସେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି। ଦୀର୍ଘଦିନ ଧରି ଜିମ୍‌କୁ ନ ଆସିବାରୁ ତାଙ୍କର ସାଙ୍ଗସାଥୀ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ। ଖବର ନେବାରୁ ସବୁକଥା ଜଣାପଡ଼ିଲା। ଅସହାୟ ବ୍ୟକ୍ତିଙ୍କୁ ସହାୟତା କରିବାକୁ ସାଙ୍ଗସାଥୀମାନେ ‘ହେଲ୍ପିଂ ହ୍ୟାଣ୍ଡ’ ସଂସ୍ଥା ଗଠନ କରିଥିବାବେଳେ ଏହା ହିଁ କାମରେ ଆସିଥିଲା। ସେମାନେ ପ୍ରିୟବ୍ରତଙ୍କୁ କଟକ ବଡ଼ ମେଡ଼ିକାଲ ନେଇଯାଇଥିଲେ। ପରୀକ୍ଷା ନିରୀକ୍ଷା ପରେ ସେଠାକାର ଡାକ୍ତର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଏଥିରେ ଅର୍ଥ ସାଜିଲା ପ୍ରତିବନ୍ଧକ। ଏହି ସମୟରେ ସହରବାସୀଙ୍କ ସାହାଯ୍ୟ ଲୋଡ଼ାଯାଇଥିଲା। ପ୍ରିୟବ୍ରତଙ୍କ ଏପରି ଅସମୟରେ ବିଭିନ୍ନ ଆଡ଼ୁ ସହାୟତା ମିଳିଛି। ବୁଧବାର ପ୍ରିୟବ୍ରତ ନିଜ ମାମୁଙ୍କ ସହ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି। ଅଧିକ ଚିକିତ୍ସା ଲାଗି ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲାପାଳ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବିଧାୟକ ସୁଧୀର କୁମାର ସାମଲ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି। ‘ହେଲ୍ପିଂ ହ୍ୟାଣ୍ଡ’ ସଦସ୍ୟ ଷ୍ଟାଲିନ ମହାନ୍ତି, ଭବସାଗର ମହାପାତ୍ର ପ୍ରମୁଖ ପ୍ରିୟବ୍ରତଙ୍କ ଚିକିତ୍ସା ଲାଗି ସହାୟତା ସଂଗ୍ରହ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri