ଅଙ୍ଗାରକ-ମିତ୍ର ପାଲଟିଛି ଶତ୍ରୁ

ବହୁବିଧ ଅଣୁ ଓ ପରମାଣୁଙ୍କ ନିର୍ଦ୍ଧାରିତ ସମଷ୍ଟିରେ ସଜୀବଙ୍କ ଶରୀରରେ କୋଷ ସୃଷ୍ଟିହୁଏ। ପୁନଶ୍ଚ ବିବିଧ ପ୍ରକାର କୋଷର ସମ୍ମିଶ୍ରଣରେଏକ ଜୀବନ୍ତ ପ୍ରାଣୀ ବା ଉଦ୍ଭିଦର ଉଦ୍ଭବ ଘଟେ। ଅଙ୍ଗାରକ(କାର୍ବନ) ହେଉଛି ଏପରି ଏକ ପରମାଣୁ ଯାହା ସମସ୍ତ ଜୀବଜନ୍ତୁଙ୍କ ଶରୀର ଗଠନ ତଥା ଜୀବନ ସହ ସମ୍ପୃକ୍ତ ରସାୟନ ପ୍ରକ୍ରିୟା ସବୁର ଏକ ପ୍ରମୁଖ, ପ୍ରୟୋଜନୀୟ ଉପାଦାନ ରୂପେ ଭୂମିକା ନିର୍ବାହକରେ। ଆମ ଶରୀରରେ ଏହାର ପରିମାଣ ହେଉଛି ୧୮.୫ ପ୍ରତିଶତ। ଅଧିକାଂଶ ଅଙ୍ଗାରକ ପାହାଡ଼ ପର୍ବତର ପ୍ରସ୍ତର ଏବଂ ମୃତ୍ତିକା ଓ ଭୂତଳରେ ତଥା ବୃକ୍ଷରାଜି, ଜଙ୍ଗଲ ଏବଂ ସମୁଦ୍ରଜଳରେ ଗଚ୍ଛିତ ହୋଇରହିଛି। ପୃଥିବୀର ଜୀବନ୍ତ ଜୀବସତ୍ତା, ବାୟୁମଣ୍ଡଳ, ସ୍ଥଳଭାଗ ଏବଂ ମହାସାଗର ମଧ୍ୟରେ ଅଙ୍ଗାରକ ପରମାଣୁ ନିରନ୍ତର ଗତିଶୀଳ ରହିଥାଏ, ଯାହା ‘ଅଙ୍ଗାରକଚକ୍ର’ ଭାବରେ ନାମିତ। ଏହି ଚକ୍ର ଅତ୍ୟନ୍ତ ଜଟିଳ ଏବଂ ଏହା ସମ୍ପୂର୍ଣ୍ଣହେବା ନିମନ୍ତେ ସ୍ଥଳବିଶେଷରେ ଲକ୍ଷ ଲକ୍ଷ ବର୍ଷର ଅବଧି ନେଇପାରେ। ଆମେ ଖାଉଥିବା ଖାଦ୍ୟରେ ଥିବା ଶ୍ୱେତସାର,ପୁଷ୍ଟିସାର ଏବଂ ସ୍ନେହସାରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରୂପେ ଅଙ୍ଗାରକ ଉପସ୍ଥିତ ଥାଏ, ଯେପରିକି ଅମ୍ଳଜାନ, ଉଦ୍‌ଜାନ, ଯବକ୍ଷାରଜାନ, କ୍ୟାଲ୍‌ସିୟମ, ଫସ୍‌ଫରସ୍‌ ଇତ୍ୟାଦି ମଧ୍ୟ ରହିଥା’ନ୍ତି। ଶରୀରର ଆଭ୍ୟନ୍ତରୀଣ ଶ୍ୱାସକ୍ରିୟାରେ ଯେତେବେଳେ ଅମ୍ଳଜାନ ଦ୍ୱାରା ଖାଦ୍ୟର ବିଘଟନ ଘଟେ, ସେତେବେଳେ ଅଙ୍ଗାରକାମ୍ଳ ଅଣୁ ଉତ୍ପନ୍ନହୋଇ ଏକ ବର୍ଜ୍ୟପଦାର୍ଥ ରୂପେ ପୁନର୍ବାର ବାୟୁମଣ୍ଡଳକୁ ମୁକ୍ତହୁଏ। ଏହି ବିଘଟନ ପ୍ରକ୍ରିୟାରେ ଉପଲବ୍ଧ ହେଉଥିବା ଶକ୍ତି ଶରୀରର ବିଭିନ୍ନ କାର୍ଯ୍ୟ ସାଧନରେ ବ୍ୟବହାର ହୁଏ। ଅନ୍ୟପକ୍ଷରେ ଉଦ୍ଭିଦଗୁଡ଼ିକ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଅଣୁ ସହ ଜଳ ଏବଂ ସୂର୍ଯ୍ୟାଲୋକ ଶକ୍ତିର ବିନିଯୋଗରେ ସବୁଜ କ୍ଲୋରୋଫିଲ୍‌ ଅଣୁ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ କରନ୍ତି, ଯାହାକି ଜୀବନଧାରଣ ନିମନ୍ତେ ଉଦ୍ଭିଦ ଓ ପ୍ରାଣୀଜଗତ ଦ୍ୱାରା ବ୍ୟବହୃତ ହୁଏ। ଅତଏବ, ଜୀବଜଗତର ସଂରଚ଼ନା ଓ ନିରନ୍ତରତା ରକ୍ଷା ନିମନ୍ତେ ଅଙ୍ଗାରକର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ବିପରୀତ ଦିଗରେ ସମ୍ପ୍ରତି ଆମ ଗ୍ରହରେ ଅଙ୍ଗାରକର କ୍ରମବର୍ଦ୍ଧିଷ୍ଣୁ ପରିମାଣ ଏବଂ ନକାରାତ୍ମକ ପ୍ରଭାବ ସମଗ୍ର ବିଶ୍ୱରେ ଗମ୍ଭୀର ଚର୍ଚ୍ଚାର ବିଷୟ ପାଲଟିଛି। ଏକ ସବୁଜଗୃହ ବାଷ୍ପ (ଗ୍ରୀନ୍‌ ହାଉସ ଗ୍ୟାସ୍‌)ରୂପେ ଅଙ୍ଗାରକାମ୍ଳ ଅନ୍ୟ ସବୁଜଗୃହ ବାଷ୍ପ ସହ ମିଶି ବାୟୁମଣ୍ଡଳରୁ ମହାକାଶକୁ ପ୍ରତ୍ୟାବର୍ତ୍ତନକରୁଥିବା ଉତ୍ତାପକୁ ଧରିରଖେ। ପ୍ରକୃତି ସ୍ଥିରୀକୃତ ମାତ୍ରାରେ ଏସବୁ ବାଷ୍ପର ଉପସ୍ଥିତି ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠିବା ନିମନ୍ତେ ଆବଶ୍ୟକ ହାରାହାରି ୧୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାର ସ୍ଥିତି ସୃଷ୍ଟିକରେ। କିନ୍ତୁ ବିଶ୍ୱ ଦୃଶ୍ୟପଟରେ ଏବେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହେଉଛି, ଯାହାର ମୂଳ ଉତ୍ସ ହେଉଛି ପ୍ରକୃତିରେ ମାନବୀୟ ହସ୍ତକ୍ଷେପ ଏବଂ କ୍ଷତିକାରକ ପରିବର୍ତ୍ତନ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଉପଲବ୍ଧତା ହେଉଛି ମାତ୍ର ୦.୦୪ ଶତାଂଶ, ଯାହା ଆମ ଗ୍ରହରେ ଜୀବନର ସଞ୍ଚାର ଏବଂ ଜୀବଜଗତର ସଂରଚନା, ବିବର୍ତ୍ତନ, ତିଷ୍ଠିରହିବା ତଥା ସାମଗ୍ରିକ ଅସ୍ତିତ୍ୱ ନିମନ୍ତେ ଉପଯୁକ୍ତ ପରିମାଣ ବୋଲି ବୈଜ୍ଞାନିକମାନେ ବିବେଚନା କରନ୍ତି। କିନ୍ତୁ ସମ୍ପ୍ରତି ଅଙ୍ଗାରକର ଅନିୟନ୍ତ୍ରିତ ବୃଦ୍ଧିଜନିତ ସମସ୍ୟାକୁ ନେଇ ସମଗ୍ର ବିଶ୍ୱ ଆଜି ଯେପରି ଭୀତତ୍ରସ୍ତ,ତାହା ଜୀବଜଗତର ଭବିଷ୍ୟତ ନିରନ୍ତରତା ଉପରେ ଏକ ବିଶାଳ ପ୍ରଶ୍ନବାଚୀ ସୃଷ୍ଟିକରିଛି। ପ୍ରାକ୍‌ ଶିଳ୍ପବିପ୍ଳବ କାଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ନିୟୁତରେ ୨୮୦ଭାଗ ଥିଲାବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୪୨୫ଭାଗ(ପିପିଏମ୍‌)ରେ ପହଞ୍ଚିଲାଣି। ଅତ୍ୟଧିକ ଅଙ୍ଗାରକାମ୍ଳ ପୃଥିବୀର ତାପମାତ୍ରାରେ ବୃଦ୍ଧି ଘଟାଉଛି, ଯାହା ବିଶ୍ୱତାପନ(ଗ୍ଲୋବାଲ ୱାର୍ମିଂ)ର ଆଖ୍ୟା ଅର୍ଜନ କରିଛି। ଫଳରେ ଗୁରୁତର ପ୍ରାକୃତିକ ବିପର୍ଯ୍ୟୟର ସୂତ୍ରପାତ ହେଉଛି।
ଶିଳ୍ପବିପ୍ଳବ ପରବର୍ତ୍ତୀ ସମୟରେ ବର୍ଦ୍ଧିତ ଶକ୍ତି ଆବଶ୍ୟକତା ପୂରଣ ନିମନ୍ତେ କୋଇଲା,ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର, ଜଙ୍ଗଲ ପରିସଂସ୍ଥାର ଧ୍ବଂସସାଧନ ତଥା ଅନ୍ୟାନ୍ୟ ଉତ୍ସରୁ ବର୍ଦ୍ଧିତ ସବୁଜଗୃହ ବାଷ୍ପ ସବୁର ନିର୍ଗମନ ହିଁ ଏସବୁ ସମସ୍ୟାର ମୂଳକାରଣ। ବିଶ୍ୱସ୍ତରରେ ଜଣେ ସାଧାରଣ ବ୍ୟକ୍ତି ପ୍ରତିବର୍ଷ ପ୍ରାୟ ୫ମେଟ୍ରିକ୍‌ ଟନ୍‌ ସମକକ୍ଷ ଅଙ୍ଗାରକାମ୍ଳ ନିର୍ଗମନ ନିମନ୍ତେ ଦାୟୀ, ଯାହା ଆମ ବର୍ଦ୍ଧିତ ‘ଅଙ୍ଗାରକ ପଦଚିହ୍ନ’କୁ ସୂଚିତକରେ। ଆମେରିକା ପରି ଧନୀ ରାଷ୍ଟ୍ରରେ ଏହି ପରିମାଣ ୩ ଗୁଣରୁ ଅଧିକ, ଯାହା ସାମ୍ପ୍ରତିକ ସଙ୍କଟରେ ସେମାନଙ୍କର ବଳିଷ୍ଠ ଭୂମିକାକୁ ସ୍ପଷ୍ଟରୂପେ ପ୍ରତିପାଦିତକରେ। ଏସବୁର ସାମଗ୍ରିକ ପ୍ରଭାବରେ ମେରୁ ଅଞ୍ଚଳସ୍ଥ ବରଫ ଓ ପର୍ବତସ୍ଥ ହିମବାହ ତରଳିବା, ସମୁଦ୍ରର ଅମ୍ଳୀକରଣ ଓ ଜଳସ୍ତରରେ ବୃଦ୍ଧି, ଝଡ଼ବାତ୍ୟାର ପୁନରାବୃତ୍ତି, ବହୁ ଜୀବଙ୍କର ବିଲୁପ୍ତି, କୃଷିକର୍ମରେ କ୍ଷୟକ୍ଷତି ଓ ଖାଦ୍ୟାଭାବ ଏବଂ ବର୍ଦ୍ଧିତ ଅର୍ଥନୈତିକ ବୈଷମ୍ୟ ପରିଦୃଷ୍ଟହେବା ଭଳି ସମସ୍ୟା ସମଗ୍ର ବିଶ୍ୱରେ ଅନୁଭୂତ ହେଉଛି। ସେହିପରି ବିପର୍ଯ୍ୟୟଜନିତ ବିଭୀଷିକା କ୍ରମେ ବୃଦ୍ଧିପ୍ରାପ୍ତ ହୋଇଚାଲିଛି। ଏସବୁ ପ୍ରକ୍ରିୟାର ପ୍ରଶମନ ନିମନ୍ତେ ଆମ ମାନସିକତା ଓ କାର୍ଯ୍ୟଧାରାରେ ବୈପ୍ଲବିକ ପରିବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ।
ଏବେ ସମୟ ଉପନୀତ, ଯେତେବେଳେ ପୃଥିବୀର ଅଙ୍ଗାରକ ସନ୍ତୁଳନରେ ବ୍ୟାଘାତ ସୃଷ୍ଟି ନ କରି ଗ୍ରହର ଅଙ୍ଗାରକ ଭଣ୍ଡାରକୁ ସୁରକ୍ଷିତ ରଖିବା ଏବଂ ସଂରକ୍ଷଣ ପ୍ରକଳ୍ପ ସବୁର କାର୍ଯ୍ୟକାରିତାକୁ ପ୍ରାଧାନ୍ୟ ଦେବା। ସମ୍ପ୍ରତି ଶିଳ୍ପସଂସ୍ଥା ପରି ଅଙ୍ଗାରକ ଉତ୍ପନ୍ନସ୍ଥଳୀରେ ଏହାକୁ କଠିନ ଅବସ୍ଥାରେ ଅଧିକୃତ କରିବା ଏବଂ ପରେ ଉପଯୁକ୍ତ ଗଭୀର, ଭୂତଳ ସ୍ଥାନକୁ ପରିବହନକରି ସେଠାରେ ଗଚ୍ଛିତ ରଖିବା କିମ୍ବା ପୋତିଦେବାର ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ସେହିପରି ବାୟୁମଣ୍ଡଳରୁ ପ୍ରତ୍ୟକ୍ଷ ବା ପରୋକ୍ଷଭାବରେ ଅଙ୍ଗାରକାମ୍ଳର ଅପସାରଣ ନିମନ୍ତେ ନୂତନ ପ୍ରଯୁକ୍ତି ସବୁର ପ୍ରୟୋଗ ହେଉଛି। କୋଇଲା ଦହନ ଦ୍ୱାରା ବିଦ୍ୟୁତ୍‌ ଉତ୍ପାଦନ ପରି କେତେକ ଶିଳ୍ପ ପ୍ରକ୍ରିୟାରେ ସେଠାରୁ ସୃଷ୍ଟ ବୃହତ୍‌ ପରିମାଣର ଅଙ୍ଗାରକକୁ ଅପସାରଣ କରିବା ପଦ୍ଧତିରେ ସଫଳତା ପ୍ରଦର୍ଶିତ ହେଲାଣି। ମାତ୍ର ଏସବୁ ପଦ୍ଧତିରେ ପରିବେଶ ପ୍ରତି ବିପଦର ଆଶଙ୍କା ମଧ୍ୟ ରହିଛି, ଯେପରିକି ଭୂଗର୍ଭରେ ସଞ୍ଚିତ ଅଙ୍ଗାରକଭଣ୍ଡାରରୁ ଭୂତଳଜଳ କିମ୍ବା ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳର କ୍ଷରଣହେବା ସମ୍ଭାବନାI
ଚଳିତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ବାୟୁମଣ୍ଡଳରୁ ପ୍ରତିବର୍ଷ କୋଟି କୋଟି ଟନ୍‌ ଅଙ୍ଗାରକ ଅପସାରଣ କରିବା ଲକ୍ଷ୍ୟରେ ଆଇସ୍‌ଲାଣ୍ଡର ହେଲିଶିଓଇରେ ବର୍ତ୍ତମାନ ନିର୍ମାଣାଧୀନ କାରଖାନା କାର୍ଯ୍ୟକ୍ଷମହେବା ଏକ ପ୍ରମୁଖ ଉପଲବ୍ଧିହେବାକୁ ଯାଉଛି। ଏହି ପ୍ରକଳ୍ପ ବର୍ତ୍ତମାନ ବାୟୁରୁ ଅଙ୍ଗାରକାମ୍ଳ ଶୋଷିବା ନିମନ୍ତେ ବିଶ୍ୱର ସବୁଠାରୁ ବଡ଼ କାରଖାନା। କିନ୍ତୁ ଏସବୁ ବୈଷୟିକ ପ୍ରକ୍ରିୟା ବା ପ୍ରଯୁକ୍ତିର ବିକାଶ ଓ ବ୍ୟବହାରରେ ଯଥେଷ୍ଟ ପୁଞ୍ଜିବିନିଯୋଗର ଆବଶ୍ୟକତା ରହିଛି ଏବଂ ପରିବେଶ କ୍ଷେତ୍ର ନିମନ୍ତେ ବିପଦର ସମ୍ଭାବନାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଏଡ଼ାଇଦିଆଯାଇ ନ ପାରେ। ଶ୍ରେଷ୍ଠ ବିକଳ୍ପ ହେଉଛି ଜଙ୍ଗଲ ସୁରକ୍ଷା ଏବଂ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ପରି ପ୍ରକୃତି ଆଧାରିତ ସମାଧାନର ପନ୍ଥା ଅବଲମ୍ବନ ଏବଂ ଅତ୍ୟଧିକ ଉପଭୋକ୍ତାବାଦ ମନୋବୃତ୍ତିରେ ପରିବର୍ତ୍ତନ ଘଟାଇ ସମ୍ବଳ ବ୍ୟବହାରରେ ମିତବ୍ୟୟିତା ପ୍ରଦର୍ଶନ କରିବା, ଯେପରିକି ପ୍ରାକୃତିକ ସନ୍ତୁଳନ ବ୍ୟାହତ ନ ହୁଏ। ଆମ ପରିବେଶ ପଦଚିହ୍ନରେ ହ୍ରାସ ଘଟାଇ ପୁଣି ଥରେ ଶତ୍ରୁ ପାଲଟିଥିବା ଅଙ୍ଗାରକକୁ ମିତ୍ରରେ ପରିଣତ କରିବା ଆମ ବିଜ୍ଞତାର ପରିଚାୟକ ହେବ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri