ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ବିରୋଧ: ସିଡିପିଓ ଅଫିସ ଘେରିଲେ ମହିଳା

ମୋରଡ଼ା,୨୪ା୧୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତ ଅନ୍ତର୍ଗତ ଡାକୋଈ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ନେଇ ବିବାଦ ଥମୁନି। ଏହି କର୍ମୀ ନିଯୁକ୍ତିକୁ ବିରୋଧ କରି ଗୁରୁବାର ଗ୍ରାମର ମହିଳାମାନେ ସିଡିପିଓ ଅଫିସ ଘେରାଉ କରିଥିଲେ।
ସୂଚନାନୁଯାୟୀ, କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପୂର୍ବରୁ ଗ୍ରାମବାସୀ ଜିଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ସେମାନେ ବାରିପଦା-ଚିତ୍ର    ଡ଼ା ରାଜ୍ୟ ରାଜପଥ ଅବରୋଧ କରିଥିଲେ। ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦାଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ। ତେବେ ତହସିଲଦାର ଏନେଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ସିଡିପିଓ ମିତା ନାୟକ ନିଯୁକ୍ତି ଦେଇଥିବା ଜଣେ ମହିଳାଙ୍କୁ ଗ୍ରାମବାସୀ ବିରୋଧ କରି ଆସୁଥିଲେ ମଧ୍ୟ ଉକ୍ତ ମହିଳା ଜଣକ ଗ୍ରାମକୁ ଆସି ଗର୍ଭବତୀଙ୍କର ଆଧାର କାର୍ଡ ଓ ଡାଟା ସଂଗ୍ରହ କରୁଛନ୍ତି। ଏଥିରେ ଗ୍ରାମର ମହିଳାମାନେ ଅସନ୍ତୋଷ ବ୍ୟକ୍ତ କରି ଗୁରୁବାର ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ। ତହସିଲଦାର ଏବଂ ବିଡିିଓ ସାଗର ପାଲୋଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ। ତହସିଲଦାର ଉକ୍ତ ଘଟଣାର ଯାଞ୍ଚ କରାଯିବ ବୋଲି କହିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆଗରେ ଆଉ ଏକ ସଙ୍କଟ: ସାବୁନ ଠାରୁ ଆରମ୍ଭ କରି ଚିପ୍ସ, ବିସ୍କୁଟ ପର୍ଯ୍ୟନ୍ତ ସବୁକିଛି ହୋଇଯିବ ମହଙ୍ଗା! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୪: ଇରାନରେ ଯୁଦ୍ଧ ଆରମ୍ଭ ହେବା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ଭାରତ ପୂର୍ବରୁ ଅଶୋଧିତ ତୈଳ ଯୋଗାଣର ଅଭାବର ସମ୍ମୁଖୀନ ହେଉଛି। ବର୍ତ୍ତମାନ, ପାମ…

ଅକ୍ଷୟ କୁମାରଙ୍କ ଝିଅକୁ ନଗ୍ନ ଫଟୋ ମାଗିବା ପଡିଲା ମହଙ୍ଗା, ଅଭିଯୁକ୍ତଙ୍କୁ ଗିରଫ କଲା ଏବେ ସାଇବର ପୋଲିସ

ମୁମ୍ବାଇ,୨୫।୪: ଅକ୍ଷୟ କୁମାର ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତି। ସେ ଦୁଇଟି ସନ୍ତାନର ପିତା। ତାଙ୍କର ପୁଅଙ୍କ ନାଁ ଆରବ…

ଯୁଦ୍ଧ ମଧ୍ୟରେ ଚାଇନା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆମେରିକା, ବିଶ୍ୱରେ ହଇଚଇ

ଓ୍ବାଶିଂଟନ୍‌,୨୫।୪: ଇରାନ ସହିତ ଯୁଦ୍ଧ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଚାଇନା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେରିକା ଚାଇନାର ଏକ ରିଫାଇନାରୀ ଏବଂ ଇରାନର ତୈଳ…

ନୂଆ ଓ ପୁରୁଣା

ଦିନ ପରେ ଦିନ ବିତେ, ବର୍ଷ ପରେ ବର୍ଷ ଆସେ। ସମୟ ସ୍ରୋତରେ ଆଜିର ମୁହୂର୍ତ୍ତ କାଲିର ଅତୀତ ପାଲଟେ। ନୂଆକୁ ସ୍ବାଗତ କରିବାର ପରମ୍ପରା ଆମ…

ସଂରକ୍ଷଣ ବ୍ୟବସ୍ଥାର କ୍ରମ ବିକାଶ

ସମ୍ବିଧାନରେ ସ୍ଥାନିତ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାର ଦୀର୍ଘ ପୃଷ୍ଠଭୂମି ରହିଛି। ବ୍ରିଟିଶ ଶାସନାଧୀନ ଭାରତବର୍ଷରେ ସର୍ବପ୍ରଥମେ କୋହ୍ଲାପୁର ରାଜ୍ୟରେ ୧୯୦୨ରେ ସରକାରୀ ସିଦ୍ଧାନ୍ତ ରୂପେ ଚାକିରି କ୍ଷେତ୍ରରେ…

ନିଯୁକ୍ତିର ବାର୍ତ୍ତା

ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ମନ୍ତ୍ରଣାଳୟଗୁଡ଼ିକରେ ଯୁଗ୍ମ ସଚିବ ସ୍ତରରେ ୪୮ ଜଣ ବାବୁଙ୍କ ନିଯୁକ୍ତି ଏକ ସାଧାରଣ ବିଷୟ ଜଣାପଡ଼ୁଛି। କିନ୍ତୁ ତାହା ନୁହେଁ।…

ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ: ଭର୍ଚୁଆଲ ମାଧ୍ୟମରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ

ତୁମୁଡିବନ୍ଧ(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଭାଷୀ ମାଧ୍ୟମରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ…

ଏପ୍ରିଲ ୩୦ ସନ୍ଧ୍ୟାରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ: ୨ ମାସ ଠପ୍‌ ପଡିବ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri