ଅଖ ହଣା ସରିଲା, ଦଣ୍ଡା କାମ ଆରମ୍ଭ

ପୁରୀ ଅଫିସ, ୮ା୬: ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିରଥ ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ଚାଲିଛି ରଥ କାମ। ଅକ୍ଷୟତୃତୀୟ ଠାରୁ ଆରମ୍ଭ ହୋଇଥିବା ରଥକାମ ଜୋରସୋରରେ ଚାଲିଛି। ମହାରଣା ମାନେ ରଥର ବିଭିନ୍ନ ଅଂଶ ନିର୍ମାଣରେ ବ୍ୟସ୍ତ ରହୁଛନ୍ତି। ପ୍ରଥମେ ତୁମ୍ବ କାମ ସରିବାରେ ସେଥିରେ ପଇ ସଂଯୋଗ କରାଯାଇ ଚକ ତିଆରି ଚାଲିଛି। ଭଉଁରୀରେ ତିନି ରଥ ଦୁଇଟି ଲେଖାଏଁ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ମହାରଣା ସେବକ ମାନେ ଚକ ତିଆରି ଉପରେ ଜୋର ଦେଇଛନ୍ତି। ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶୁକ୍ରବାର ଦଣ୍ଡା କାମ ଅନୁକୂଳ ହୋଇଛି। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୯ଟି ଲେଖାଏଁ ଏବଂ ଦର୍ପଦଳନର ୭ଟି ଦଣ୍ଡା କାମ କରାଯିବ। ତିନି ରଥର ଦୁଇଟି ଲେଖାଏଁ ପାଶ୍ୱ ମୁହଁାଟ ଓ ମୁହଁାଟ କାମ ଶେଷ ହୋଇଛି। ଶୁକ୍ରବାର ସୁଦ୍ଧା ତିନି ରଥର ୨୧ଟି ଅଖରୁ ୨୦ଟି ଅଖ ହଣା କାମ ଶେଷ ହୋଇଛି। ସେଥିରୁ ନନ୍ଦିଘୋଷର ମୋଟ ୮ଟି, ତାଳଧ୍ୱଜର ମୋଟ ୭ଟି ଓ ଦର୍ପଦଳନର୬ରୁ ୫ଟି ଶେଷ ହୋଇଛି। ଆଉ ଗୋଟିଏ କାମ ଚାଲିଛି। ଦୋଳବେଦୀ କୋଣ ପରିସରରେ କରତି ସେବକ ମାନେ ଗୟଳ ଚରିଟ କରୁଛନ୍ତି। ତିନିରଥ ଲାଗି ୪୦ଫୁଟିଆ ଗୟଳ(ଧଉରା କାଠ) ଭୋଇ ସେବକ ମାନେ ପକାଇଥିଲେ। କରତି ସେବକ ମାନେ ଏହାକୁ ଚଉପଠ କରିବା ପରେ ଚିରଟ କରୁଛନ୍ତି। ତାଳଧ୍ୱଜ ରଥର ଗୟଳ ଚିରଟ ପ୍ରଥମେ କରାଯାଇଛି। ପରେ ନନ୍ଦିଘୋଷ ଚିରଟ କରାଯାଇଥିଲା। ଏବେ ଦେବୀ ରଥର ଗୟଳ ଚିରଟ ଚାଲିଛି। ଅନ୍ୟପକ୍ଷରେ ମୁହଁାଟ ଓ ପାର୍ଶ୍ୱ ମୁହଁାଟ କାମ ସରିଥିବା ବେଳେ ନିରାଡି କାମ ଆରମ୍ଭ ହେବ। ମହାରଣା ମାନେ ପଇ ଓ ତୁମ୍ବରେ ଅଖ ବିନ୍ଧ କରୁଛନ୍ତି। ରୁପକାର ସେବକ କଣଗୁଜ କରୁଛନ୍ତି। ଅନ୍ୟପଟେ ତିନି ରଥର ୪ଟି ଲେଖାଏଁ ଚାରି ନାହାକା(୨୦ଫୁଟିଆ ଧଉରା) କାଠ ରଥଖଳାରେ ପଡିଛି।
ବାହାରିଲା ଦଣ୍ଡା କଣ୍ଟା
ଦୋଳବେଦୀ ପରିସରରେ କମାର ଶାଳରେ କମାର ସେବକ ମାନେ ତିନି ରଥ ଲାଗି ଲୁହା କଣ୍ଟା ପ୍ରସ୍ତୁତ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅରକଣ୍ଟା, ବଳା, ପନ୍ଦାରୀ ଓ ପନ୍ଦାରୀ ଚାବି ତିଆରି କରାଯାଇଥିଲା। ଶୁକ୍ରବାର ଠାରୁ ଦଣ୍ଡା କଣ୍ଟା ଆରମ୍ଭ ହୋଇଛି। ତାଳଧ୍ୱଜ ରଥର କମାର ସେବକ ଅର୍ଜୁନ ମହାରଣା କୁହନ୍ତି, ତିନି ରଥ ଲାଗି୧୦୬ଟି ଦଣ୍ଡା କଣ୍ଟା ତିଆରି କରାଯିବ। ନନ୍ଦିଘୋଷ ରଥର ୪୨ଟି, ତାଳଧ୍ୱଜ ରଥର ୩୮ଟି ଏବଂ ଦର୍ପଦଳନ ରଥ ଲାଗି ୨୮ଟି କଣ୍ଟା ତିଆରି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri