ଅକାରଣରେ ବାହାରକୁ ବାହାରିଲେ ଭୋଗିବେ ଦଣ୍ଡ

ଭୁବନେଶ୍ୱର, ୧ା୪ (ବ୍ୟୁରୋ): ଘର ଦୂଆରେ ପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ତା ସତ୍ତ୍ୱେ ମଧ୍ୟ ଭୁବନେଶ୍ୱର ସହରର କେତେକ ଜନସାଧାରଣଙ୍କ ବେପରୁଆ କାର୍ଯ୍ୟକଳାପ ସାମ୍ନାକୁ ଆସୁଛି। ହାଟ ବଜାରରେ ଗହଳି ନ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଜନସାଧାରଣଙ୍କୁ ବାରମ୍ବାର ସଚେତନ କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି। ଏହାସତ୍ତ୍ୱେ ମଧ୍ୟ ଲୋକେ ନିଜର ପ୍ରକୃତି ବଦଳାଉନାହାନ୍ତି। ଯଦି ଏଥିରେ ସୁଧାର ନ ଆସେ ତେବେ ମାର୍କେଟରେ ଗହଳି କରୁଥିବା ଓ ନିୟମ ପାଳନ କରୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
କୋଭିଡ-୧୯ର ସଂକ୍ରମଣକୁ ଏଡ଼ାଇବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ହେଲେ ତା ସତ୍ତ୍ୱେ ଲୋକମାନେ ଘରୁ ବାହାରି ବଜାରରେ ଭିଡ଼ ଜମାଉଛନ୍ତି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଦୃଢ଼ ଭାବେ ଗ୍ରହଣ କରି କମିଶନରେଟ୍‌ ପୋଲିସ୍‌ ସହ ଆଲୋଚନା କରିଛି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଜନସାଧାରଣ ଗୋଟିଏ ସ୍ଥାନରେ ଗହଳି କଲେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି ବୋଲି ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି।
ସଫଳ ହେଲା ହୋମ ଡେଲିଭରି ଅଭିଯାନ
ଭୁବନେଶ୍ୱରବାସୀଙ୍କ ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ମଲ୍‌, ବଡ଼ବଡ଼ ଷ୍ଟୋର ଏବଂ ରନ୍ଧା ଖାଦ୍ୟ ଘରେ ପହଞ୍ଚାଇବାକୁ ଘରୋଇ ସଂସ୍ଥା ସ୍ବିଗୀ ସହିତ ବିଏମ୍‌ସି ଚୁକ୍ତି କରିଛି। ଗତ ୨୬ ତାରିଖ ଓ ୨୭ ତାରିଖରେ ହୋଇଥିବା ଏହି ଚୁକ୍ତିକୁ ମଙ୍ଗଳବାର ୫ଦିନ ପୁରୁଥିବାବେଳେ ଉଭୟ ସ୍ବିଗୀ, ମଲ୍‌ ଓ ବଡ଼ ଷ୍ଟେରର କର୍ତ୍ତୃପକ୍ଷ ଭୁବନେଶ୍ୱରର ପାଖାପାଖି ୧୦ ହଜାର ଲୋକଙ୍କ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛି। ଏତେ କମ୍‌ ସମୟରେ ୧୦ହଜାର ପରିବାରଙ୍କ ନିକଟରେ ସାମଗ୍ରୀ ପହଞ୍ଚାଇଥିବାରୁ ବିଏମ୍‌ସି ସମ୍ପୃକ୍ତ ସଂସ୍ଥା ଓ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛି।
ଘର ପାଖରେ ପରିବା ପାଇଁ ଡାଲା ଅଟୋ ସଂଖ୍ୟା ବଢ଼ିଲା
୨୧ ଦିନର ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପରିବା ହାଟରେ ଲୋକଙ୍କ ଭିଡ଼ କମାଇବାକୁ ଲକ୍ଷ୍ୟ କରି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୩ଟି ଜୋନରେ ୩୦ଟି ଲେଖାଏ ୯୦ଟି ଡାଲା ଅଟୋରେ ପରିବା ବିକ୍ରି କରିବା ପାଇଁ ପ୍ରାଥମିକସ୍ତରରେ ଅନୁମତି ଦେଇଥିଲା। ହେଲେ ବର୍ତ୍ତମାନ ଲୋକଙ୍କ ସଂଖ୍ୟା ଓ ଚାହିଦାକୁ ଲକ୍ଷ୍ୟ କରି ବିଏମ୍‌ସି ସୋମବାର ଓ ମଙ୍ଗଳବାର ଡାଲା ଅଟୋ ସଂଖ୍ୟା ୧୫୭କୁ ବୃଦ୍ଧି କରିଛି। ଭୁବନେଶ୍ୱରର ଜନସାଧାରଣ କିପରି ଅଧିକ ମାତ୍ରାରେ ସଂକ୍ରମିତ ନହେବେ ଓ ନିଜ ଘର ନିକଟରେ ସମସ୍ତ ସେବା ପାଇବେ ତା’କୁ ଲକ୍ଷ୍ୟ କରି ବିଏମ୍‌ସି ଏହି ସେବାକୁ ବଢ଼ାଇଥିବା ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି। ଏହି ବ୍ୟବସ୍ଥା ଆଗମୀ ଦିନରେ ଜାରି ରହିଲେ ଜନସାଧାରଣ ଉପକୃତ ହେବା ସହ ପରିବା ମାର୍କେଟରେ ହେଉଥିବା ଗହଳିକୁ ରୋକାଯାଇପାରିବ ବୋଲି ଭୁବନେଶ୍ୱରବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri