ଅଂଶୁଘାତ ୱାର୍ଡରେ ଦିଦିଙ୍କ କେକ୍‌ କଟା ଘଟଣା: ଏଡିଏମ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୧।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଂଶୁଘାତ ୱାର୍ଡରେ ଗତ ଶନିବାର ରାତିରେ ଜନୈକା ଦିଦିଙ୍କ ଜନ୍ମଦିନ ପାଳନ ବେଳେ କେକ୍‌ କଟାଯିବା ଓ ଦେଢ଼ଘଣ୍ଟା ଧରି ନୃତ୍ୟଗୀତର ଆୟୋଜନ କରାଯିବା ନେଇ ସୋମବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅମରେନ୍ଦ୍ରନାଥ ମହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସିଡିଏମ୍‌ଓ ମହାନ୍ତି ଏଡିଏମ୍‌ଓ (ମେଡିକାଲ) ଡାକ୍ତର ଲକ୍ଷ୍ମୀନାରାୟଣ ବିଶୋଇଙ୍କୁ ଡାକି ଘଟଣାର ତଦନ୍ତ କରି ଗୋଟିଏ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଶୀତତାପ ନିୟନ୍ତ୍ରିତ ଅଂଶୁଘାତ ୱାର୍ଡ ଖୋଲାଯାଇଛି। ଏଠାରେ କିଏ ଜନ୍ମ ଦିନ ପାଳନ ପାଇଁ ଅନୁମତି ଦେଲା, କେଉଁମାନେ ଜନ୍ମ ଦିନ ପାଳନ କରୁଥିଲେ, କାହାର ଜନ୍ମଦିନ ଥିଲା ସେସବୁର ଖୋଲତାଡ଼ କରାଯିବ। ଏପରି କି ଘଟଣା ସମ୍ପର୍କରେ ସେତେବେଳେ କେମିତି ଜଣାପଡ଼ିଲା ନାହିଁ ସେ ସମ୍ପର୍କରେ ମଧ୍ୟ ଜଣାଇବାକୁ ସିଡିଏମ୍‌ଓ କହିଛନ୍ତି। ଏଡିଏମ୍‌ଓ  କହିଛନ୍ତି ଯେ, ସିଡିଏମ୍‌ଓ ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ମାଗିଛନ୍ତି। ବୁଧବାର ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯିବ। ତେବେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ହୋଇନାହିଁ ବୋଲି ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri