ଜୋନ୍‌ସ୍ତରୀୟ କ୍ରେତା-ବିକ୍ରେତା ସମ୍ମିଳନୀ

କଟକ,୨୩।୩: ଓଡ଼ିଶା ସରକାରଙ୍କ ଉପ ମତ୍ସ୍ୟ ନିର୍ଦ୍ଦେଶକ କଟକ ଜୋନ୍‌ କଟକଙ୍କ ପକ୍ଷରୁ ବୁଧବାର ସ୍ଥାନୀୟ ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାର ସମ୍ମିଳନୀ କକ୍ଷରେ ଏକ ଜୋନ୍‌ସ୍ତରୀୟ କ୍ରେତା-ବିକ୍ରେତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀକୁ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଯୁଗ୍ମ ମତ୍ସ୍ୟ ନିର୍ଦ୍ଦେଶକ ଶଶିକାନ୍ତ ଆଚାର୍ଯ୍ୟ ମତ୍ସ୍ୟ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏପରିକି କଟକ ଜୋନ୍‌ ଉପମତ୍ସ୍ୟ ନିର୍ଦ୍ଦେଶକ ବବିତା ମହନ୍ତ କଟକ ଜୋନ୍‌ରେ ମତ୍ସ୍ୟ ଉତ୍ପାଦନ ସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ସଫଳ ରୂପାୟନ ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।

ଅପରପକ୍ଷରେ କେନ୍ଦ୍ରୀୟ ମଧୁରଜଳ ଗବେଷଣା ପ୍ରତିଷ୍ଠାନ କୌଶଲ୍ୟାଗଙ୍ଗର ଡ. ନଗେଶ କୁମାର ବାରିକ ମାଛର ବ୍ୟବସାୟ ଓ ପୁଞ୍ଜି ନିବେଶ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଟକ ଜୋନ୍‌ର ସମସ୍ତ ଜିଲାର ଜିଲା ମତ୍ସ୍ୟ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଟକ ଜୋନ୍‌ର ୪ଟି ଜିଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଅଧିକ ଅଗ୍ରଣୀ ମତ୍ସ୍ୟ ଚାଷୀ, ମତ୍ସ୍ୟ ବ୍ୟବସାୟୀ, ମତ୍ସ୍ୟ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଥିଲେ। ପରିଶେଷରେ କଟକ ଜିଲା ମତ୍ସ୍ୟ ଅଧିକାରିଣୀ ଇତିଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri