Categories: ବାଣିଜ୍ୟ

ଏବେ ଜୋମାଟୋରେ ଇସ୍ତଫା ପର୍ବ: କମ୍ପାନୀ ଛାଡ଼ିଲେ ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା

ନୂଆଦିଲ୍ଲୀ,୧୯।୧୧: ଟୁଇଟର ପରେ ଏବେ ଜୋମାଟୋରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। କମ୍ପାନୀର ୩ ବରିଷ୍ଠ ଅଧିକାରୀ କମ୍ପାନୀକୁ ବିଦାୟ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ କମ୍ପାନୀର ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଅଛନ୍ତି। ଗୋଟିଏ ପଟେ କମ୍ପାନୀ ଅନେକ ପରିବର୍ତ୍ତନ ଦେଇ ଗତି କରୁଥିବା ବେଳେ ଅଧିକାରୀଙ୍କ ଇସ୍ତଫା ଏହାର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମୋହିତ ଦୀର୍ଘ ସାଢ଼େ ୪ ବର୍ଷ ଧରି କମ୍ପାନୀ ସହ ଜଡ଼ିତ ଥିଲେ। ଏହି ସମୟରେ ସେ ଅନେକ ବଡ଼ ପଦବୀରେ ରହିଥିଲେ। ଏବେ ସେ କେବଳ ନିବେଶକ ଭାବେ କମ୍ପାନୀ ସହ ଜଡ଼ିତ ରହିବେ ବୋଲି ଜଣାପଡ଼ିଛି। ତେବେ ହଠାତ୍‌ କାହିଁକି ସେ କମ୍ପାନୀ ଛାଡିଲେ ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ।
ମୋହିତ ତାଙ୍କ ବିଦାୟୀ ବାର୍ତ୍ତାରେ କହିଛନ୍ତି, ମୁଁ ସମସ୍ତଙ୍କୁ ବର୍ଷ ବର୍ଷ ଧରି ଶିଖିଥିବା ପ୍ରତିଟି ଜିନିଷ ଉପରେ ଆଗକୁ ବଢ଼ୁଥିବାର ଦେଖିବାକୁ ଚାହୁଁଛି। ଆଗକୁ ବଢ଼, ଶିଖ ଏବଂ ଏଭଳି ଏକ ସଂଗଠନ ଗଠନ କର ଯାହାକି ବିଶ୍ୱର ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ପାଲଟୁ।
ସପ୍ତାହେ ପୂର୍ବରୁ ଜୋମାଟୋର ନୂତନ ଇନିସିଏଟିଭ୍‌ ହେଡ୍‌ ତଥା ପୂର୍ବତନ ଖାଦ୍ୟ ବିତରଣ ମୁଖ୍ୟ ରାହୁଲ ଗଞ୍ଜୁ ଇସ୍ତଫା ଦେଇଥିଲେ। ତାଙ୍କ ବ୍ୟତିତ ଇଣ୍ଟରସିଟି ଲିଜେଣ୍ଡ୍ସ ସେବା ମୁଖ୍ୟ ସିଦ୍ଧାର୍ଥ ଝାଓ୍ବର ମଧ୍ୟ କମ୍ପାନୀ ଛାଡ଼ିଥିଲେ।

Share