Posted inଖେଳ

ବିଶ୍ୱ ଚାମ୍ପିୟନ ଭାରତକୁ ହରାଇଲା ଜିମ୍ବାୱେ, ଫେଲ୍ ମାରିଲା ଯୁବ ବାହିନୀ

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ପ୍ରଥମ ମୁକାବିଲାରେ ଜିମ୍ବାୱେ ନିକଟରୁ ପରାଜୟର ସାମ୍ନା କରିଛି ଭାରତ। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ହରାରେ ସ୍ପୋଟର୍‌ସ କ୍ଲବରେ ଖେଳା ଯାଇଥିବା ବେଳେ ଭାରତ ୧୩ ରନ୍‌ରେ ହାରି ଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୨୦ ଓଭରରେ ୯ ଉଇକେଟ ହରାଇ ୧୧୫ ରନ୍‌ କରିଥିଲା। ଜବାବରେ ଭାରତ ୧୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୦୨ ରନ୍‌ କରିଥିଲା। ଭାରତ ପକ୍ଷରୁ ଅଭିଷେକ ଶର୍ମା, ରିୟାନ ପରାଗ ଓ ଧ୍ରୁବ୍‌ ଜୁରେଲ ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ଅଭିଷେକ ଓ ରିୟାନଙ୍କ ପାଇଁ ଏହା ଅନ୍ତର୍ଜାତୀୟ ପଦାର୍ପଣ ହୋଇଥିବା ବେଳେ ଧ୍ରୁବ ଆଗରୁ ଟେଷ୍ଟ ଖେଳି ସାରିଛନ୍ତି।

ଜିମ୍ବାଓ୍ବେ ପକ୍ଷରୁ ଓପନର ଇନୋସେଣ୍ଟ କାଇଆ ଖାତା ଖୋଲିବା ଆଗରୁ ପ୍ୟାଭିଲିୟନ ଫେରିଥିଲେ। ତେବେ ଓ୍ବେସଲି ମାଧେଭିର(୨୧), ବ୍ରାୟାନ୍‌ ବେନେଟ୍ଟ(୨୨) ଓ ସିକନ୍ଦର ରାଜା(୧୭) ଦଳୀୟ ସ୍କୋରକୁ ୭୪ରେ ପହଞ୍ଚାଇଥିଲେ। ଶେଷ ଆଡକୁ ଉଇକେଟ କିପର କ୍ଲାଇଭ ମାଡେଣ୍ଡ(୨୯*) ଓ ଡିଅନ୍‌ ମାୟର୍ସ(୨୩)ରନ କରିବାରୁ ଜିମ୍ବାଓ୍ବେ ୧୧୫ ରନ୍‌ରେ ପହଞ୍ଚିଥିଲା। ଭାରତ ପକ୍ଷରୁ ରବି ବିଷ୍ଣୋଇ ୧୩ ରନ୍‌ରେ ୪ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓ୍ବାଶିଂଟନ୍‌ ସୁନ୍ଦର ୨, ମୁକେଶ କୁମାର ଓ ଆଭେଶ ଖାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୧୧୬ ରନ୍‌ର ପିଛା କରୁଥିବା ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୦୨ ରନ୍‌ରେ ଅଲଆଉଟ ହୋଇଥିଲା। ଦଳର ୮ ଜଣ ଖେଳାଳି ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିବା ବେଳେ ଅଧିନାୟକ ଶୁବମନ ଗିଲ୍‌ ସର୍ବାଧିକ ୩୧ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓ୍ବାଶିଂଟନ୍‌ ସୁନ୍ଦର ୨୭ ଓ ଆଭେଶ ୧୬ ରନ୍‌ କରିଥିଲେ। ଜିମ୍ବାଓ୍ବେ ପକ୍ଷରୁ ଟେଣ୍ଡାଇ ଚାଟାରା ଓ ସିକନ୍ଦର ରାଜା ୩ଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ରାୟାନ ବେନେଟ, ଓ୍ବେଲିଂଟନ୍‌ ମାସାକାଜା, ବ୍ଲେସିଂ ମୁଜାରବାନି ଓ ଲ୍ୟୁକ ଜଙ୍ଗଓ୍ବେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri