Posted inଖେଳ

କିଏ ସେ ଅଭିଷେକ ଶର୍ମା? ଯିଏ ବନ୍ଧୁଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଡେବ୍ୟୁ କରି ଚର୍ଚ୍ଚାରେ, ହେଲେ ଖେଳାଳି ନମ୍ବର-୧୧୧

ହରାରେ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବାର ୭ ଦିନ ପରେ ଟିମ୍‌ଇଣ୍ଡିଆରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। କହିବାର ତାତ୍ପର୍ଯ୍ୟ ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜିମ୍ବାଓ୍ବେ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଖେଳୁଛି। ଏଥିରେ ଭାରତ ପକ୍ଷରୁ ୩ ଯୁବ ଖେଳାଳି ଡେବ୍ୟୁ କରୁଛନ୍ତି।

ଏହି ୩ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଯୁବରାଜ ସିଂଙ୍କ ଶିଷ୍ୟ ଭାବେ ପରିଚିତ ଅଭିଷେକ ଶର୍ମା। ସେ ଗତ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓପନିଂ କରି ଚର୍ଚ୍ଚାକୁ ଆସିଥିଲେ। ସେବେଠାରୁ ତାଙ୍କର ଜାତୀୟ ଦଳରେ ସ୍ଥାନ ପକ୍କା ବୋଲି କୁହାଯାଉଥିଲା। ଶେଷରେ ସେ ଜିମ୍ବାଓ୍ବେ ବିପକ୍ଷରେ ନିଜର ଡେବ୍ୟୁ କରିଛନ୍ତି।

ପିଲାଦିନର ବନ୍ଧୁ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଅଭିଷେକ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଥିବା ୧୧୧ତମ ଖେଳାଳି ପାଲଟିଛନ୍ତି। ଶାହାବାଜ ଅହମ୍ମଦ ଭାରତର ୧୧୦ତମ ଟି୨୦ ଖେଳାଳି ଥିଲେ। ଏବେ ଅଭିଷେକଙ୍କୁ ୧୧୧ନଂ କ୍ୟାପ୍‌ ମିଳିଛି ଯାହାକି ଏକ ସ୍ବତନ୍ତ୍ର ନମ୍ବର ଅଟେ।

ଆଇପିଏଲ୍‌ ପ୍ରଦର୍ଶନକୁ ଦେଖଇଲେ ଅଭିଷେକ ୧୬ ମ୍ୟାଚ୍‌ର ୧୬ ଇନିଂସରେ ଥରେ ଅପରାଜିତ ରହି ୨୦୪.୨୧ ଷ୍ଟ୍ରାଇକ୍‌ ରେଟ୍‌ ସହ ୪୮୪ ରନ୍‌ କରିଥିଲେ। ଏଥିରେ ୩ ଅର୍ଦ୍ଧଶତକ ସାମିଲ ଥିଲା। ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅପରାଜିତ ୭୫ ରନ୍‌ ଥିଲା। ସେ ଟୁର୍ନାମେଣ୍ଟରେ ସର୍ବାଧିକ ଛକା ମାରିଥିବା ଖେଳାଳି ମଧ୍ୟ ଥିଲେ। ସେ ୩୬ ଚୌକା ଏବଂ ୪୨ ଛକା ମାରିଥିଲେ। ସର୍ବାଧିକ ରନ୍‌ କରିଥିବା ଖେଳାଳି ତାଲିକାରେ ଅଭିଷେକ ୧୦ମ ସ୍ଥାନରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଟି୨୦ରେ ଜିମ୍ବାୱେକୁ ହରାଇ ସିରିଜ କବଜା କଲା ଭାରତ

ମୁମ୍ବାଇ,୧୩।୭: ଶନିବାର ହରାରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଚତୁର୍ଥ ଟି୨୦ ମୁକାବିଲାକୁ ୧୦ ଓ୍ବିକେଟ୍‌ରେ ବିଜୟୀ ହୋଇଛି ଭାରତୀୟ ଟିମ୍। ଏଥି ସହିତ ପାଞ୍ଚ ମ୍ୟାଚ୍...

ମଇଦାନରେ ପତ୍ନୀଙ୍କୁ ଦେଖି ଏଭଳି କଲେ ଇରଫାନ୍‌ ପଠାନ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ Video ଭାଇରାଲ

ନୂଆଦିଲ୍ଲୀ,୧୩।୭: ଓ୍ବାଲ୍ଡ ଚାମ୍ପିଅନ୍ସଶିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଫାଇନାଲରେ ଇଣ୍ଡିଆ ଚାମ୍ପିଅନ୍ସ ଟିମ୍‌ ସହ ପାକିସ୍ତାନ ଚାମ୍ପିଅନ୍ସ ମୁହାଁମୁହିଁ ହେବ। ଏହି ମୁକାବିଲାକୁ ନେଇ ଭିନ୍ନ...

ପୁଅ ବାହାଘରରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ୟାପଟେନ ନାଁ ଘୋଷଣା କଲେ ନୀତା ଅମ୍ବାନୀ! ଏହି ଷ୍ଟାର ଖେଳାଳି ନେବେ ଦାୟିତ୍ୱ

ନୂଆଦିଲ୍ଲୀ,୧୩।୭: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି।...

ଭାରତୀୟ କ୍ରିକେଟ୍‌ ଖେଳାଳି ରିଙ୍କୁ ସିଂଙ୍କ ସହ ଏ ଝିଅ କିଏ ? ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ , ୧୩।୦୭: ଭାରତୀୟ ଟିମ୍‌ର ନୂଆ ଫିନିସର୍‌ ରିଙ୍କୁ ସିଂଙ୍କ ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଯେଉଁଥିରେ ଭାରତର ଏହି ଖେଳାଳିଙ୍କ...

ସାମିଙ୍କୁ ନେଇ ଗମ୍ଭୀରଙ୍କ କଣ ରହିଛି ପ୍ଲାନ୍‌, ଆଗକୁ…

ମୁମ଼୍ବାଇ, ୧୩।୦୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ରାହୁଲ ଦ୍ରାବିଡ଼ ଅବସର ନେବା ପରେ ଏବେ ନୂଆ କୋଚ୍‌ ଭାବେ ଗୌତମ ଗମ୍ଭୀର...

ପୁଅ ବିବାହକୁ ନ ଆସିବାରୁ ରାଗିଗଲେ ନୀତା ଅମ୍ବାନୀ, ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରୁ ବିଦା କରିବା ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୧୩।୭: ନିକଟରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଯାହା ପରେ ସମସ୍ତେ...

କାର୍ଯ୍ୟକାଳ ଆରମ୍ଭରୁ ଗମ୍ଭୀର-ବିସିସିଆଇ ମୁହାଁମୁହିଁ!

ନୂଆଦିଲ୍ଲୀ,୧୩।୭: ଟିମ ଇଣ୍ଡିଆର ନୂଆ କୋଚ ହୋଇଛନ୍ତି ଗୌତମ ଗମ୍ଭୀର । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର...

ଝୁଲଣ ଗୋସ୍ବାମୀଙ୍କୁ ମିଳିଛି ନୂଆ ଦାୟିତ୍ୱ, ବିଦେଶରେ ଯାଇ କରିବେ ଗୌତମ ଗମ୍ଭୀରଙ୍କ ଭଳି କାମ

ନୂଆଦିଲ୍ଲୀ,୧୩।୭: ଅଷ୍ଟ୍ରେଲିଆ ଏବଂ ଭାରତ ପରେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ମଧ୍ୟ ମହିଳା ଟି -୨୦ କ୍ରିକେଟ ଲିଗ ଆରମ୍ଭ କରିଛି। ମହିଳା କାରିବିଆନ ପ୍ରିମିୟର ଲିଗର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri