ପ୍ରଚାର ମୈଦାନରେ ଜିଲାପରିଷଦ ପ୍ରାର୍ଥୀ

ଗଞ୍ଜାମ,୪।୧(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ୨୦ରେ ଗଞ୍ଜାମ ବ୍ଲକରେ ହେବ l ଏଥିପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତିି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ l ବତ୍ତର୍ର୍ମାନ ଚଳିତ ନିର୍ବାଚନରେ ପ୍ରଚାର ପାଇଁ ବିଜେଡି ପାର୍ଥୀମାନେ ଆଗୁଆ ଥିବା ଦେଖିବାକୁ ମିଳିଛି l ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l ବିଧାୟକ ୧୪ ଓ ୧୫ ନମ୍ବର ଜୋନ ଦଳୀୟ ଜିଲାପରିଷଦ ପ୍ରାର୍ଥୀ ସସ୍ମିତା ସ୍ବାଇଁ ଓ ସନାତନ ବେହେରାଙ୍କୁ ସାଙ୍ଗରେ ନେଇ ଜୋରଦାର ପ୍ରଚାର କରୁଛନ୍ତି l ବିଜେଡି କର୍ମୀମାନେ ମଧ୍ୟ ବିଧାୟକଙ୍କ ଉପସ୍ଥିତ ନେଇ କରୋନା କଟକଣା ଅନୁଯାୟୀ ଘରଘର ବୁଲି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି l