Russia-Ukraine war: ସମ୍ପୂର୍ଣ୍ଣ ବନ୍ଦୀ ବିନିମୟ ପ୍ରସ୍ତାବ ଦେଲେ ଜେଲେନ୍‌ସ୍କି

କିଭ୍‌,୨୫।୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ସୋମବାର ୩ ବର୍ଷ ପୂରିଛି। ୨୦୨୨ ଫେବୃଆରୀ ୨୪ରେ ରୁଷିଆ ସେନା ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହି ଯୁଦ୍ଧରେ ଉଭୟ ଦେଶ ବ୍ୟାପକ କ୍ଷତି ସହିଲେଣି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶର ବିଦେଶ ନୀତିରେ ପରିବର୍ତ୍ତନ ଆଣି ୟୁକ୍ରେନ୍‌କୁ ସହାୟତା ବନ୍ଦ କରିବା ସହ ରୁଷିଆ ପକ୍ଷ ନେବା ପରେ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଉଦ୍ୟମ କ୍ରମେ ମସ୍କୋ ଏବଂ କିଭ୍‌ ମଧ୍ୟରେ ସମସ୍ତ ଯୁଦ୍ଧବନ୍ଦୀମାନଙ୍କୁ ବିନିମୟ କରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି ସୋମବାର ପ୍ରସ୍ତାବ ଦେଇଛନ୍ତି। ରୁଷିଆ ୟୁକ୍ରେନୀୟମାନଙ୍କୁ ମୁକ୍ତ କରିବା ଜରୁରୀ। ଏହା ବଦଳରେ ୟୁକ୍ରେନ୍‌ ସମସ୍ତ ରୁଷୀୟ ବନ୍ଦୀଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଜେଲେନ୍‌ସ୍କି ଯୁଦ୍ଧର ୩ ବର୍ଷ ପୂର୍ତ୍ତି ଅବସରରେ କିଭ୍‌ରେ ଏକ ସମିଟ୍‌କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଗତବର୍ଷ ଅକ୍ଟୋବରରେ ୟୁଏଇ ମଧ୍ୟସ୍ଥତାରେ ୯୫ ଜଣ ବନ୍ଦୀ ବିନିମୟ ହୋଇଥିଲେ। ଏହା ପୂର୍ବରୁ ସେପ୍ଟେମ୍ବରରେ ୧୦୩ ଜଣ ବନ୍ଦୀଙ୍କୁ ଅଦଳବଦଳ କରାଯାଇଥିଲା। ୩ ବର୍ଷ ଧରି ୟୁକ୍ରେନ୍‌ର ପ୍ରତିରୋଧ ଏବଂ ସାହସକୁ ଜେଲେନ୍‌ସ୍କି ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନ୍‌କୁ ନାଟୋ ସଦସ୍ୟତା ମିଳିଲେ ଜେଲେନ୍‌ସ୍କି ରାଷ୍ଟ୍ରପତି ପଦ ଛାଡ଼ିବାକୁ ପ୍ରସ୍ତୁତ ବୋଲି ଦିନକ ପୂର୍ବରୁ କହିଥିଲେ।

Russia-Ukraine war: ଗତ ମଙ୍ଗଳବାର ରିୟାଧରେ ଆମେରିକା ଏବଂ ରୁଷିଆ ପ୍ରତିନିଧିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ ଏକାଠି କାର୍ଯ୍ୟ କରିବାକୁ ଉଭୟ ଦେଶ ରାଜି ହେବା ସହ କୂଟନୈତିକ ଏବଂ ଅର୍ଥନୈତିକ ସମ୍ପର୍କ ବଢ଼ାଇବାକୁ ସହମତ ହୋଇଥିଲେ। ବୈଠକରେ ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଏବଂ ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଭରୋଭଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Russia-Ukraine war:ଯୁଦ୍ଧ ବନ୍ଦ ପାଇଁ ବିଭିନ୍ନ ଦେଶ ଏକାଠି କାର୍ଯ୍ୟ କରିବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସୋମବାର ଆହ୍ବାନ ଦେଇଛନ୍ତି। ୟୁକ୍ରେନ୍‌ ଯୁଦ୍ଧର ୩ ବର୍ଷ ପୂର୍ତ୍ତିରେ ଏକ ସ୍ଥାୟୀ ଶାନ୍ତି ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଯୁଦ୍ଧ ବନ୍ଦ ଦିଗରେ କୌଣସି ଉଦ୍ୟମ ହାତଛଡ଼ା କରାଯିବ ନାହିଁ ବୋଲି ଗୁଟେରେସ୍‌ ଗେନେଭାସ୍ଥିତ ଜାତିସଂଘ ମାନବାଧିକାର ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି। ୨୦୨୨ ଫେବୃଆରୀରେ ରୁଷିଆର କାର୍ଯ୍ୟ ଜାତିସଂଘ ଚାର୍ଟରର ଉଲ୍ଲଂଘନ ବୋଲି ମାନବାଧିକାର ପରିଷଦ କହିଛି।
Russia-Ukraine war:ଯୁଦ୍ଧର ୩ ବର୍ଷ ପୂର୍ତ୍ତି ଅବସରରେ ସୋମବାର ୟୁରୋପ ଏବଂ କାନାଡାର ବହୁ ନେତା ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପହଞ୍ଚତ୍ଛନ୍ତି। ସେମାନେ ୟୁକ୍ରେନ୍‌କୁ ସମର୍ଥନ ଜଣାଇଛନ୍ତି। ୟୁରୋପୀୟ କମିଶନ୍‌ର ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେୟେନ ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କିଭ୍‌ରେ ପହଞ୍ଚତ୍ଥିବାବେଳେ ସେମାନଙ୍କୁ ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ରେଳଷ୍ଟେଶନରେ ସ୍ବାଗତ କରିଥିଲେ। ୟୁକ୍ରେନ୍‌ ୟୁରୋପରେ ହୋଇଥିବାରୁ ସମଗ୍ର ୟୁରୋପ ଏହି ଦେଶ ସହ ରହିଛି ବୋଲି ଲେୟେନ ସୋସିଆଲ ମିଡିଆରେ ଲେଖିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୟୁରୋପିଆନ୍‌ କାଉନ୍‌ସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଉତ୍ତର ୟୁରୋପୀୟ ଦେଶ ଏବଂ ସ୍ପେନ୍‌ ପ୍ରଧାନମନ୍ତ୍ରୀ କିଭ୍‌ରେ ଯୁଦ୍ଧର ତୃତୀୟ ବର୍ଷ ପୂର୍ତ୍ତିରେ ଯୋଗଦେବାକୁ ଯାଇଛନ୍ତି। ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାକୁ ଆସିବା ପରେ ଆମେରିକା ନୀତିରେ ପରିବର୍ତ୍ତନ ହୋଇଥିବାରୁ ଏନେଇ ୟୁରୋପୀୟ ନେତାମାନେ ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରିବେ। ଟ୍ରମ୍ପ୍‌ଙ୍କ କାର୍ଯ୍ୟାନୁଷ୍ଠାନର ମୁକାବିଲା ପାଇଁ ୟୁରୋପ ଏହାର ରଣନୀତି ଆରମ୍ଭ କରିଛି। ମାର୍ଚ୍ଚ ୬ରେ ୨୭ ଜଣ ୟୁରୋପୀୟ ୟୁନିୟନ ନେତାଙ୍କୁ ନେଇ ଜରୁରୀ ବୈଠକ ବସିବାକୁ ଯାଉଥିଲାବେଳେ ସେଥିରେ ୟୁକ୍ରେନ୍‌ ମୁଖ୍ୟ ପ୍ରସଙ୍ଗ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri