ଜେଡ୍ ବ୍ଲାକ୍ ଅଗରବତୀ ଓ ଏମ୍‌ଏସ୍ ଧୋନିଙ୍କ ମଧ୍ୟରେ ସହଭାଗିତା

ଭୁବନେଶ୍ୱର,୧୫।୧୧: ଭାରତର ଅଗ୍ରଣୀ ପ୍ରିମିୟମ ଧୂପକାଠି ନିର୍ମାତା ଜେଡ୍ ବ୍ଲାକ୍‌ ଅଗରବତୀ ଓ କ୍ରିକେଟ କିମ୍ବନ୍ଦନ୍ତୀ ଏମ୍‌ଏସ୍ ଧୋନି ଆଇସିସି କ୍ରିକେଟ୍ ୱାର୍ଲ୍ଡକପ୍‌ ୨୦୨୩ ସମୟରେ ସାମୂହିକ ପ୍ରାର୍ଥନାର ଉତ୍ସାହ ଓ ପ୍ରାର୍ଥନାର ଶକ୍ତିକୁ ପାଳନ କରିବା ପାଇଁ ଏକାଠି ହୋଇଛନ୍ତି । ଭାରତର ଚମତ୍କାର ପ୍ରଦର୍ଶନ ସହିତ କ୍ରିକେଟ୍ ବିଶ୍ୱକପ୍ ଆଗକୁ ବଢୁଥିବା ବେଳେ ଜେଡ୍ ବ୍ଲାକ୍ ପକ୍ଷରୁ ଏକ ଆକର୍ଷଣୀୟ ଟିଭିସି କ୍ୟାମ୍ପେନ୍‌ର ଉନ୍ମୋଚନ କରାଯାଇଛି । ଏହି ନୂଆ ଟିଭିସି ବନ୍ଧୁତ୍ୱ, ଏକତା ଓ ସାମୂହିକ ପ୍ରାର୍ଥନାର ମହତ୍ୱକୁ କ୍ୟାପଚର କରିଛି ।

ଏହି ଟିଭି କମର୍ସିଆଲରେ ଏମ୍‌ଏସ୍ ଧୋନିଙ୍କୁ ବନ୍ଧୁମାନଙ୍କ ସହିତ ଏକ ରୋମାଂଚକର ମ୍ୟାଚ୍ ଉପଭୋଗ କରୁଥିବାର ଦେଖିବାକୁ ମିଳୁଛି । ବନ୍ଧୁମାନେ ଗେମ୍‌ର ଏକ ରୋମାଂଚକର ମୁହୂର୍ତକୁ ସେୟାର କରୁଥିବା ବେଳେ କ୍ୟାପ୍ଟେନ କୁଲ୍ ଜଟିଳ ସମୟରେ ପ୍ରାର୍ଥନାର ଶକ୍ତି ସମ୍ପର୍କରେ କହୁଛନ୍ତି । ଏହି ସହଭାଗିତା ସମ୍ପର୍କରେ ମହୀଶୂର ଦୀପ୍ ପର୍‌ଫ୍ୟୁମେରୀ ହାଉସ୍‌ର ନିର୍ଦ୍ଦେଶକ ଅଙ୍କିତ ଅଗ୍ରୱାଲ କହିଛନ୍ତି, “କ୍ରିକେଟ୍ କିମ୍ବନ୍ଦନ୍ତୀ ଏମ୍‌ଏସ୍ ଧୋନିଙ୍କ ସହ ସହଭାଗିତା କରି ଆମେ ବାସ୍ତବରେ ଗର୍ବିତ । ଏହି ସହଭାଗିତା ମାଧ୍ୟମରେ ଆମେ ଲୋକମାନଙ୍କୁ ଓ ସମୁଦାୟଗୁଡିକ ଏକାଠି ହେବା, ସ୍ମରଣୀୟ ମୁହୂର୍ତଗୁଡିକୁ ପାଳନ କରିବା ଓ ନିଜର ସାମୂହିକ ଆର୍ଶୀବାଦକୁ ବିସ୍ତାର କରିବା ପାଇଁ ଅନୁପ୍ରାଣିତ କରିବାକୁ ଆଶା ରଖିଛୁ ।”

ସେହିପରି ମହୀଶୂର ଦୀପ୍ ପର୍‌ଫ୍ୟୁମେରୀ ହାଉସ୍‌ର ନିର୍ଦ୍ଦେଶକ ଅଂଶୁଲ ଅଗ୍ରୱାଲ କହିଛନ୍ତି, “ ଆନନ୍ଦ ଓ ଉତ୍ସାହର ଭାବନାକୁ କ୍ୟାପ୍‌ଚର କରୁଥିବା ଏହି ନୂଆ ଟିଭିସି ନିଶ୍ଚିତ ରୂପେ ଦେଶରେ ଏକ ନୂଆ ଉତ୍ସାହ ସୃଷ୍ଟି କରିବ । ଆମର ରଣନୀତି ମଧ୍ୟରେ ଆଂଚଳିକ ସୁଗନ୍ଧଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବା ଏବଂ ପାର୍ବଣ ଋତୁ ସମୟରେ ଅଭିନବ ସୁଗନ୍ଧ, ଅନୁସନ୍ଧାନ ଓ ବିକାଶ ପଦ୍ଧତିଗୁଡିକୁ ଆବିଷ୍କାର କରିବା ପ୍ରତି ଆମର ପ୍ରତିବଦ୍ଧତା ଆଦି ସାମିଲ ରହିଛି ।’ ଏହି ଟିଭିସିକୁ ଓବ୍‌ରୟ ଆଇବିସି ପରିକଳ୍ପନା କରିଥିବା ବେଳେ ଏହାକୁ ପାର୍ବଣ ଋତୁ ପାଇଁ ନ୍ୟୁଜ୍ ଓ ଜିଇସି ଚ୍ୟାନେଲ ମାଧ୍ୟମରେ ପ୍ରସାରିତ କରାଯିବ । ଓବରୟ ଆଇବିସିର ଏମ୍‌ଡି ଆନନ୍ଦ ଓବ୍‌ରୟ କହିଛନ୍ତି, “ଜେଡ୍ ବ୍ଲାକ୍ ପ୍ରାର୍ଥନା ଓ ଆଧ୍ୟାତ୍ମିକ ରୀତିନୀତିର ଶକ୍ତି ସହ ଜଡିତ ରହିଛି ।

ଏମ୍‌ଏସ୍ ଧୋନିଙ୍କ ସହ ଏହିସହଭାଗିତା ଓ ନୂଆ ଟିଭିସି ଉକ୍ତ ବିଶ୍ୱାସକୁ ରେଖାଙ୍କିତ କରୁଛି ଯେ, କେବଳ କ୍ରିକେଟ୍ ପଡିଆରେ ନୁହେଁ, ଆମ ଜୀବନରେ ମଧ୍ୟ ସାମୂହିକ ପ୍ରାର୍ଥନାର ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ଓ ଶୁଭଫଳ ଆଣିବାର କ୍ଷମତା ରହିଛି ।’ ନିଜରସମ୍ପ୍ରସାରଣ ରଣନୀତିର ଅଂଶ ଭାବେ କମ୍ପାନୀ ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ଲାଗି ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ରିଟେଲ ଉପସ୍ଥିତିକୁ ମଜଭୁତ କରିବା ଓ ବିତରଣ ନେଟ୍‌ୱର୍କକୁ ବିସ୍ତାର କରିବା ପାଇଁ ପୁଞ୍ଜିନିବେଶ କରିଛି । ଏମ୍‌ଡିପିଏଚ୍ ମଧ୍ୟପ୍ରଦେଶଠାରେ ୫ଟି ଫ୍ୟାକ୍ଟ୍ରି ବିଶିଷ୍ଟ ୯୪୦,୦୦୦ ବର୍ଗଫୁଟ୍‌ର ଉତ୍ପାଦନ କାରଖାନାକୁ ପରିଚାଳନା କରୁଛି ଏବଂ ପ୍ରତିଦିନ ୩ କୋଟିରୁ ଅଧିକ ଧୂପକାଠି ପ୍ରସ୍ତୁତ କରୁଛି । ଏହି ବିସ୍ତୃତ ଉତ୍ପାଦ ଶୃଙ୍ଖଳାରେ ୧୨୦୦ରୁ ଅଧିକ ଉତ୍ପାଦ ରହିଛି ଯାହାକୁ ୪୦ରୁ ଅଧିକ ଦେଶରେ ବିତରଣ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri