Posted inଜାତୀୟ

ଜରଗର ଆତଙ୍କବାଦୀ ଘୋଷିତ, ୧୯୯୯ରେ ଆଇସି-୮୧୪ ବିମାନ ଅପହରଣରେ ସମ୍ପୃକ୍ତି…

ନୂଆଦିଲ୍ଲୀ, ୧୪।୪ : ଆତଙ୍କବାଦ ବିରୋଧରେ କଠୋର ନିଷ୍ପତ୍ତି ଗ୍ରହଣ କରି କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆତଙ୍କବାଦୀ ସଂଗଠନ ଉମ୍ର ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ମୁସ୍ତାକ ଅହମ୍ମଦ ଜରଗର ଓରଫ ଲଟରମଙ୍କୁ ସ୍ବତନ୍ତ୍ର ଆତଙ୍କବାଦ ଆଇନ ଅଧିନିୟମ ଅନୁଯାୟୀ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଛି।

କେନ୍ଦ୍ରୀୟ ସ୍ବରାଷ୍ଟ୍ର  ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜରଗର ଜମ୍ମୁ-କଶ୍ମୀରର ଶ୍ରୀନଗର ଅଞ୍ଚଳର ମୂଳ ବାସିନ୍ଦା। ୧୯୮୫ରେ ସେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ ଏବଂ ଉପତ୍ୟକାରେ ଭାରତ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଜରଗର ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିୟା ସୟିଦଙ୍କୁ ମଧ୍ୟ ୧୨ ଡିସେମ୍ବର ୧୯୮୯ରେ ଅପହରଣ କରି ନେଇଥିଲେ।

ଏହି ଅପହରଣ ପରେ ଆତଙ୍କବାଦୀମାନେ ପୋଲିସ ହେପାଜତରେ ଥିବା ପାଞ୍ଚଜଣ ସାଥୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଏହି ଅପହରଣ ମାମଲାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ସରକାର ଆତଙ୍କବାଦୀଙ୍କୁ ମୁକ୍ତ କର ରୁବିୟା ସଇଦଙ୍କୁ ମୁକ୍ତ କରିଥିଲେ।

୧୯୯୧ରେ ଜରଗର ନିଜର ଏକ ଆତଙ୍କବାଦୀ ସଂଗଠନ ଗଠନ କରିଥିଲେ ଯାହାକୁ ସେ ଅଲୱର ମୁଜାହିଦ୍ଦିନ ନାମରେ ନାମିତ କରିଥିଲେ। ଏହା ପରେ ସେ ଜମ୍ମୁ କଶ୍ମୀରରେ ବହୁ ଲୋକ ହତ୍ୟା କରିଥିଲେ। ସେମାନ ମଧ୍ୟରେ କିଛି ଉଚ୍ଚ ପଦାଧିକାରୀ ମଧ୍ୟ ଥିଲେ। ଜାରଗରକୁ ଧରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଥିଲା। ୧୫ ମେ ୧୯୯୨ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ୩୬ରୁ ଅଧିକ ହତ୍ୟା ଏବଂ ଅନ୍ୟାନ୍ୟ ଜଘନ୍ୟ ଅପରାଧ ମାମଲା ରୁଜୁ କରାଯାଇଥିଲା।

୧୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଆଇସି-୮୧୪କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ବିମାନକୁ ପ୍ରଥମେ ପାକିସ୍ତାନରେ ଅବତରଣ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ପରେ ଏହାକୁ ଦୁବାଇ ଦେଇ ଆଫଗାନିସ୍ତାନର କାନ୍ଦାହାର ବିମାନ ବନ୍ଦରକୁ ନିଆଯାଇଥିଲା। ଅଭିଯୋଗ ହୋଇଥିଲା ଯେ ଆଫଗାନିସ୍ତାନର ତତ୍କାଳୀନ ତାଲିବାନ ସରକାର ଏହି ଆତଙ୍କବାଦୀଙ୍କୁ ସମର୍ଥନ କରିଥିଲେ। ଆତଙ୍କବାଦୀମାନେ ବିମାନ ଏବଂ ଯାତ୍ରୀ ଛାଡିବା ବଦଳରେ ସେମାନଙ୍କ ସାଥୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ତାଙ୍କ ମଧ୍ୟରେ ମୁସ୍ତାକ ଅହମ୍ମଦ ଜରଗରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

ଭାରତ ସରକାର ଅନ୍ୟ ଆତଙ୍କବାଦୀଙ୍କ ସହ ଜରଗରକୁ ମଧ୍ୟ ମୁକ୍ତ କରିଥିଲେ। ଏହା ପରେ ସେ ପାକିସ୍ତାନ ଯାଇ ସେଠାରେ ରହି ଭାରତ ବିରୁଦ୍ଧରେ ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ୨୦୦୨ ରେ ପାକିସ୍ତାନ ଥରେ ଦାବି କରିଥିଲା ଯେ ଜରଗରଙ୍କୁ ଗିରଫ କରାଯାଇଛି। କିନ୍ତୁ ଗୁପ୍ତଚର ଏଜେନ୍ସି ଅନୁଯାୟୀ, ଜରଗର ପାକିସ୍ତାନରେ ରହି ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ରହିଥିଲେ। ଏହି ସମସ୍ତ ତଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛି।

ଏହା ପୂର୍ବରୁ ଦାଉଦକ ଇବ୍ରାହିମ, ହାଫିଜ ସଇଦ ଏବଂ ପରେ ହାଫିଜ ସଇଦଙ୍କ ପୁଅ ତାଲହା ସଇଦଙ୍କୁ ଏହି ବର୍ଗର ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri