Posted inଖେଳ

୪୨ ବର୍ଷରେ ପଦାର୍ପଣ କଲେ ଜାହିର ଖାନ୍‌; ଜନ୍ମଦିନରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ, ୭।୧୦: ଭାରତୀୟ କ୍ରିକେଟ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଜାହିର ଖାନ ବୁଧବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଶିରିଡିଠାରୁ ୪୦ କିମି ଦୂର ଶ୍ରୀରାମପୁରରେ ୭ ଅକ୍ଟୋବର ୧୯୭୮ରେ ଜାହିର ଏକ ମରାଠୀ ମୁସଲିମ ମଧ୍ୟବିତ୍ତ ପରିବାରେ ଜନ୍ମଗ୍ରହଣ କରିଥିଲେ। ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ନେତୃତ୍ୱ ନେଇଥିବା ଜାହିରଙ୍କ ବାପା ଜଣେ ଫଟୋଗ୍ରାଫର ଥିବାବେଳେ ମା’ ଜଣେ ଶିକ୍ଷୟତ୍ରୀ ଥିଲେ। ସ୍କୁଲ ଶିକ୍ଷା ସମାପ୍ତ ପରେ ଜାହିର ମେକାନିକାଲ ଇଞ୍ଜିନିୟର ଡିଗ୍ରୀରେ ଆଡ୍‌ମିଶନ କରିଥିଲେ। କିନ୍ତୁ ତାଙ୍କ କୋଚ୍‌ ସୁଧୀର ନାୟକ କ୍ରିକେଟ୍‌ ଉପରେ ଫୋକସ୍‌ କରିବାକୁ ଜାହିରଙ୍କୁ ପରାମର୍ଶ ଦେଇଥିଲେ। ଜାହିରଙ୍କ କ୍ରିକେଟ୍‌ ଦକ୍ଷତା ଦେଖି ତାଙ୍କ ବାପା ୧୭ ବର୍ଷ ବୟସରେ ମୁମ୍ବାଇ ନେଇଯାଇଥିଲେ।

ସେଠାରେ ସେ ପ୍ରଥମ ୨ ବର୍ଷ ନ୍ୟାଶନାଲ କ୍ରିକେଟ୍‌ କ୍ଲବ ପକ୍ଷରୁ ଖେଳିଥିଲେ। ଶିବାଜୀ ପାର୍କ ଜିମଖାନ୍ନା ଦଳ ବିପକ୍ଷରେ ୭ ଉଇକେଟ୍‌ ହାସଲ କରିବା ପରେ ସେ ମୁମ୍ବାଇ କ୍ରିକେଟ୍‌ରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଏହାପରେ ଜାହିର ୧୯୯୮-୯୯ ସିଜନରେ ମୁମ୍ବାଇ ୧୯ ବର୍ଷରୁ କମ୍‌ ଦଳ ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲେ। ଏହି ସମୟ ମଧ୍ୟରେ ସେ ଚେନ୍ନାଇସ୍ଥିତ ଏମ୍‌ଆର୍‌ଏଫ୍‌ ପେସ୍‌ ଫାଉଣ୍ଡେସନରେ ମଧ୍ୟ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିଲେ। ଯେଉଁଠାରେ ପ୍ରଶିକ୍ଷକ ଥିବା ଅଷ୍ଟ୍ରେଲିଆର ଡେନିସ୍‌ ଲିଲି ଜାହିରଙ୍କ ପ୍ରତିଭା ଚିହ୍ନି ପାରିଥିଲେ।
୧୯୯୯-୨୦୦୦ ସିଜନରେ ଜାହିର ବରୋଦା ପକ୍ଷରୁ ରଣ୍‌ଜୀ ଖେଳିବାର ସୁଯୋଗ ପାଇଥିଲେ। ପଦାର୍ପଣ ସିଜନରେ ଜାହିର ଦେଶର ୩ୟ ସର୍ବାଧିକ ଉଇକେଟ୍‌ ହାସଲକାରୀ ବୋଲର ହେବାର ସୌଭାଗ୍ୟ ଲାଭ କରିଥିଲେ। ଏହି ସିଜନରେ ସେ ୮ ମ୍ୟାଚ୍‌ ଖେଳି ୩୫ ଉଇକେଟ୍‌ ନେଇଥିଲେ। ଏହାପର ସିଜନରେ ଜାହିର ବରୋଦାକୁ ରଣ୍‌ଜୀ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରଣ୍‌ଜୀ ଫାଇନାଲରେ ବରୋଦାର ମୁକାବିଲା ରେଲ୍‌ଓ୍ବେ ସହ ହୋଇଥିଲା। ମ୍ୟାଚ୍‌ରେ ଜାହିର ୮ ଉଇକେଟ୍‌ ନେଇ ବରୋଦାକୁ ୨୧ ରନରେ ବିଜୟୀ କରାଇବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଏହାପରେ ୧୦ ଅକ୍ଟୋବର ୨୦୦୦ରେ କେନିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ ସହ ଜାହିର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିଥିବା ଏହି ବାମହାତୀ ଦ୍ରୁତ ବୋଲର କ୍ୟାରିୟରରେ ମୋଟ୍‌ ୬୧୦ ଉଇକେଟ୍‌ (ଟେଷ୍ଟ-୩୧୧, ଦିନିକିଆ-୨୮୨, ଟି୨୦-୧୭) ନେଇଛନ୍ତି। ସେ ତାଙ୍କ କ୍ୟାରିୟରରେ ଦକ୍ଷିଣ ଆଫ୍ରିକାର ଗ୍ରାଏମ୍‌ ସ୍ମିଥ୍‌ (୧୪ଥର)ଙ୍କୁ ସର୍ବାଧିକ ଥର ଆଉଟ୍‌ କରିଛନ୍ତି। ସାଥୀ ଖେଳାଳିଙ୍କ ନିକଟରେ ଜ୍ୟାକ୍‌ ଭାବେ ପରିଚିତ ଏହି ଦ୍ରୁତ ବୋଲରଙ୍କ ଏକ ରେଷ୍ଟୁରାଣ୍ଟ ପୁନେରେ ରହିଛି। ଯାହାର ନାମ ‘ଜେଡ୍‌କେଏସ୍‌’ ରଖିଛନ୍ତି। ଏହାକୁ ତାଙ୍କ ସାନ ଭାଇ ଅନିସ୍‌ ବୁଝାସୁଝା କରୁଛନ୍ତି। ୨୩ ନଭେମ୍ବର ୨୦୧୭ରେ ଜାହିର ଅଭିନେତ୍ରୀ ସାଗରିକା ଘାଟଗେଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri