Categories: ଖେଳ

ଚହଲଙ୍କ ନାମରେ ରେକର୍ଡ

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ ଅବସରରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ। ଏହି ମ୍ୟାଚ୍‌ରେ ଜୋସ ବଟଲରଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିବା ସହ ଅନ୍ତର୍ଜାତୀୟ ଟି୨୦ରେ ଟିମ୍‌ ଇଣ୍ଡିଆ ପାଇଁ ସବୁଠୁ ସଫଳ ବୋଲର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ୪୬ ଟି୨୦ ମ୍ୟାଚ୍‌ ଖେଳିଥିବା ଚହଲଙ୍କ ନାମରେ ଏପର୍ଯ୍ୟନ୍ତ ରହିଛି ୬୦ ଉଇକେଟ। ଏହି ତାଲିକାରେ ତାଙ୍କ ପଛକୁ ରହିଛନ୍ତି ଯଶପ୍ରୀତ ବୁମରା। ଡାହାଣହାତୀ ପେସରଙ୍କ ନାମରେ ୫୯ଟି ଉଇକେଟ ରହିଛି।

Share