Categories: ଖେଳ

କୋରିଓଗ୍ରାଫର ଧନଶ୍ରୀଙ୍କୁ ବିବାହ କରିବେ ଚହଲ

ନୂଆଦିଲ୍ଲୀ, ୮।୮: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ପ୍ରମୁଖ ସ୍ପିନର ୟୁଜବେନ୍ଦ୍ର ଚହଲ। ସେ ତାଙ୍କ ଜୀବନ ସାଥୀ ବାଛିସାରିଛନ୍ତି। କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ବିବାହ କରିବେ ଚହଲ। ଇତିମଧ୍ୟରେ ଚହଲ ଓ ଧନଶ୍ରୀଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ଚହଲ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଧନଶ୍ରୀଙ୍କ ସହ ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ନିର୍ବନ୍ଧ ସୂଚନା ଦେଇଛନ୍ତି। ‘ଆମେ ପରସ୍ପରକୁ ହଁ କରିଛୁ। ଆମ ପରିବାର ମଧ୍ୟ ହଁ କହିଛନ୍ତି’ ବୋଲି ଚହଲ ଏହି ଫଟୋ ତଳେ କ୍ୟାପସନରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଭାରତୀୟ କ୍ରିକେଟ୍‌ ଦଳର ଅନେକ ଖେଳାଳି ଚହଲ ଓ ଧନଶ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭାରତର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଷ୍ଟାର୍‌। ସେ ତାଙ୍କ ନୃତ୍ୟ ଦକ୍ଷତା ଓ କୋରିଓଗ୍ରାଫି ଲାଗି ଭାରତରେ ବେଶ୍‌ ପରିଚିତ। ତାଙ୍କର ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ ରହିଛି। ଧନଶ୍ରୀ ପେଶାରେ ମଧ୍ୟ ଜଣେ ଡାକ୍ତର। ସେହିଭଳି ହରିୟାଣା ଜନ୍ମିତ ୩୦ ବର୍ଷୀୟ ଚହଲ ୨୦୧୬ରେ ଭାରତ ପକ୍ଷରୁ ପଦାର୍ପଣ କରିବାର ସୁଯୋଗ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଲେଗ୍‌-ସ୍ପିନର ୫୨ଟି ଏକଦିବସୀୟ ଓ ୪୨ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୯୧ ଓ ୫୫ ଉଇକେଟ୍‌ ନେଇଛନ୍ତି। ସେହିଭଳି

Share