Posted inଖେଳ

ଯୁବରାଜ ମୋ ପାଇଁ ଗର୍ବ କରୁଥିବେ: ଅଭିଷେକ

ହରାରେ,୯ା୭: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ବର୍ତ୍ତମାନ ଯୁବରାଜ ସିଂ ତାଙ୍କୁ ନେଇ ଗର୍ବ କରୁଥିବେ ବୋଲି କହିଛନ୍ତି କ୍ରିକେଟର ଅଭିଷେକ ଶର୍ମା। ଭାରତ ପାଇଁ ଦ୍ୱିତୀୟ ମ୍ୟାଚ୍‌ ଖେଳୁଥିବା ଅଭିଷେକ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ ବଲ୍‌ରୁ ୧୦୦ ରନ୍‌ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ମେଣ୍ଟର ଯୁବରାଜ ଏହାକୁ ଭଲ ଆରମ୍ଭ ବୋଲି କହିଥିଲେ। ତେବେ ରବିବାରର ଇନିଂସ ନିଶ୍ଚିତ ଭାବରେ ଯୁବରାଜଙ୍କୁ ଗର୍ବିତ କରିଥିବ ବୋଲି କହିଛନ୍ତି ଅଭିଷେକ। ଭାରତର ୨୦୧୧ ବିଶ୍ୱକପ ବିଜୟର ହିରୋ ଯୁବରାଜଙ୍କୁ ନିଜ କ୍ୟାରିୟରର ଉନ୍ନତିର ଶ୍ରେୟ ପ୍ରଦାନ କରିଛନ୍ତି ଅଭିଷେକ। କେବଳ ଅନ ଫିଲ୍ଡ ନୁହେଁ ଫିଲ୍ଡ ବାହାରେ ମଧ୍ୟ ଯୁବରାଜ ତାଙ୍କୁ ବହୁତ ସହାୟତା କରିଥିବା କହିଛନ୍ତି ଅଭିଷେକ। ବିଗତ ୩ ବର୍ଷ ଧରି ଯୁବରାଜ ତାଙ୍କ ସହ ମିଶି କ୍ରିକେଟ ଦକ୍ଷତାର ଉନ୍ନତି ଉପରେ କାମ କରିଛନ୍ତି ବୋଲି କୁହନ୍ତି ଅଭିଷେକ।
ପଦାର୍ପଣ ମ୍ୟାଚ୍‌ରେ ଅଭିଷେକ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ ମଧ୍ୟ ରବିବାର ଦ୍ୱିତୀୟ ମ୍ୟାଚ୍‌ ଥିବାରୁ ପରାଜୟ ସମ୍ପର୍କରେ ଚିନ୍ତା କରିବାକୁ ସମୟ ମିଳି ନ ଥିବା କହିଥିଲେ ଅଭିଷେକ। ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଅଭିଷେକ ଏହି ସୂଚନା ଦେଇଛନ୍ତି। ସେହିପରି ଶତକ ପାଇଁ ପଞ୍ଜାବ ଦଳର ସାଥୀ ଖେଳାଳି ତଥା ବର୍ତ୍ତମାନ ଅଧିନାୟକ ଶୁବମନ ଗିଲ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିଷେକ। ଖରାପ ଫର୍ମରେ ଥିବା ସମୟରେ ହିଁ ସେ ଗିଲ୍‌ଙ୍କ ବ୍ୟାଟ ବ୍ୟବହାର କରିଥାନ୍ତି। ୧୪ ବର୍ଷରୁ କମ୍‌ ବୟସ କ୍ରିକେଟରୁ ଏହି ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ୦ରେ ଆଉଟ ହେବା ପରେ ଗିଲ୍‌ଙ୍କ ବ୍ୟାଟ ବ୍ୟବହାର କରି ଶତକ ହାସଲ କରିଥିଲେ ଅଭିଷେକ।


Enter your email to get our daily news in your inbox.

All Right Reserved By Dharitri.Com

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri