Posted inଖେଳ

ଆଇସିସି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ହାରିଯାଉଛି କାହିଁକି? ଜିତିବାର ଫର୍ମୂଲା କହିଲେ ଯୁବରାଜ

ନୂଆଦିଲ୍ଲୀ,୧୫।୧: ଟିମ ଇଣ୍ଡିଆ ଗତ ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଛି। ଭାରତୀୟ ଦଳ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୧୩ ଜିତିଛି, କିନ୍ତୁ ସେବେଠାରୁ ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇ ନାହିଁ। ଯଦିଓ ଟିମ ଇଣ୍ଡିଆ ଅନେକ ଥର ଆଇସିସି ଟୁର୍ନାମେଣ୍ଟର ଫାଇନାଲ ଏବଂ ସେମିଫାଇନାଲରେ ପହଞ୍ଚିଛି, କିନ୍ତୁ ଟ୍ରଫି ଜିତିପାରନାହିଁ। ଟି-୨୦ ବିଶ୍ୱକପ୍‌ ୨୦୦୭ ପରେ ଭାରତୀୟ ଦଳ ଦିନିକିଆ ବିଶ୍ୱକପ୍‌ ୨୦୧୧ରେ ଜିତିଥିଲା। ଏହି ବିଜୟରେ ଟିମ ଇଣ୍ଡିଆର ଅଲରାଉଣ୍ଡର ଯୁବରାଜ ସିଂଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ତେବେ ବର୍ତ୍ତମାନ ଯୁବରାଜ ସିଂ ଟିମ ଇଣ୍ଡିଆକୁ ଆଇସିସି ଟୁର୍ନାମେଣ୍ଟ ଜିତିବାର ଫର୍ମୂଲା କହିଛନ୍ତି।

ଯୁବରାଜ ବିଶ୍ୱାସ କରନ୍ତି ଯେ ଯଦି ଭାରତକୁ ଆଇସିସି ଟ୍ରଫି ଜିତିବାକୁ ପଡ଼ିବ, ତେବେ ଖେଳାଳିମାନଙ୍କୁ ଚାପ ନିୟନ୍ତ୍ରଣ କରିବାକୁ ଶିଖିବାକୁ ପଡ଼ିବ । ଯଦି ଟିମ ଇଣ୍ଡିଆର ଖେଳାଳିମାନେ ବଡ଼ ଟୁର୍ନାମେଣ୍ଟର ଚାପ ବହନ କରିବାରେ ସଫଳ ହୁଅନ୍ତି, ତେବେ ଜିତିବାରେ କୌଣସି ଅସୁବିଧା ହେବ ନାହିଁ । ସେ କହିଛନ୍ତି , ଆମେ ତିନୋଟି ଫର୍ମାଟରେ ଅନେକ ଫାଇନାଲ ଖେଳିଛୁ, କିନ୍ତୁ ଜିତି ପାରି ନାହୁଁ। ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ ୬ ଥର ଜିତିଛି, ହେଲେ ଆମେ ୨ଥର ଜିତିଛୁ। ଆମେ କିପରି ବଡ଼ ଟୁର୍ନାମେଣ୍ଟ ଜିତିପାରିବା ତାହା ଉପରେ କାର୍ଯ୍ୟ କରିବା ଆବଶ୍ୟକ । ବଡ ଟୁର୍ନାମେଣ୍ଟ ପାଇଁ ଆମେ ଶାରୀରିକ ଭାବରେ କଠିନ ପରିଶ୍ରମ କରୁ, କିନ୍ତୁ ମାନସିକ ସ୍ତରରେ କାମ କରିବାକୁ ସକ୍ଷମ ନୁହଁ।

ଯୁବରାଜ କହିଛନ୍ତି ଯେ, ଆମ ଦଳ ଆଇସିସି ଟୁର୍ନାମେଣ୍ଟ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡ଼ିବ। ଆମ ଦଳରେ ଏପରି ବ୍ୟାଟର୍‌ ରହିବା ଉଚିତ୍‌, ଯେଉଁମାନେ ଚାପରେ ମଧ୍ୟ ଖେଳିପାରିବେ। କେବଳ ୧-୨ ଜଣ ଖେଳାଳି ନୁହଁନ୍ତି ସମଗ୍ର ଦଳକୁ ପ୍ରସ୍ତୁତ ହେବାକୁ ପଡିବ। ଶାରୀରିକ ପରିଶ୍ରମ ବ୍ୟତୀତ ଆମର ଖେଳାଳୀୟିମାନେ ମାନସିକ ସ୍ତରରେ କାର୍ଯ୍ୟ କରିବା ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ସାଉଥ୍‌ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ସାଉଥ୍‌ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri