ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ଭାରତୀୟ ଭିସା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଭିସା ଅବଧି ବୃଦ୍ଧି ତାଙ୍କ ପ୍ରତ୍ୟର୍ପଣ ଅନୁରୋଧ ସହିତ କୌଣସି ସମ୍ପର୍କ ନାହିଁ। ଏହି ବିବୃତ୍ତି ପରେ ଭାରତରେ ହାସିନାଙ୍କ ସ୍ଥିତିକୁ ନେଇ ବିବାଦକୁ ଏକ ନଆ ମୋଡ଼ ଦେଇଛି।

ବାଂଲାଦେଶରେ ଛାତ୍ରମାନଙ୍କ ଦ୍ୱାରା ହୋଇଥିବା ବିଶାଳ ପ୍ରତିବାଦ ପରେ ହାସିନା ଗତ ବର୍ଷ ଅଗଷ୍ଟ ମାସରୁ ଭାରତରେ ଅଛନ୍ତି। ବାଂଲାଦେଶ ସରକାର ତାଙ୍କୁ ଫେରାଇ ଆଣିବା ପାଇଁ ଭାରତକୁ ଅନୁରୋଧ କରିଛନ୍ତି କିନ୍ତୁ ତାଙ୍କ ଭିସାର ଅବଧି ବୃଦ୍ଧି ପ୍ରସଙ୍ଗକୁ ଆହୁରି ଜଟିଳ କରିଦେଇଛି। ବାଂଲାଦେଶ ହାସିନାଙ୍କ ପାସପୋର୍ଟ ବାତିଲ କରି କହିଛି ଯେ ଏହା ତାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ଏକ ଅଂଶ।

ବାଂଲାଦେଶ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ରଫିକୁଲ ଆଲାମ ଗଣମାଧ୍ୟମକୁ କହିଛନ୍ତି ଯେ ଭିସା ଅବଧି ବୃଦ୍ଧିର ତାଙ୍କ ପ୍ରତ୍ୟର୍ପଣ ଅନୁରୋଧ ସହିତ କୌଣସି ସମ୍ପର୍କ ନାହିଁ। ଆଲାମ କହିଛନ୍ତି ଯେ ଯେତେବେଳେ ଜଣେ ବାଂଲାଦେଶୀ ନାଗରିକଙ୍କ ପାସପୋର୍ଟ ବାତିଲ କରାଯାଏ, ସେତେବେଳେ ବାଂଲାଦେଶୀ ମିଶନ ମାଧ୍ୟମରେ ସମ୍ପୃକ୍ତ ଦେଶକୁ ସୂଚିତ କରାଯାଏ ଏବଂ ଏପରି କ୍ଷେତ୍ରରେ ଭିସା ଆଉ ଆବଶ୍ୟକ ହୁଏ ନାହିଁ।

ବାଂଲାଦେଶ ସରକାରଙ୍କ ଅନୁସାରେ, ହାସିନାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ସେମାନଙ୍କ ପାଖରେ ଅଧିକ ସୂଚନା ନାହିଁ ଏବଂ ଏହା ଉପରେ ଅନୁମାନ କରାଯିବ ନାହିଁ। ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ହାସିନା ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଗମ୍ଭୀର, ଯେଉଁଥିରେ ବଳପୂର୍ବକ ନିଖୋଜ ଏବଂ ହତ୍ୟାରେ ସମ୍ପୃକ୍ତି ରହିଛି। ଆପଣଙ୍କୁ କହିରଖୁଛୁ ଯେ, ହାସିନାଙ୍କ ଭାରତୀୟ ଭିସା ସ୍ଥିତି ଏବଂ ବାଂଲାଦେଶ ସରକାରଙ୍କ ପ୍ରତ୍ୟର୍ପଣ ଅନୁରୋଧ ଆଞ୍ଚଳିକ ରାଜନୀତିରେ ନୂଆ ପ୍ରଶ୍ନ ଉଠାଇଛି। ଏହି ମାମଲା ଦୁଇ ଦେଶ ମଧ୍ୟରେ କୂଟନୈତିକ ଆଲୋଚନାକୁ ପ୍ରଭାବିତ କରିପାରେ, ଏବଂ ଏହାର ଫଳାଫଳ ଆଗାମୀ ସମୟରେ ସ୍ପଷ୍ଟ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷିଆ

ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

ବନ ବିଭାଗ ଜାଲରେ ଚୋର: ଚୋରି କରୁଥିବା ବେଳେ ୪ ଜଣଙ୍କୁ କାବୁ କଲେ…

ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ…

ଭାରତୀୟ ସେନା ପାଇଁ ‘ସୁରକ୍ଷା କବଚ’: ହୃଦଘାତ ପୂର୍ବରୁ ସତର୍କ କରାଇବ ସ୍ବଦେଶୀ ଚିପ୍

ନୂଆଦିଲ୍ଲୀ,୨୯।୧: ଭାରତୀୟ ସେନା ପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛି DRDO। ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ…

ପୁଣି ସୀମାନ୍ତ ଗାଁରେ ଆଧାର କାର୍ଡ ଅପଡେଟ୍‌ କରିବାକୁ ଆନ୍ଧ୍ରର ପ୍ରଚେଷ୍ଟା, ଓଡ଼ିଶା ସରକାରଙ୍କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ…

ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri