Posted inଜାତୀୟ

କହୁଛନ୍ତି କମ୍‌, ଲୁଚାଉଛନ୍ତି ବେଶୀ; ଜ୍ୟୋତିଙ୍କ ସାଇକୋଲୋଜିକାଲ୍‌ ଟେଷ୍ଟ ପରେ ହେବ ବଡ଼ ଖୁଲାସା!

ନୂଆଦିଲ୍ଲୀ,୨୪।୫: ଗୁପ୍ତଚର ମାମଲାରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ସାଇକୋଲୋଜିକାଲ ଟେଷ୍ଟ(ମନସ୍ତାତ୍ତ୍ୱିକ ପରୀକ୍ଷା) ହୋଇପାରେ। ତଦନ୍ତରୁ ଜଣାପଡିଛି ଯେ ଜ୍ୟୋତି ଏକ ବିଳାସପୂର୍ଣ୍ଣ ଜୀବନକୁ ଭଲ ପାଉଥିଲେ ଏବଂ ସେ ତାଙ୍କର ସଉକକୁ ପୂରଣ କରିବା ପାଇଁ ଏସବୁ କରିଥିଲେ। ଯେତେବେଳେ ତାଙ୍କୁ ସମ୍ମାନ ମିଳୁଥିଲା ସେ ଖୁସି ଅନୁଭବ କରୁଥିଲେ। ଦାନିଶ ଏହାର ସୁଯୋଗ ନେଇ ତାଙ୍କ ମାଧ୍ୟମରେ ଗୁପ୍ତ ସୂଚନା ସଂଗ୍ରହ କରିଥିଲେ।
ମନସ୍ତାତ୍ତ୍ୱିକ ପରୀକ୍ଷା ମାଧ୍ୟମରେ, ଏଜେନ୍ସିଗୁଡ଼ିକ ଜାଣିବାକୁ ଚାହାଁନ୍ତି ଯେ ଜ୍ୟୋତି ଏବେ ବି କେଉଁ ଜିନିଷଗୁଡ଼ିକୁ ଲୁଚାଉଛନ୍ତି ଏବଂ ଜ୍ୟୋତିଙ୍କ ସହ ଆହୁରି କେତେ ଲୋକ ଜଡିତ। ଜ୍ୟୋତି ଏକ ବିଳାସପୂର୍ଣ୍ଣ ଜୀବନକୁ ପସନ୍ଦ କରୁଥିଲେ ଏବଂ ସେ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ସତ। ହେଲେ ଏବେ ସେ ପୋଲିସ ଦ୍ୱାରା ଗିରଫ ହେବା ପରେ, ହାଜତରେ ବହୁତ କଷ୍ଟ ପାଉଛନ୍ତି।
ହରିୟାଣା ପୋଲିସ ଜ୍ୟୋତିଙ୍କଠାରୁ ଉଦ୍ଧାର ହୋଇଥିବା ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ଗୁଡ଼ିକର ଏକ ଆଂଶିକ ଫୋରେନ୍ସିକ ରିପୋର୍ଟ ଅର୍ଥାତ ପ୍ରାରମ୍ଭିକ ରିପୋର୍ଟ ପାଇଛି। ଯଦିଓ ଏହି ରିପୋର୍ଟ ଆଂଶିକ, ତେବେ ଖୁବ୍‌ଶୀଘ୍ର ତାଙ୍କ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ର ସମ୍ପୂର୍ଣ୍ଣ ଫୋରେନ୍ସିକ ରିପୋର୍ଟ ହରିୟାଣା ପୋଲିସକୁ ମିଳିବ। ଜ୍ୟୋତିଙ୍କ ଦାନିଶଙ୍କ ସହ କଥାବାର୍ତ୍ତାର ଚାଟ ଏବଂ ତାଙ୍କ ପାକିସ୍ତାନ ଗସ୍ତର ସମସ୍ତ ବିବରଣୀ ଜ୍ୟୋତିଙ୍କ ମୋବାଇଲ ଫୋନ ଏବଂ ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ରେ ରେକର୍ଡ ହୋଇଛି। ଜ୍ୟୋତିଙ୍କ ଫୋନ୍‌ ଏବଂ ଲାପଟପର ଫୋରେନସିକ ରିପୋର୍ଟ ଦୁଇ-ତିନି ଦିନ ମଧ୍ୟରେ ଆସିବ। ଏହା ପରେ ଜିନିଷଗୁଡ଼ିକ ସ୍ପଷ୍ଟ ହୋଇଯିବ ବୋଲି ଏଜେନ୍ସିଗୁଡ଼ିକ ଆଶା କରୁଛନ୍ତି।
ସୂଚନାଯୋଗ୍ୟ, ଗୁପ୍ତଚର ଅଭିଯୋଗରେ ଗତ ଦୁଇ ସପ୍ତାହ ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରୁ ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ମାଲହୋତ୍ରା ଅନ୍ୟତମ। ତଦନ୍ତକାରୀମାନେ ଉତ୍ତର ଭାରତରେ ପାକିସ୍ତାନ ସହିତ ଜଡିତ ଏକ ସକ୍ରିୟ ଗୁପ୍ତଚର ନେଟୱାର୍କ ଥିବା ସନ୍ଦେହ କରୁଛନ୍ତି। ଗତ ବର୍ଷ ଏପ୍ରିଲରେ ଉଜ୍ଜୟିନୀର ଭଗବାନ ଶିବଙ୍କ ମନ୍ଦିରକୁ ଜ୍ୟୋତିଙ୍କ ଗସ୍ତ ସମ୍ପର୍କରେ ସୂଚନା ପାଇବା ପରେ ମଧ୍ୟପ୍ରଦେଶର ପାଞ୍ଚ ଜଣିଆ ପୋଲିସ ଦଳ ହରିୟାଣାକୁ ପଚରାଉଚରା କରିବାକୁ ଯାଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri