Categories: ବାଣିଜ୍ୟ

ୟୁଟ୍ୟୁବ୍‌ର ଦୀପାବଳି ଅଫର୍‌: ମାତ୍ର ୧୦ ଟଙ୍କା ଦେଇ ପାଆନ୍ତୁ ୩ ମାସର ସବ୍‌ସ୍କ୍ରିପ୍‌ଶନ୍‌

ନୂଆଦିଲ୍ଲୀ,୧୧।୧୦: ଦିପାବଳୀ ଉପଲକ୍ଷେ ଗ୍ରାହକଙ୍କୁ ବିଶେଷ ଅଫର ଦେଉଛି ୟୁଟ୍ୟୁବ୍‌। କମ୍ପାନୀ ଦ୍ୱାରା ରିହାତି ମୂଲ୍ୟରେ ତିନି ମାସର ସବସ୍କ୍ରିପଶନ ଦିଆଯାଉଛି। ତେବେ ଏହି ପ୍ରିମିୟମ ସେବା ଅଫର୍‌ କେବଳ ସେହି ଉପଭୋକ୍ତାଙ୍କୁ ମିଳିବ ଯିଏ ଏଯାବତ୍‌ ୟୁଟ୍ୟୁବ୍‌ ସବ୍‌ସ୍କ୍ରିପ୍‌ଶନ କରି ନଥିଲେ। ତେବେ କହିରଖୁଛୁ ଯେ, ୟୁଟ୍ୟୁବ ପ୍ରିମିୟମର ସଦସ୍ୟତାରେ ଅନେକ ସୁବିଧା ପ୍ରଦାନ କରାଯାଏ। ଏହାର ମାସିକ ମୂଲ୍ୟ ହେଉଛି ୧୨୯ ଟଙ୍କା।

ୟୁଟ୍ୟୁବ ପ୍ରିମିୟମ ସ୍ବତନ୍ତ୍ର ଅଫର୍‌:
ସ୍ବତନ୍ତ୍ର ଅଫର ଅନୁଯାୟୀ, ୟୁଟ୍ୟୁବ ପ୍ରିମିୟମ ସବସ୍କ୍ରିପସନ ୧୦ ଟଙ୍କାରେ କିଣାଯାଇପାରିବ। ଅଫର ଅବଧି ଶେଷ ହେବା ପରେ ଉପଭୋକ୍ତାମାନଙ୍କୁ ଏକ ମାସ ପାଇଁ ୧୨୯ ଟଙ୍କା ଦେବାକୁ ପଡିବ। ସ୍ବତନ୍ତ୍ର ଅଫର ଶେଷ ହେବାର ୭ ଦିନ ପୂର୍ବରୁ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ଉପଭୋକ୍ତାମାନଙ୍କୁ ସୂଚନା ଦିଆଯିବ। ଉପଭୋକ୍ତାମାନେ ନିଜ ଇଚ୍ଛା ଅନୁସାରେ ଯେକୌଣସି ସମୟରେ ସଦସ୍ୟତା ବାତିଲ କରିପାରିବେ।

ଯେଉଁ ଗ୍ରାହକ ପୂର୍ବରୁ ମାଗଣା କିମ୍ବା ରିହାତି ପ୍ରିମିୟମ ସେବା କ୍ରୟ କରିଛନ୍ତି ସେମାନେ ଏହି ଅଫର ପାଇଁ ଯୋଗ୍ୟ ନୁହଁନ୍ତି। ଯଦିଓ, ଯଦି ଆପଣ ପୂର୍ବରୁ ୟୁଟ୍ୟୁବ ପ୍ରିମିୟମ ବ୍ୟବହାର କରିଛନ୍ତି, ତେବେ ଏହି ବିଶେଷ ଅଫରର ଲାଭ ଉଠାଇବାକୁ ଗୋଟିଏ ଉପାୟ ହେଉଛି ଅନ୍ୟ ଏକ ଗୁଗୁଲ ଆକାଉଣ୍ଟ ବ୍ୟବହାର କରିବା। ୟୁଟ୍ୟୁବର ସବସ୍କ୍ରିପସନ-ଆଧାରିତ ପ୍ରିମିୟମ ସେବା ସଂଗୀତ ଏବଂ ଭିଡିଓ ବିଷୟବସ୍ତୁକୁ ବିଜ୍ଞାପନମୁକ୍ତ ପ୍ରବେଶ ପ୍ରଦାନ କରେ। ଏହି ଦେୟଯୁକ୍ତ ସଦସ୍ୟତାରେ ଅଫଲାଇନ ଦେଖିବାର ବିକଳ୍ପ ମଧ୍ୟ ଉପଲବ୍ଧ। ବ୍ୟାକଗ୍ରାଉଣ୍ଡ ପ୍ଲେ ବ୍ୟାକ୍‌ ଏବଂ ୟୁଟ୍ୟୁବ ମ୍ୟୁଜିକ ପ୍ରିମିୟମ ମଧ୍ୟ ଏହା ସହ ମିଳିବ।

Share