ଗୁଣପୁର,୮l୧୦(ପ୍ରଦୀପ କୁମାର ପାଢୀ): ରାୟଗଡା ଜିଲା ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତର ସିକଲା ଗ୍ରାମ ନିକଟସ୍ଥ ଓଣ୍ଡରୁବାଙ୍ଗ ପାହାଡ ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଯୁବକଙ୍କ ଶରୀରରେ ଗୁଳି ବାଜିଥିବା ଜଣାପଡ଼ିଛି। ତେବେ ଗୁଳି କିଏ ମାରିଛି ଓ କେତେବେଳେ ଘଟଣା ଘଟିଛି ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।
ଅନ୍ୟପକ୍ଷେ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଜଣାଇବାକୁ ପାର୍ବତୀପୁର ପୋଲିସ ନିକଟକୁ ଯିବାରୁ ସେମାନେ ଏହି ଘଟଣା ଓଡିଶାର ବୋଲି କହି ପଠାଇ ଦେଇଥିବା ଜଣାପଡିଛି। ଏହାପରେ ରାମନାଗୁଡା ପୋଲିସକୁ ସୂଚନା ଦେଇ ମୃତଦେହକୁ ନେଇ ଗ୍ରାମବାସୀମାନେ ବ୍ୟବଚ୍ଛେଦ ପାଇଁ ଗୁଣପୁର ପହଁଞ୍ଚିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପାବଲା ପାରେୟା ଓ ଘର ବିଜୟ ନଗର ଜିଲା ଓଣ୍ଡରୁବାଙ୍ଗରେ ବୋଲି ତାଙ୍କ ଆଧାର କାର୍ଡରୁ ଜଣାଯାଇଛି। ଆନ୍ଧ୍ର ବ୍ୟକ୍ତିଙ୍କୁ ପାହାଡ ଉପରେ କିଏ ଗୁଳି କଲା ତାହା ଏବେ ଅସ୍ପଷ୍ଟ ରହିଛି। ଏହି ଘଟଣାର ଅଧିକ ଅନୁସନ୍ଧାନ ଆରମ୍ଭ ହୋଇଛି। ସାଇଣ୍ଟିଫିକ ଟିମ ମଧ୍ୟ କିଛି ସମୟରେ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ରାମନାଗୁଡା ଆଇଆଇସି ସୁନିତା ବେହେରା କହିଛନ୍ତି।
Dharitri – Odisha’s Leading and Most Trusted Odia Newspaper


