ଅତାବିରାରେ ଶକ୍ତି ବଢାଉଛି ଭାଜପା, ମିଶ୍ରଣ ପର୍ବରେ ସାମିଲ ହେଲେ ଯୁବ, ମହିଳା କର୍ମୀ

ଭେଡେନ,୨୨।୪(ସୁଦନ ମହାକୁର):  ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକର ଡାଙ୍ଗପାଲିଠାରେ ସୋମବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପପଙ୍ଗା ମଣ୍ଡଳ ସଭାପତି ଧନେଶ୍ୱର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଭିନ୍ନ ସଙ୍ଗଠନର ବହୁସଂଖ୍ୟକ ଯୁବ ଓ ମହିଳା କର୍ମୀ ଦଳରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଅତାବିରା ଭାଜପା ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦଙ୍କ ବ୍ୟକ୍ତିତ୍ୱ ଉପରେ ଆସ୍ଥା ଓ ବିଶ୍ବାସ ରଖି ସେମାନେ ଯୋଗଦାନ କରିଥିବା କହିଛନ୍ତି।
ଏହି ଅବସରରେ ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦ, ଅତାବିରା ବିଧାନସଭା ସଂଯୋଜକ ଅମିତ କୁମାର ପଣ୍ଡା, ବରିଷ୍ଠ ନେତା ଚିତ୍ତରଞ୍ଜନ ଭୋଇ, ପପଙ୍ଗା ମଣ୍ଡଳ ସଭାପତି ଧନେଶ୍ୱର ପାଢ଼ୀ, ସଂକ୍ରୀଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ଭେଡେନ ମଣ୍ଡଳ ସଭାପତି ଜୟଦେବ ପଧାନ , ବରିଷ୍ଠ ନେତା ଜୟନ୍ତ ହୋତା , ସୁବାଷ ବେହେରା, ଯୁବନେତା କ୍ରିଷ୍ଣା ପଟେଲ , ନିରୋଜ ବାରିକ, ଅର୍ଜୁନ ଦାଶ, ଆରତୀ ବାଗ, ପ୍ରତୀକ ଖମାରୀ, ଉସମାନ ଖାଁ, ସୌମ୍ୟକାନ୍ତ ଦାଶ, ସୁନୀଲ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।  ଏହି କାର୍ଯ୍ୟକ୍ରମରେ ରାଜୀବ ଲୋଚନ ଦାଶ, ଶିବ ପାଢ଼ୀ, ନୀଳାମ୍ବର ମଲ୍ଲିକ, ପ୍ରଦୀପ ଆଚାର୍ଯ୍ୟ, ମାନପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁରୁବାବୁ ମାଝୀ, ଜପ ସେଟ, ମୁନ୍ନା ବଣ୍ଡୁକି,ଋଷୁଡ଼ା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ମାନଭଞ୍ଜନ ମେଣ୍ଡଳି, ଚକ୍ରୀ ପୁଟା, ରୁପେଶ ଦୋରା, ହେମନ୍ତ ମେହେରଙ୍କ ନେତୃତ୍ୱରେ ତାଙ୍କ ବହୁସଂଖ୍ୟକ ସମର୍ଥକ ଭାଜପାରେ ଯୋଗଦାନ କରିଛନ୍ତି। ଦଳ ପକ୍ଷରୁ ସମସ୍ତ ନେତା ଓ କର୍ମୀଙ୍କୁ ସ୍ବାଗତ କରାଯାଇଛି। ଏହି ଅବସରରେ ଯୋଗ ଦେଇଥିବା ବିଭିନ୍ନ ସଙ୍ଗଠନର ନେତୃମଣ୍ଡଳୀ ଓ କର୍ମୀମାନେ ଆଗାମୀ ନିର୍ବାଚନରେ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦଙ୍କୁ ସମର୍ଥନ ଜଣାଇ ବରଗଡ଼ ଲୋକ ସଭା ଓ ଅତାବିରା ବିଧାନସଭାରେ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ସଂକଳ୍ପ ନେଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri